ହୀରାକୁଦ ସମନ୍ଵିତ ଉନ୍ନତିକରଣ ନିମନ୍ତେ କର୍ମଶାଳା

ସମ୍ବଲପୁର:ହୀରାକୁଦର ସମନ୍ଵିତ ବିକାଶ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଆଜି ସମ୍ବଲପୁରର ହୀରାକୁଦ ଇକୋ ରିଟ୍ରିଟ୍ ରେ ଆୟୋଜିତ ହୋଇଯାଇଛି।ଉକ୍ତ କର୍ମଶାଳା ରେ ମୁଖ୍ୟ ଅତିଥି ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀ, ଭାରତ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁରର ମାନ୍ୟବର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ଅତିରିକ୍ତ ମୁଖ୍ୟ ସଚିବ, ଗୁଜରାଟ ସରକାର- ଶ୍ରୀ ମୁକେଶ ପୁରୀ, ସଚିବ, ପର୍ଯ୍ୟଟନ ମନ୍ତ୍ରାଳୟ-ଶ୍ରୀମତୀ ଭି. ଭିଦ୍ୟପତି, ଡିସି-କମ୍-ଏସିଏସ, ଓଡିଶା ସରକାର- ଶ୍ରୀମତି ଅନୁ ଗାର୍ଗ, ଆୟୁକ୍ତ ଓ ସଚିବ, ପର୍ଯ୍ୟଟନ […] The post ହୀରାକୁଦ ସମନ୍ଵିତ ଉନ୍ନତିକରଣ ନିମନ୍ତେ କର୍ମଶାଳା appeared first on Odisha.News.

ହୀରାକୁଦ ସମନ୍ଵିତ ଉନ୍ନତିକରଣ ନିମନ୍ତେ କର୍ମଶାଳା

ସମ୍ବଲପୁର:ହୀରାକୁଦର ସମନ୍ଵିତ ବିକାଶ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଆଜି ସମ୍ବଲପୁରର ହୀରାକୁଦ ଇକୋ ରିଟ୍ରିଟ୍ ରେ ଆୟୋଜିତ ହୋଇଯାଇଛି।ଉକ୍ତ କର୍ମଶାଳା ରେ ମୁଖ୍ୟ ଅତିଥି ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀ, ଭାରତ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁରର ମାନ୍ୟବର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ଅତିରିକ୍ତ ମୁଖ୍ୟ ସଚିବ, ଗୁଜରାଟ ସରକାର- ଶ୍ରୀ ମୁକେଶ ପୁରୀ, ସଚିବ, ପର୍ଯ୍ୟଟନ ମନ୍ତ୍ରାଳୟ-ଶ୍ରୀମତୀ ଭି. ଭିଦ୍ୟପତି, ଡିସି-କମ୍-ଏସିଏସ, ଓଡିଶା ସରକାର- ଶ୍ରୀମତି ଅନୁ ଗାର୍ଗ, ଆୟୁକ୍ତ ଓ ସଚିବ, ପର୍ଯ୍ୟଟନ ବିଭାଗ-ଶ୍ରୀ ବଳବନ୍ତ ସିଂହ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ-ଶ୍ରୀ ସମର୍ଥ ବର୍ମା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲାର ପର୍ଯ୍ୟଟନ ସଂଭାବନା ବଢ଼ାଇବା, ସ୍ଥାନୀୟ ଅର୍ଥନୀତିକୁ ସୁନିଶ୍ଚିତ କରିବା, ହୀରାକୁଦ ଆଖପାଖରେ ଥିବା ଆକର୍ଷଣୀୟ ପରିଦୃଶ୍ୟ, ଜଳଭିତ୍ତିକ ପର୍ଯ୍ୟଟନ, ପରିବେଶ ପର୍ଯ୍ୟଟନ, ହୀରାକୁଦକୁ ଓଡ଼ିଶାର ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବା, ସମଗ୍ର ବିଶ୍ୱର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା, ଦାୟିତ୍ବପୂର୍ଣ୍ଣ ପର୍ଯ୍ୟଟନ ଆଭିମୁଖ୍ୟ, ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି, ବନ୍ୟଜନ୍ତୁସଂରକ୍ଷଣ ଏବଂ ଅର୍ଥନୈତିକ ସମ୍ଭାବନା ଉପରେ ଆଲୋଚନା ହୋଇଥିଲା ।
ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ, ଝାରସୁଗୁଡା ର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ, ବରଗଡ ର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ସମେତ ସମ୍ବଲପୁର, ଝାରସୁଗୁଡା ଓ ବରଗଡ ଜିଲ୍ଲାର ଡ଼ିଏଫଓ ଏବଂ ପ୍ରମୁଖ ପ୍ରଶାସନିକ ଅଧିକାରୀ , ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।

The post ହୀରାକୁଦ ସମନ୍ଵିତ ଉନ୍ନତିକରଣ ନିମନ୍ତେ କର୍ମଶାଳା appeared first on Odisha.News.