ସୁନା ସଫେଇ ଠକ ଗ୍ୟାଙ୍ଗ୍ ର ୯ ଗିରଫ, ୧୦୪ ଗ୍ରାମରୁ ଉର୍ଦ୍ଧ୍ବ ସୁନା ଅଳଙ୍କାର ଜବତ
ରାଉରକେଲା : ସୁନା ସଫେଇ ଠକ ଗ୍ୟାଙ୍ଗ୍ ର ୯ ଗିରଫ । ଠକଙ୍କୁ ଗିରଫ କଲା ରାଉରକେଲା ଥାନା ପୋଲିସ । ଅଭିଯୁକ୍ତଙ୍କୁ ଠାରୁ 9 arrested କରାଯାଇଛି । ଏହା ସହ ସୁନା ଅଳଙ୍କାର ସଫେଇରେ ବ୍ୟବହୃତ କେମିକାଲ ଓ ତିନିଟି ମୋଟର ସାଇକେଲ ଜବତ କରିଛି ପୋଲିସ । ଗତ ତିନିବର୍ଷ ଧରି ଏମାନେ ରାଉରକେଲାର ବିଭିନ୍ନ ଅଞ୍ଚଳରେ ସଫେଇ ଆଳରେ ସୁନା ଲୁଟୁଥିଲେ । ଏମାନଙ୍କ ଘର ବିହାର ଭାଗଲପୁର ଅଞ୍ଚଳର […] The post ସୁନା ସଫେଇ ଠକ ଗ୍ୟାଙ୍ଗ୍ ର ୯ ଗିରଫ, ୧୦୪ ଗ୍ରାମରୁ ଉର୍ଦ୍ଧ୍ବ ସୁନା ଅଳଙ୍କାର ଜବତ appeared first on KNews Odisha.

ରାଉରକେଲା : ସୁନା ସଫେଇ ଠକ ଗ୍ୟାଙ୍ଗ୍ ର ୯ ଗିରଫ । ଠକଙ୍କୁ ଗିରଫ କଲା ରାଉରକେଲା ଥାନା ପୋଲିସ । ଅଭିଯୁକ୍ତଙ୍କୁ ଠାରୁ 9 arrested କରାଯାଇଛି । ଏହା ସହ ସୁନା ଅଳଙ୍କାର ସଫେଇରେ ବ୍ୟବହୃତ କେମିକାଲ ଓ ତିନିଟି ମୋଟର ସାଇକେଲ ଜବତ କରିଛି ପୋଲିସ ।
ଗତ ତିନିବର୍ଷ ଧରି ଏମାନେ ରାଉରକେଲାର ବିଭିନ୍ନ ଅଞ୍ଚଳରେ ସଫେଇ ଆଳରେ ସୁନା ଲୁଟୁଥିଲେ । ଏମାନଙ୍କ ଘର ବିହାର ଭାଗଲପୁର ଅଞ୍ଚଳର । ଗତ ତିନିବର୍ଷ ଧରି ଏମାନେ ଗୋପବନ୍ଧୁପାଲି ଅଞ୍ଚଳରେ ଘର ଭଡ଼ା ନେଇ ଏହି ରାକେଟ ଚଳାଉଥିଲେ । ଏମାନେ ଘର ଘର ବୁଲି ସୁନା ଗହଣା ସଫା କରିବା ସମୟରେ ଚଞ୍ଚକତା କରି ନକଲି ସୁନା ଦେଇ ବଦଳାଇ ଦେଉଥିଲେ ।
ଏନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତ କରି ଗୋପବନ୍ଧୁପାଲି ଅଞ୍ଚଳରୁ କିଛି ଠକଙ୍କୁ ଅଟକ ରଖି ପଚରା ଉଚୁରା କରିଥିଲେ। ପଚରାଉଚରା ପରେ ବିହାର ଭାଗଲପୁର ଅଞ୍ଚଳରେ ଚୋରା ସୁନା ଗହଣା ବିକ୍ରି କରିଥିବା କହିଛନ୍ତି । ପୋଲିସ ଏହି ଠକ ଦଳଙ୍କ ବାବଦରେ ଅଧିକ ତଦନ୍ତ ଜାରି ରଖିଥିବା ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ସୂଚନା ଦେଇଛନ୍ତି ।
The post ସୁନା ସଫେଇ ଠକ ଗ୍ୟାଙ୍ଗ୍ ର ୯ ଗିରଫ, ୧୦୪ ଗ୍ରାମରୁ ଉର୍ଦ୍ଧ୍ବ ସୁନା ଅଳଙ୍କାର ଜବତ appeared first on KNews Odisha.