ହିମାଚଳର ରାଜ୍ୟସଭା ସିଟରୁ ଇସ୍ତଫା ଦେଲେ ଜେପି ନଡ୍ଡା । ଗୁଜରାଟରୁ ରହିବେ ରାଜ୍ୟସଭା ସାଂସଦ ।
କନକ ବ୍ୟୁରୋ: ହିମାଚଳ ପ୍ରଦେଶର ରାଜ୍ୟସଭା ସିଟରୁ ଇସ୍ତଫା ଦେଲେ ଜେପି ନଡ୍ଡା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହିମାଚଳ ପ୍ରଦେଶରୁ ନିର୍ବାଚିତ ହେଇଥିବା ରାଜ୍ୟସଭା ସିଟରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ରାଜ୍ୟସଭା ଅଧ୍ୟକ୍ଷ ଗ୍ରହଣ କରିନେଇଛନ୍ତି । ତେବେ ସେ ବର୍ତ୍ତମାନ ନୂଆକରି ନିର୍ବାଚିତ ହେଇଥିବା ଗୁଜରାଟ ରାଜ୍ୟସଭା ସିଟରୁ ରାଜ୍ୟସଭା ସଦସ୍ୟ ରହିବେ । BJP National President JP Nadda resigns from his position as Rajya […] The post ହିମାଚଳର ରାଜ୍ୟସଭା ସିଟରୁ ଇସ୍ତଫା ଦେଲେ ଜେପି ନଡ୍ଡା । ଗୁଜରାଟରୁ ରହିବେ ରାଜ୍ୟସଭା ସାଂସଦ । first appeared on Kanak News.

କନକ ବ୍ୟୁରୋ: ହିମାଚଳ ପ୍ରଦେଶର ରାଜ୍ୟସଭା ସିଟରୁ ଇସ୍ତଫା ଦେଲେ ଜେପି ନଡ୍ଡା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହିମାଚଳ ପ୍ରଦେଶରୁ ନିର୍ବାଚିତ ହେଇଥିବା ରାଜ୍ୟସଭା ସିଟରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ରାଜ୍ୟସଭା ଅଧ୍ୟକ୍ଷ ଗ୍ରହଣ କରିନେଇଛନ୍ତି । ତେବେ ସେ ବର୍ତ୍ତମାନ ନୂଆକରି ନିର୍ବାଚିତ ହେଇଥିବା ଗୁଜରାଟ ରାଜ୍ୟସଭା ସିଟରୁ ରାଜ୍ୟସଭା ସଦସ୍ୟ ରହିବେ ।
BJP National President JP Nadda resigns from his position as Rajya Sabha MP and his resignation has been accepted by Rajya Sabha Chairman pic.twitter.com/Nvr8Pg1pFU
— ANI (@ANI) March 4, 2024
ରାଜ୍ୟସଭା ସଂସଦୀୟ ବୁଲେଟିନରେ କୁହାଯାଇଛି ଯେ, ହିମାଚଳ ପ୍ରଦେଶର ପ୍ରତିନିଧିତ୍ୱ କରୁଥିବା ରାଜ୍ୟସଭା ସଦସ୍ୟ ଜଗତ ପ୍ରକାଶ ନଡ୍ଡା ରାଜ୍ୟସଭାର ନିଜ ସିଟରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫାକୁ ମାର୍ଚ୍ଚ ୪ ତାରିଖରେ ରାଜ୍ୟସଭା ସଭାପତି ଗ୍ରହଣ କରିନେଇଛନ୍ତି ।
କିଛି ଦିନ ତଳେ ୫୭ଟି ରାଜ୍ୟସଭା ସିଟରେ ନିର୍ବାଚନ ହେଇଥିଲା । ସେତେବେଳେ ଗୁଜରାଟରୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାର୍ଚିତ ହେଇଥିଲେ ଜେପି ନଡ୍ଡା । ତାଙ୍କ ସହିତ ଜନବନ୍ତସିଂହ ପରମାର, ମୟଙ୍କ ନାୟକ ଓ ଗୋବିନ୍ଦଭାଇ ଢୋଲକିଆ ଗୁଜରାଟରୁ ରାଜ୍ୟସଭା ନିର୍ବାଚିତ ହେଇଥିଲେ । ଆଉ ଗୁଜରାଟରୁ ନିର୍ବାଚିତ ହେବା ପରେ ଏବେ ହିମାଚଳ ପ୍ରଦେଶର ରାଜ୍ୟସଭା ସିଟରୁ ଇସ୍ତଫା ଦେଇଛନ୍ତି ନଡ୍ଡା ।
The post ହିମାଚଳର ରାଜ୍ୟସଭା ସିଟରୁ ଇସ୍ତଫା ଦେଲେ ଜେପି ନଡ୍ଡା । ଗୁଜରାଟରୁ ରହିବେ ରାଜ୍ୟସଭା ସାଂସଦ । first appeared on Kanak News.