ହୀରାକୁଦର ୧୪ଟି ଗେଟ୍‌ ଦେଇ ଜଳ ନିଷ୍କାସିତ, ମୁଣ୍ଡଳିରେ ବି କମୁଛି ଜଳସ୍ତର

ସମ୍ବଲପୁର ୧୦।୦୮ : ହୀରାକୁଦରେ କମୁଛି ଜଳସ୍ତର । ବର୍ତ୍ତମାନ ସୁଦ୍ଧା ୧୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବାମ ପଟରୁ ୯ଟି ଗେଟ୍‌ ଖୋଲା ହୋଇଥିବା ବେଳେ ଡାହାଣ ପଟୁ ୫ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ୬୧୨ ଫୁଟ୍‌ରୁ ଅଧିକ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୮ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୫୦ ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ଜଳସ୍ତର କମୁଥିବାର ଧୀରେ ଧୀରେ ଗେଟ୍‌ ବନ୍ଦ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ୨୦ଟି ଗେଟ୍‌ ଖୋଲାଯାଇଥିଲା । ଏବେ ଧୀରେ ଧୀରେ ଗେଟ୍‌ ବନ୍ଦ କରାଯାଉଛି । ବର୍ତ୍ତମାନ ୧୪ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି । ସେହିପରି ହୀରାକୁଦରେ ଜଳସ୍ତର କମିବାରେ ମହାନଦୀରେ ବି କମିଛି ଜଳ ପ୍ରବାହ । ଶନିବାର ସକାଳ ସମୟରେ ମୁଣ୍ଡଳୀରେ ଜଳସ୍ତର କମିଥିବାର ଦେଖିବାକୁ ମିଳିଛି । ପ୍ରତି ସେକେଣ୍ଡରେ ୩ ଲକ୍ଷ ୭୩ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି । ଆଗକୁ ଯଦି ବର୍ଷା ନହୁଏ , ତେବେ ଜଳପ୍ରବାହରେ ହ୍ରାସ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।  

ହୀରାକୁଦର ୧୪ଟି ଗେଟ୍‌ ଦେଇ ଜଳ ନିଷ୍କାସିତ, ମୁଣ୍ଡଳିରେ ବି କମୁଛି ଜଳସ୍ତର

ସମ୍ବଲପୁର ୧୦।୦୮ : ହୀରାକୁଦରେ କମୁଛି ଜଳସ୍ତର । ବର୍ତ୍ତମାନ ସୁଦ୍ଧା ୧୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବାମ ପଟରୁ ୯ଟି ଗେଟ୍‌ ଖୋଲା ହୋଇଥିବା ବେଳେ ଡାହାଣ ପଟୁ ୫ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । 

ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ୬୧୨ ଫୁଟ୍‌ରୁ ଅଧିକ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୮ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୫୦ ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ଜଳସ୍ତର କମୁଥିବାର ଧୀରେ ଧୀରେ ଗେଟ୍‌ ବନ୍ଦ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ୨୦ଟି ଗେଟ୍‌ ଖୋଲାଯାଇଥିଲା । ଏବେ ଧୀରେ ଧୀରେ ଗେଟ୍‌ ବନ୍ଦ କରାଯାଉଛି । ବର୍ତ୍ତମାନ ୧୪ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି । 

ସେହିପରି ହୀରାକୁଦରେ ଜଳସ୍ତର କମିବାରେ ମହାନଦୀରେ ବି କମିଛି ଜଳ ପ୍ରବାହ । ଶନିବାର ସକାଳ ସମୟରେ ମୁଣ୍ଡଳୀରେ ଜଳସ୍ତର କମିଥିବାର ଦେଖିବାକୁ ମିଳିଛି । ପ୍ରତି ସେକେଣ୍ଡରେ ୩ ଲକ୍ଷ ୭୩ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି । ଆଗକୁ ଯଦି ବର୍ଷା ନହୁଏ , ତେବେ ଜଳପ୍ରବାହରେ ହ୍ରାସ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।