ହୀରାକୁଦ ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡାଇଥିବା ଘଟଣା; ବନ୍ଧା ହେଲେ ଅଭିଯୁକ୍ତ ଯୁବକ, କ୍ୟାମେରା-ମୋବାଇଲ ଜବତ

ସମ୍ଵଲପୁର ୧୫।୦୮: ଗିରଫ ହେଲେ ହୀରାକୁଦ ନିଷିଦ୍ଧାଂଚଳରେ ଡ୍ରୋନ ଉଡାଇଥିବା ଯୁବକ । ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଗିରଫ କଲା ହୀରାକୁଦ ପୋଲିସ। ଗିରଫ ଅଭିଯୁକ୍ତ ଜଣକ ଓୟୁଏଟିର ଛାତ୍ର ଅଟନ୍ତି।  ଛାତ୍ର ଜଣଙ୍କ ନୟାଗଡ ଅଞ୍ଚଳର। ପୋଲିସ୍‌ ଯୁବକ ଠାରୁ କ୍ୟାମେରା ମୋବାଇଲ ଜବତ କରିଛି। ହେଲେ ସେ ମନ୍ଦ ଉଦ୍ଦେଶ୍ୟ ରଖି ଭିଡିଓ କରିନଥିବା ନେଇ ଛାତ୍ର କହିଛି। ସୂଚନା ଅନୁସାରେ ହୀରାକୁଦ ଗେଟ ଖୋଲିବା ଦିନ ହୀରାକୁଦ ନିଷିଦ୍ଧାଂଚଳରେ ଡ୍ରୋନ ଉଡାଇଥିଲେ । ସେଠାର ଭିଜୁଆଲ କ୍ୟାପଚର କରି ଇନଷ୍ଟାଗ୍ରାମରେ ଉକ୍ତ ଭିଡିଓ ଅପଲୋଡ କରିଥିଲେ। ଏନେଇ ଡ୍ୟାମ କର୍ତ୍ତୃପକ୍ଷ ହୀରାକୁଦ ଥାନାରେ ଏତଲା ଦେଇଥିଲେ । ଶେଷରେ ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ପରେ ତାଙ୍କର ଡ୍ରୋନ ଓ କ୍ୟାମେରା ମଧ୍ୟ ଜବତ କରାଯାଇଛି।  

ହୀରାକୁଦ ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡାଇଥିବା ଘଟଣା; ବନ୍ଧା ହେଲେ ଅଭିଯୁକ୍ତ ଯୁବକ, କ୍ୟାମେରା-ମୋବାଇଲ ଜବତ

ସମ୍ଵଲପୁର ୧୫।୦୮: ଗିରଫ ହେଲେ ହୀରାକୁଦ ନିଷିଦ୍ଧାଂଚଳରେ ଡ୍ରୋନ ଉଡାଇଥିବା ଯୁବକ । ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଗିରଫ କଲା ହୀରାକୁଦ ପୋଲିସ। ଗିରଫ ଅଭିଯୁକ୍ତ ଜଣକ ଓୟୁଏଟିର ଛାତ୍ର ଅଟନ୍ତି।  ଛାତ୍ର ଜଣଙ୍କ ନୟାଗଡ ଅଞ୍ଚଳର। ପୋଲିସ୍‌ ଯୁବକ ଠାରୁ କ୍ୟାମେରା ମୋବାଇଲ ଜବତ କରିଛି। ହେଲେ ସେ ମନ୍ଦ ଉଦ୍ଦେଶ୍ୟ ରଖି ଭିଡିଓ କରିନଥିବା ନେଇ ଛାତ୍ର କହିଛି। 

ସୂଚନା ଅନୁସାରେ ହୀରାକୁଦ ଗେଟ ଖୋଲିବା ଦିନ ହୀରାକୁଦ ନିଷିଦ୍ଧାଂଚଳରେ ଡ୍ରୋନ ଉଡାଇଥିଲେ । ସେଠାର ଭିଜୁଆଲ କ୍ୟାପଚର କରି ଇନଷ୍ଟାଗ୍ରାମରେ ଉକ୍ତ ଭିଡିଓ ଅପଲୋଡ କରିଥିଲେ। ଏନେଇ ଡ୍ୟାମ କର୍ତ୍ତୃପକ୍ଷ ହୀରାକୁଦ ଥାନାରେ ଏତଲା ଦେଇଥିଲେ । ଶେଷରେ ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ପରେ ତାଙ୍କର ଡ୍ରୋନ ଓ କ୍ୟାମେରା ମଧ୍ୟ ଜବତ କରାଯାଇଛି।