ହିମାଚଳରେ ସବୁକିଛି ଠିକ୍ ଅଛି : ଡିକେ ଶିବକୁମାର
ନୂଆଦିଲ୍ଲୀ : ରାଜ୍ୟସଭା ନିର୍ବାଚନ ପରେ ହିମାଚଳପ୍ରଦେଶରେ କଂଗ୍ରେସ ପାଇଁ ସୃଷ୍ଟି ହୋଇଥିବା ସଙ୍କଟର ସମାଧାନ ପାଇଁ କଂଗ୍ରେସ ସଙ୍କଟମୋଚକ ଭାବେ ବରିଷ୍ଠ ନେତା ଡିକେ ଶିବକୁମାରଙ୍କୁ ପଠାଇଥିଲା। ଶିବକୁମାର ହିମାଚଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିନେଇଛନ୍ତି। ହିମାଚଳ ରାଜନୈତିକ ସଙ୍କଟ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଶିବକୁମାର କହିଛନ୍ତି, ସବୁକିଛି ଠିକ୍ ଅଛି ଏବଂ ସରକାର ୫ ବର୍ଷର କାର୍ଯ୍ୟକାର ଶେଷ କରିବ। ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ନେତା ଅଭିଶେକ ସିଂଘଭିଙ୍କ […]

ନୂଆଦିଲ୍ଲୀ : ରାଜ୍ୟସଭା ନିର୍ବାଚନ ପରେ ହିମାଚଳପ୍ରଦେଶରେ କଂଗ୍ରେସ ପାଇଁ ସୃଷ୍ଟି ହୋଇଥିବା ସଙ୍କଟର ସମାଧାନ ପାଇଁ କଂଗ୍ରେସ ସଙ୍କଟମୋଚକ ଭାବେ ବରିଷ୍ଠ ନେତା ଡିକେ ଶିବକୁମାରଙ୍କୁ ପଠାଇଥିଲା। ଶିବକୁମାର ହିମାଚଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିନେଇଛନ୍ତି। ହିମାଚଳ ରାଜନୈତିକ ସଙ୍କଟ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଶିବକୁମାର କହିଛନ୍ତି, ସବୁକିଛି ଠିକ୍ ଅଛି ଏବଂ ସରକାର ୫ ବର୍ଷର କାର୍ଯ୍ୟକାର ଶେଷ କରିବ। ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ନେତା ଅଭିଶେକ ସିଂଘଭିଙ୍କ ପରାଜୟ ପାଇଁ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ନିଜକୁ ଦାୟୀ କରିଛନ୍ତି ବୋଲି ସେ କହିଛନ୍ତି। ହିମାଚଳରେ ସବୁକିଛି ଠିକ ଅଛି ଏବଂ ଏହି ସରକାର ଆରାମରେ ୫ ବର୍ଷର କାର୍ଯ୍ୟକାଳ ଶେଷ କରିବ ବୋଲି ଶିବକୁମାର ଦୃଢ଼ୋକ୍ତି ବାଢ଼ିଛନ୍ତି। ଶିମଲାରେ କଂଗ୍ରେସ ନେତା ବିକ୍ରମାଦିତ୍ୟ ସିଂହ ଏବଂ ପ୍ରତିଭା ସିଂହଙ୍କୁ ଭେଟିବାପରେ ଡିକେ ଶିବକୁମାର କହିଛନ୍ତି, ସରକାରରେ କୌଣସି ପ୍ରକାର ସମସ୍ୟା ନାହିଁ। ସବୁକିଛି ଠିକ୍ ଚାଲିଛି।