ଟିମ୍‌ ଇଣ୍ଡିଆ ହେଡ୍‌ କୋଚ୍‌ ପାଇଁ ସାକ୍ଷାତକାର ଦେଲେ ଗମ୍ଭୀର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୧୮।୬: ଟିମ୍‌ ଇଣ୍ଡିଆର ଆଗାମୀ ହେଡ୍‌ କୋଚ୍‌ ହେବେ ଗୌତମ ଗମ୍ଭୀର। ଏହା ସ୍ପଷ୍ଟ ହୋଇଥିଲେ ହେଁ କୋଚ୍‌ ନିଯୁକ୍ତି ନେଇ ସମସ୍ତ ପ୍ରକ୍ରିୟାକୁ ଅନୁସରଣ କରୁଛି ବିସିସିଆଇ। ଏକମାତ୍ର ଆବେଦନକାରୀ ହୋଇଥିଲେ ହେଁ ଗମ୍ଭୀରଙ୍କ ସାକ୍ଷାତକାର ନିଆଯାଉଛି। ମଙ୍ଗଳବାର ଗମ୍ଭୀର ବିସିସିଆଇର କ୍ରିକେଟ ପରାମର୍ଶଦାତା ସମିତି(ସିଏସି) ନିକଟରେ ସାକ୍ଷାତକାର ଦେଇଛନ୍ତି। ‘ଜୁମ୍‌ କଲ’ରେ ଏହି ସାକ୍ଷାତକାର ଅନୁଷ୍ଠିତ ହୋଇଛି। ଏଥିରେ ଗମ୍ଭୀର ଏବଂ ଅଶୋକ ମଲହୋତ୍ରା ସାମିଲ ହୋଇଛନ୍ତି। ଆଜି ଗୋଟିଏ ରାଉଣ୍ଡ ଶେଷ ହୋଇଥିବା […] The post ଟିମ୍‌ ଇଣ୍ଡିଆ ହେଡ୍‌ କୋଚ୍‌ ପାଇଁ ସାକ୍ଷାତକାର ଦେଲେ ଗମ୍ଭୀର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା appeared first on Dharitri Odia News.

ଟିମ୍‌ ଇଣ୍ଡିଆ ହେଡ୍‌ କୋଚ୍‌ ପାଇଁ ସାକ୍ଷାତକାର ଦେଲେ ଗମ୍ଭୀର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୧୮।୬: ଟିମ୍‌ ଇଣ୍ଡିଆର ଆଗାମୀ ହେଡ୍‌ କୋଚ୍‌ ହେବେ ଗୌତମ ଗମ୍ଭୀର। ଏହା ସ୍ପଷ୍ଟ ହୋଇଥିଲେ ହେଁ କୋଚ୍‌ ନିଯୁକ୍ତି ନେଇ ସମସ୍ତ ପ୍ରକ୍ରିୟାକୁ ଅନୁସରଣ କରୁଛି ବିସିସିଆଇ। ଏକମାତ୍ର ଆବେଦନକାରୀ ହୋଇଥିଲେ ହେଁ ଗମ୍ଭୀରଙ୍କ ସାକ୍ଷାତକାର ନିଆଯାଉଛି।

ମଙ୍ଗଳବାର ଗମ୍ଭୀର ବିସିସିଆଇର କ୍ରିକେଟ ପରାମର୍ଶଦାତା ସମିତି(ସିଏସି) ନିକଟରେ ସାକ୍ଷାତକାର ଦେଇଛନ୍ତି। ‘ଜୁମ୍‌ କଲ’ରେ ଏହି ସାକ୍ଷାତକାର ଅନୁଷ୍ଠିତ ହୋଇଛି। ଏଥିରେ ଗମ୍ଭୀର ଏବଂ ଅଶୋକ ମଲହୋତ୍ରା ସାମିଲ ହୋଇଛନ୍ତି। ଆଜି ଗୋଟିଏ ରାଉଣ୍ଡ ଶେଷ ହୋଇଥିବା ବେଳେ କାଲି ଆଉ ଏକ ରାଉଣ୍ଡ ହେବ। ଏହାପରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଗମ୍ଭୀରଙ୍କ ନାମକୁ ନେଇ ଔପଚାରିକ ଘୋଷଣା ହୋଇପାରେ ବୋଲି କୁହାଯାଉଛି।
ମେଣ୍ଟର ଭାବେ କେକେଆର୍‌କୁ ଆଇପିଏଲ୍‌ ୨୦୨୪ ଚାମ୍ପିୟନ କରିଥିବା ଗମ୍ଭୀରଙ୍କ ସାକ୍ଷାତକାର ସିଏସି କରିଛନ୍ତି, ଯେଉଁଥିରେ ଅଶୋକ ମଲହୋତ୍ରା, ଜତିନ ପରାଞ୍ଜପେ, ସଲକ୍ଷଣା ନାଇକଙ୍କ ଭଳି ନାମ ସାମିଲ ରହିଛି।

The post ଟିମ୍‌ ଇଣ୍ଡିଆ ହେଡ୍‌ କୋଚ୍‌ ପାଇଁ ସାକ୍ଷାତକାର ଦେଲେ ଗମ୍ଭୀର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା appeared first on Dharitri Odia News.