ହୀରାକୁଦ ଜଳଭଣ୍ଡାରର ଏକକାଳୀନ ୬ ସ୍ଲୁଇସ୍ ଗେଟ୍ ବନ୍ଦ
ସମ୍ବଲପୁର,୧୩ା୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଏକକାଳୀନ ୬ଟି ସ୍ଲୁଇସ୍ ଗେଟ୍କୁ ରବିବାର ବନ୍ଦ କରାଯାଇଛି। କ୍ରମଶଃ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଉ ଥିବାରୁ ରବିବାର ସକାଳ ୮ଟାରେ ପ୍ରଥମେ ୨ଟି ଓ ପରେ ପୂର୍ବାହ୍ନ ୧୧ଟାରେ ଆଉ ୪ଟି ମିଶି ମୋଟ୍ ୬ଟି ସ୍ଲୁଇସ୍ ଗେଟ୍କୁ ବନ୍ଦ କରାଯାଇଛି। ଫଳରେ ବର୍ତ୍ତମାନ ମୋଟ୍ ୮ଟି ସ୍ଲୁଇସ୍ ଗେଟ୍ ଜରିଆରେ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ମଧ୍ୟାହ୍ନ ସାଢ଼େ ୧୨ଟାର ସୂଚନା ଅନୁସାରେ […] The post ହୀରାକୁଦ ଜଳଭଣ୍ଡାରର ଏକକାଳୀନ ୬ ସ୍ଲୁଇସ୍ ଗେଟ୍ ବନ୍ଦ appeared first on Dharitri Odia News.
ସମ୍ବଲପୁର,୧୩ା୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଏକକାଳୀନ ୬ଟି ସ୍ଲୁଇସ୍ ଗେଟ୍କୁ ରବିବାର ବନ୍ଦ କରାଯାଇଛି। କ୍ରମଶଃ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଉ ଥିବାରୁ ରବିବାର ସକାଳ ୮ଟାରେ ପ୍ରଥମେ ୨ଟି ଓ ପରେ ପୂର୍ବାହ୍ନ ୧୧ଟାରେ ଆଉ ୪ଟି ମିଶି ମୋଟ୍ ୬ଟି ସ୍ଲୁଇସ୍ ଗେଟ୍କୁ ବନ୍ଦ କରାଯାଇଛି। ଫଳରେ ବର୍ତ୍ତମାନ ମୋଟ୍ ୮ଟି ସ୍ଲୁଇସ୍ ଗେଟ୍ ଜରିଆରେ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି।
ମଧ୍ୟାହ୍ନ ସାଢ଼େ ୧୨ଟାର ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ୬୦୬. ୫୬ ଫୁଟ ରହିଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରହାରି ୧ ଲକ୍ଷ ୫୪ ହାଜର ୧୨୬ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ସମାନ ପରିମାଣର ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ସେଥିମଧ୍ୟରେ ବାମପାଶର୍ବସ୍ଥ ୫ଟି ଓ ଦକ୍ଷିଣ ପାର୍ଶସ୍ଥ ୩ଟି ମିଶି ମାଟ ୮ଟି ସ୍ଲୁଇସ୍ ଗେଟରେ ମହାନଦୀକୁ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୧୬ ହଜାର ୬୪୦ ଘନଫୁଟ, ଶକ୍ତି ଉତ୍ପାଦନ ପାଇଁ ପାୱାର ଚ୍ୟାନେଲରେ ୩୪,୨୨୯ ଘନଫୁଟ, ଶିଳ୍ପସଂସ୍ଥା ପାଇଁ ୨୩୪ ଘନଫୁଟ ଏବଂ ବଂ ଜଳ ସେଚନ ପାଇଁ ବରଗଡ଼ କେନାଲରେ ୨୭୫୫, ଶାସ ଶାସନ କେନାଲରେ ୨୦୦ ଓ ସମ୍ବଲପୁର କେନାଲରେ ୬୮ ଘନଫୁଟ ଜଳ ମିଶି ମୋଟ୍ ୩୦୨୩ ଘନଫୁଟ ଫୁଟ ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାର ପାଣିପାଗ ନିମନ୍ତ୍ରଣ କକ୍ଷ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜଳଭଣ୍ଡାର ଉପରମୁଣ୍ଡରେ ୦୧.୦୪ ମିଲିମିଟର ଓ ତଳମୁଣ୍ଡରେ ୦୩.୯୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
The post ହୀରାକୁଦ ଜଳଭଣ୍ଡାରର ଏକକାଳୀନ ୬ ସ୍ଲୁଇସ୍ ଗେଟ୍ ବନ୍ଦ appeared first on Dharitri Odia News.