ହୀରାକୁଦ ଜଳ ଭଣ୍ଡାରରୁ ମୃତଦେହ ଉଦ୍ଧାର, ୬ ଦିନ ହେବ ନିଖୋଜ ଥିଲେ
ଝାରସୁଗୁଡା ୧୭।୧୦: ହୀରାକୁଦ ଜଳ ଭଣ୍ଡାରରୁ ଉଦ୍ଧାର ହେଲା ମୃତଦେହ । ମୃତକ ହେଲେ ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରରେ ରହୁଥିବା ହରିଶଙ୍କର ରାୟଙ୍କ ପୁଅ ଗୁଟପୁଟ ରାୟ । ତାଙ୍କ ବୟସ ୨୨ ବର୍ଷ ବୋଲି ଜଣାପଡିଛି l ଘରୁ ନିଖୋଜ ହେବାର ୬ ଦିନ ପରେ ମିଳିଲା ଗୁଟପୁଟର ମୃତଦେହ । ସୂଚନାଯୋଗ୍ୟ ଯେ, ଗତ ଶନିବାର ସନ୍ଧ୍ୟାରୁ ଗୁଟପୁଟ ନିଖୋଜ ହୋଇଥିବା ବେଳେ ପୋଲିସ ରେଙ୍ଗାଲୀ ଥାନା ଅନ୍ତର୍ଗତ ସାନକେଲୋ ବ୍ରିଜ୍ ନିକଟ ହୀରାକୁଦ ଜଳ ଭଣ୍ଡାରରେ ସର୍ଚ୍ଚ ଅପରେସନ କରି ଗୁଟପୁଟଙ୍କ ମୃତଦେହ ଉଦ୍ଧାର କରିଛି l ହୀରକୁଦ ଜଳଭଣ୍ଡାରରେ ଏକ କମ୍ବଳରେ କିଛି ଘୋଡାଯାଇଥିବା ଏବଂ ଏଥିରୁ ଦୁର୍ଗନ୍ଧ ଆସୁଥିବା ଖବର ମିଳିବା ପରେ ପୋଲିସ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍ ସହାୟତାରେ ସନ୍ଧ୍ୟାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ହେଁ ଅନ୍ଧାର ହେବାରୁ ସର୍ଚ୍ଚ ଅପରେସନକୁ ସ୍ଥଗିତ କରାଯାଇଥିଲା l ଗୁରୁବାର ସକାଳେ ପୁଣି ସନ୍ଧାନ ଆରମ୍ଭ କରି ଗୁଟପୁଟଙ୍କ ମୃତଦେହ ଉଦ୍ଧାର କରାଯାଇଛି l ମୃତ ଯୁବକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।You Can Read:ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ସନ୍ଦେହ
ଝାରସୁଗୁଡା ୧୭।୧୦: ହୀରାକୁଦ ଜଳ ଭଣ୍ଡାରରୁ ଉଦ୍ଧାର ହେଲା ମୃତଦେହ । ମୃତକ ହେଲେ ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରରେ ରହୁଥିବା ହରିଶଙ୍କର ରାୟଙ୍କ ପୁଅ ଗୁଟପୁଟ ରାୟ । ତାଙ୍କ ବୟସ ୨୨ ବର୍ଷ ବୋଲି ଜଣାପଡିଛି l ଘରୁ ନିଖୋଜ ହେବାର ୬ ଦିନ ପରେ ମିଳିଲା ଗୁଟପୁଟର ମୃତଦେହ ।
ସୂଚନାଯୋଗ୍ୟ ଯେ, ଗତ ଶନିବାର ସନ୍ଧ୍ୟାରୁ ଗୁଟପୁଟ ନିଖୋଜ ହୋଇଥିବା ବେଳେ ପୋଲିସ ରେଙ୍ଗାଲୀ ଥାନା ଅନ୍ତର୍ଗତ ସାନକେଲୋ ବ୍ରିଜ୍ ନିକଟ ହୀରାକୁଦ ଜଳ ଭଣ୍ଡାରରେ ସର୍ଚ୍ଚ ଅପରେସନ କରି ଗୁଟପୁଟଙ୍କ ମୃତଦେହ ଉଦ୍ଧାର କରିଛି l ହୀରକୁଦ ଜଳଭଣ୍ଡାରରେ ଏକ କମ୍ବଳରେ କିଛି ଘୋଡାଯାଇଥିବା ଏବଂ ଏଥିରୁ ଦୁର୍ଗନ୍ଧ ଆସୁଥିବା ଖବର ମିଳିବା ପରେ ପୋଲିସ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍ ସହାୟତାରେ ସନ୍ଧ୍ୟାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ହେଁ ଅନ୍ଧାର ହେବାରୁ ସର୍ଚ୍ଚ ଅପରେସନକୁ ସ୍ଥଗିତ କରାଯାଇଥିଲା l ଗୁରୁବାର ସକାଳେ ପୁଣି ସନ୍ଧାନ ଆରମ୍ଭ କରି ଗୁଟପୁଟଙ୍କ ମୃତଦେହ ଉଦ୍ଧାର କରାଯାଇଛି l ମୃତ ଯୁବକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
You Can Read:
ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ସନ୍ଦେହ