ହିମାଚଳରେ ପ୍ରକୃତିର ତାଣ୍ଡବ ଲୀଳା ; ମଣ୍ଡିରେ ୧୦ ମୃତ , ଅନେକ ସ୍ଥାନରେ ରାସ୍ତା ବନ୍ଦ

ନୂଆଦିଲ୍ଲୀ ୦୨।୦୭; ଉତ୍ତର ଭାରତରେ ତାଣ୍ଡବ ରଚିଛି ପ୍ରକୃତି। ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବର୍ଷା, ଭୂସ୍ଖଳନ, ବନ୍ୟା ପରିସ୍ଥିତି। ପ୍ରବଳ ବର୍ଷାରେ ଦୁଇ ରାଜ୍ୟରେ ସ୍ଥିତି ବେହାଲ ହୋଇଛି । ଉଭୟ ରାଜ୍ୟରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆସନ୍ତା ୩ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି।ହିମାଚଳରେ ବାଦଲ ଫଟା ବର୍ଷା ଏବଂ ଭୁସ୍ଖଳନ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି। କେଉଁଠି ପାହାଡ ଧସି ରାସ୍ତା ବନ୍ଦ ହୋଇଛି ତ କେଉଁଠି ପାହାଡ ଘର ଉପରେ ଧସି ଯାଇଛି। ଆଉ ବଡ ବଡ ଗାଡି ସବୁ ପଥରରେ ଚାପି ହୋଇ ରହିଛି ତା ଆଉ କିଛି ଚୁନା ହୋଇ ଯାଇଛି। ବର୍ଷାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମଣ୍ଡି ଜିଲ୍ଲା। ବାଦଲ ଫଟା ବର୍ଷା ପରେ ମଣ୍ଡିରେ ୭ଟି ସ୍ଥାନରେ ଭୂସ୍ଖଳନ ସହ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି।୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ନିଖୋଜ ଅଛନ୍ତି। ରାଜ୍ୟରେ ୪୦୬ ରାସ୍ତା ବନ୍ଦ ରହିଛି ଏବଂ ଅନେକ ଟ୍ରାନ୍ସଫର୍ମର ଏବଂ ପାନୀୟ ଜଳ ଯୋଜନା ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ସୁଖୁ ୫୦୦ କୋଟି ଟଙ୍କାର କ୍ଷତି ଆକଳନ କରିଛନ୍ତି ଏବଂ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନେକ ଅଞ୍ଚଳରେ ବର୍ଷା ଓ ବନ୍ୟାରେ ଘରଦ୍ବାର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି। ପାଣିପାଗ ବିଭାଗର ସୂଚନ

ହିମାଚଳରେ ପ୍ରକୃତିର ତାଣ୍ଡବ ଲୀଳା ; ମଣ୍ଡିରେ ୧୦ ମୃତ , ଅନେକ ସ୍ଥାନରେ ରାସ୍ତା ବନ୍ଦ

ନୂଆଦିଲ୍ଲୀ ୦୨।୦୭; ଉତ୍ତର ଭାରତରେ ତାଣ୍ଡବ ରଚିଛି ପ୍ରକୃତି। ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବର୍ଷା, ଭୂସ୍ଖଳନ, ବନ୍ୟା ପରିସ୍ଥିତି। ପ୍ରବଳ ବର୍ଷାରେ ଦୁଇ ରାଜ୍ୟରେ ସ୍ଥିତି ବେହାଲ ହୋଇଛି । ଉଭୟ ରାଜ୍ୟରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆସନ୍ତା ୩ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି।

ହିମାଚଳରେ ବାଦଲ ଫଟା ବର୍ଷା ଏବଂ ଭୁସ୍ଖଳନ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି। କେଉଁଠି ପାହାଡ ଧସି ରାସ୍ତା ବନ୍ଦ ହୋଇଛି ତ କେଉଁଠି ପାହାଡ ଘର ଉପରେ ଧସି ଯାଇଛି। ଆଉ ବଡ ବଡ ଗାଡି ସବୁ ପଥରରେ ଚାପି ହୋଇ ରହିଛି ତା ଆଉ କିଛି ଚୁନା ହୋଇ ଯାଇଛି। ବର୍ଷାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମଣ୍ଡି ଜିଲ୍ଲା। ବାଦଲ ଫଟା ବର୍ଷା ପରେ ମଣ୍ଡିରେ ୭ଟି ସ୍ଥାନରେ ଭୂସ୍ଖଳନ ସହ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି।

୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ନିଖୋଜ ଅଛନ୍ତି। ରାଜ୍ୟରେ ୪୦୬ ରାସ୍ତା ବନ୍ଦ ରହିଛି ଏବଂ ଅନେକ ଟ୍ରାନ୍ସଫର୍ମର ଏବଂ ପାନୀୟ ଜଳ ଯୋଜନା ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ସୁଖୁ ୫୦୦ କୋଟି ଟଙ୍କାର କ୍ଷତି ଆକଳନ କରିଛନ୍ତି ଏବଂ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନେକ ଅଞ୍ଚଳରେ ବର୍ଷା ଓ ବନ୍ୟାରେ ଘରଦ୍ବାର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି। ପାଣିପାଗ ବିଭାଗର ସୂଚନା ମାନିବା ସହ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପ୍ରଶାସନ ପରାମର୍ଶ ଦେଇଛି। 

ଶିମଲାରେ ମଧ୍ୟ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଘଟି ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଭୂସ୍ଖଳନ ଯୋଗୁଁ ଅନେକ ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଛି। ଫଳରେ ବିଭିନ୍ନ ଅଞ୍ଚଳରେ ପର୍ଯ୍ୟଟକମାନେ ରାସ୍ତାରେ ଫସି ରହିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଅଲକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ନଦୀ ତଟବର୍ତ୍ତୀ ଅଞ୍ଚଳରେ ମନ୍ଦିର ଗୁଡିକ ବୁଡିଗଲାଣି। ରୁଦ୍ରପ୍ରୟାଗରେ ଥିବା ଶିବଙ୍କ ମୂର୍ତ୍ତି ମଧ୍ୟ ପାଣିରେ ବୁଡିଯାଇଥିବା ଦେଖିବାକୁ ମିଳିଛି। ଉତ୍ତରକାଶୀରେ ପ୍ରବଳ ବର୍ଷାରେ ୟମୁନୋତ୍ରୀ ଜାତୀୟ ରାଜପଥ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ଭୂସ୍ଖଳନ ଯୋଗୁଁ ରାସ୍ତା ବନ୍ଦ ପଡ଼ିଥିଲା। ଏହା ପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ।