ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରିଥିଲେ ଖଟ୍ଟର, ଆଜି ହାତରୁ ଖସିଲା ମୁଖ୍ୟମନ୍ତ୍ରୀ ପଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହରିୟାଣା ଯାତ୍ରା କରିବାର ଗୋଟିଏ ଦିନ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ଘଟିଛି। ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା ହୋଇଗଲା। ଖଟ୍ଟର ଦୁଇ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ। ଗତକାଲି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୁବ୍ ପ୍ରଶଂସା କରିଥିଲେ ଏବଂ କହିଥିଲେ ଉଭୟ ମୋଟର ସାଇକେଲ୍‌ରେ ହରିୟାଣା ବୁଲୁଥିଲେ। କିନ୍ତୁ ଆଜି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଛି।ସୋମବାର ପ୍ରଧାନମନ୍ତ୍ରୀ ଦ୍ଵାରକା ଏକ୍ସପ୍ରେସ୍ ଓ୍ଵେର ଉଦଘାଟନ ପାଇଁ ଗୁରୁଗ୍ରାମ ଗସ୍ତ କରିଥିଲେ। ମଞ୍ଚରେ ଖୋଦ୍ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମୋଦୀଙ୍କ ସ୍ଵାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ କାମର ଖୁବ୍ ପ୍ରଶଂସା କରିଥିଲେ। ମୋଦୀ କହିଥିଲେ, ଏକ୍ସପ୍ରେସ୍ ଓ୍ଵେର ନିର୍ମାଣରେ ହରିୟାଣା ସରକାର ଓ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ଉଲ୍ଲେଖନୀୟ ଯୋଗଦାନ ରହିଛି। ପିଏମ ମୋଦୀ ମନହୋରଙ୍କୁ ନିଜର ପୁରୁଣା ସାଥୀ ଦର୍ଶାଇ କହିଥିଲେ, ଯେବେ ଦରି ଉପରେ ଶୋଇବାର ଯୁଗ ଥିଲା, ସେହି ସମୟରେ ବି ଆମେ ଏକାଠି ଥିଲୁ।ପ୍ରଧାନମନ୍ତ୍ରୀ କହିଥିଲେ, ସେହି ସମୟରେ ଖଟ୍ଟରଙ୍କ ପାଖରେ ଏକ ମୋଟର ସାଇକେଲ୍ ଥିଲା। ଦୁହେଁ ସେଥିରେ ବସି ହରିୟାଣା ଭ

ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରିଥିଲେ ଖଟ୍ଟର, ଆଜି ହାତରୁ ଖସିଲା ମୁଖ୍ୟମନ୍ତ୍ରୀ ପଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହରିୟାଣା ଯାତ୍ରା କରିବାର ଗୋଟିଏ ଦିନ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ଘଟିଛି। ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା ହୋଇଗଲା। ଖଟ୍ଟର ଦୁଇ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ। ଗତକାଲି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୁବ୍ ପ୍ରଶଂସା କରିଥିଲେ ଏବଂ କହିଥିଲେ ଉଭୟ ମୋଟର ସାଇକେଲ୍‌ରେ ହରିୟାଣା ବୁଲୁଥିଲେ। କିନ୍ତୁ ଆଜି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଛି।

ସୋମବାର ପ୍ରଧାନମନ୍ତ୍ରୀ ଦ୍ଵାରକା ଏକ୍ସପ୍ରେସ୍ ଓ୍ଵେର ଉଦଘାଟନ ପାଇଁ ଗୁରୁଗ୍ରାମ ଗସ୍ତ କରିଥିଲେ। ମଞ୍ଚରେ ଖୋଦ୍ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମୋଦୀଙ୍କ ସ୍ଵାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ କାମର ଖୁବ୍ ପ୍ରଶଂସା କରିଥିଲେ। ମୋଦୀ କହିଥିଲେ, ଏକ୍ସପ୍ରେସ୍ ଓ୍ଵେର ନିର୍ମାଣରେ ହରିୟାଣା ସରକାର ଓ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ଉଲ୍ଲେଖନୀୟ ଯୋଗଦାନ ରହିଛି। ପିଏମ ମୋଦୀ ମନହୋରଙ୍କୁ ନିଜର ପୁରୁଣା ସାଥୀ ଦର୍ଶାଇ କହିଥିଲେ, ଯେବେ ଦରି ଉପରେ ଶୋଇବାର ଯୁଗ ଥିଲା, ସେହି ସମୟରେ ବି ଆମେ ଏକାଠି ଥିଲୁ।

ପ୍ରଧାନମନ୍ତ୍ରୀ କହିଥିଲେ, ସେହି ସମୟରେ ଖଟ୍ଟରଙ୍କ ପାଖରେ ଏକ ମୋଟର ସାଇକେଲ୍ ଥିଲା। ଦୁହେଁ ସେଥିରେ ବସି ହରିୟାଣା ଭ୍ରମଣ କରୁଥିଲୁ। ଖଟ୍ଟର ମୋଟର ସାଇକେଲ୍ ଚଳାଉଥିଲେ ଏବଂ ସେ ପଛରେ ବସୁଥିଲେ। ରୋହତକରୁ ବାହାରି ଗୁରୁଗ୍ରାମରେ ଅଟକୁଥିଲୁ। ସେହି ସମୟରେ ଗୁରୁଗ୍ରାମର ରାସ୍ତା ବହୁତ ଅଣ ଓସାରିଆ ଥିଲା। ଯାତାୟତରେ ବହୁତ ସମସ୍ୟା ହେଉଥିଲା। ମାତ୍ର ମୁଁ ବହୁତ ଖୁସି ଯେ ଆଜି ଆମେ ଏକାଠି ଅଛୁ ଏବଂ ଲୋକଙ୍କ ଭବିଷ୍ୟତ ସହ ଅଛୁ। ପ୍ରଧାନମନ୍ତ୍ରୀ ଖଟ୍ଟରଙ୍କ ପ୍ରଶଂସା କରି କହିଥିଲେ, ମନୋହରଲାଲ ଜୀ ହରିୟାଣାର ବିକାଶ ପାଇଁ ଦିନରାତି କାମ କରିଛନ୍ତି। 

ସୋମବାର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପରସ୍ପରକୁ ବେଶ ପ୍ରଶଂସା କରିଥିଲେ। ମାତ୍ର ଆଜି ଅପ୍ରତ୍ୟାଶିତ ଭାବେ ମନହୋରଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଖଟ୍ଟର ଏବେ ଲୋକସଭା ନିର୍ବାଚନ ଲଢି ପାରନ୍ତି ବୋଲି କୁହାଯାଉଛି।