ହିମାଚଳରେ ବର୍ଷାର ତାଣ୍ଡବ, ବାଦଲଫଟା ବର୍ଷାରୁ ସ୍ଥିତି ବେକାବୁ

ନନ୍ଦିଘୋଷ ବ୍ୟୁରୋ : ହିମାଚଳରେ ବର୍ଷାର ତାଣ୍ଡବ। ବାଦଲଫଟା ବର୍ଷାରୁ ସ୍ଥିତି ବେକାବୁ ହୋଇଛି। ଭୂସ୍ଖଳନ, କୋଠା ଭୁଶୁଡ଼ିବା ସହ... The post ହିମାଚଳରେ ବର୍ଷାର ତାଣ୍ଡବ, ବାଦଲଫଟା ବର୍ଷାରୁ ସ୍ଥିତି ବେକାବୁ appeared first on .

ହିମାଚଳରେ ବର୍ଷାର ତାଣ୍ଡବ, ବାଦଲଫଟା ବର୍ଷାରୁ ସ୍ଥିତି ବେକାବୁ

ନନ୍ଦିଘୋଷ ବ୍ୟୁରୋ : ହିମାଚଳରେ ବର୍ଷାର ତାଣ୍ଡବ। ବାଦଲଫଟା ବର୍ଷାରୁ ସ୍ଥିତି ବେକାବୁ ହୋଇଛି। ଭୂସ୍ଖଳନ, କୋଠା ଭୁଶୁଡ଼ିବା ସହ ଅନେକ ଲୋକଙ୍କ ମୃତ୍ୟୁ ହେଲାଣି। ମୌସୁମୀ ପ୍ରକୋପ ସହିତ ଲଢେଇ କରୁଛନ୍ତି ହିମାଚଳ ପ୍ରଦେଶବାସୀ। କିଛି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଯାହା ଫଳରେ ରାସ୍ତା ଅବରୋଧ, ଭୂସ୍ଖଳନ, କୋଠା ଭୁଶୁଡ଼ି ପଡ଼ିବା ଖବର ଆସିଛି। ମୌସୁମୀ ବର୍ଷାରୁ ଏବେଯାଏଁ ୫୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ସିମଲା ଓ ମଣ୍ଡି। ୨୦ ଜଣ ନିଖୋଜ ହୋଇଯାଇଛନ୍ତି। ବିଶେଷକରି ପାହାଡିଆ ଏବଂ ମାଟି ଧସୁଥିବା ଅଂଚଳରେ ପର୍ଯ୍ୟଟକ ଯାତ୍ରା ନକରିବାକୁ ପରାମର୍ଶ ଦିଯାଆଇଛି। ଚମ୍ବା, କୁଲୁ, ସିମଲା, କାଙ୍ଗଡ଼ା, ଉନା, ହମିରପୁର, ବିଳାସପୁର, ମଣ୍ଡି, ସୋଲନ ଏବଂ ସିରମୌର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ରେକର୍ଡ ହୋଇଛି। ସିମଲା, ସିମୌର, ମଣ୍ଡି ଏବଂ କାଙ୍ଗଡ଼ା ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

The post ହିମାଚଳରେ ବର୍ଷାର ତାଣ୍ଡବ, ବାଦଲଫଟା ବର୍ଷାରୁ ସ୍ଥିତି ବେକାବୁ appeared first on .