ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧରେ ମାମଲା ରୁଜୁ କଲା ଟିଏମ୍‌ସି

ନୂଆଦିଲ୍ଲୀ: ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ବିରୋଧରେ ଥାନାରେ ମାମଲା ରୁଜୁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଅମିତଙ୍କ ବିରୋଧରେ କୋଲକାତାରେ ମାମଲା ରୁଜୁ ହୋଇଛି। ପଶ୍ଚିମବଙ୍ଗ ରାଜ୍ୟ ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଶନିବାର କୋଲକାତା ପୁଲିସ ଷ୍ଟେସନ୍‌ରେ ମାମଲା ରୁଜୁ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି “ଅଭିଯୁକ୍ତ(ଅମିତ ମାଲବ୍ୟ) ତାଙ୍କ ଏକ୍ସ ପୋଷ୍ଟରେ ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଅସାମ୍ବିଧାନିକ ଓ ଅପଶବ୍ଦ ବ୍ୟବହାର କରିଛନ୍ତି। ଯାହା ସମ୍ପୂର୍ଣ୍ଣ ମିଛ। ତାଙ୍କ ଛବି ମଳିନ କରିବାକୁ ଜାଣିଶୁଣି ଏଭଳି କରାଯାଇଛି।”ଚନ୍ଦ୍ରିମା କହିଛନ୍ତି “୨୦୨୪ ଏପ୍ରିଲ ୧୯ର ଅମିତ ମାଲବ୍ୟ ଏକ ପୋଷ୍ଟ ଶେୟାର କରିଥିଲେ। ଯାହା ସମ୍ପୂର୍ଣ୍ଣ ଅପମାନଜନକ ଓ ମହିଳାଙ୍କ ଗରିମାକୁ ହାନୀ ପହଞ୍ଚାଉଛି। ସମ୍ପୂର୍ଣ୍ଣ ଦେଶରେ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀଙ୍କ ଅପମାନ କରେ। ବିଜେପି ନେତା ଜାଣିଶୁଣି ମୁଖ୍ୟମନ୍ତ୍ରୀ ଚବି ମଳିନ କରିବାକୁ ଚାହୁଁଛନ୍ତି।”ପଢ଼ନ୍ତୁ-କଂଗ୍ରେସର ମେଗା ରାଲିରେ ଯୋଗ ଦେଲେନି ରାହୁଲ ଗାନ୍ଧୀ: କାହିଁକି ହଠାତ୍ ଫେରିଗଲେ ?ଏଥିସହିତ ଚନ୍ଦ୍ରିମା ପ୍ରମାଣ ସ୍ୱରୂପ ଅମିତଙ୍କ ପୋଷ୍ଟର ସ୍କ୍ରିନ୍‌ଶଟ୍ ମଧ୍ୟ ପୁଲିସକୁ ଦେଇଛନ୍ତି। ଏଭଳି ପୋଷ୍ଟ ସମାଜରେ କଳି ଓ ଅଶାନ୍ତି ସୃଷ୍ଟି କରିବାକୁ ଶେୟାର କରାଯାଇ ଥିଲା ବୋଲି

ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧରେ ମାମଲା ରୁଜୁ କଲା ଟିଏମ୍‌ସି

ନୂଆଦିଲ୍ଲୀ: ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ବିରୋଧରେ ଥାନାରେ ମାମଲା ରୁଜୁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଅମିତଙ୍କ ବିରୋଧରେ କୋଲକାତାରେ ମାମଲା ରୁଜୁ ହୋଇଛି। ପଶ୍ଚିମବଙ୍ଗ ରାଜ୍ୟ ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଶନିବାର କୋଲକାତା ପୁଲିସ ଷ୍ଟେସନ୍‌ରେ ମାମଲା ରୁଜୁ କରିଛନ୍ତି। 

ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଅଭିଯୁକ୍ତ(ଅମିତ ମାଲବ୍ୟ) ତାଙ୍କ ଏକ୍ସ ପୋଷ୍ଟରେ ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଅସାମ୍ବିଧାନିକ ଓ ଅପଶବ୍ଦ ବ୍ୟବହାର କରିଛନ୍ତି। ଯାହା ସମ୍ପୂର୍ଣ୍ଣ ମିଛ। ତାଙ୍କ ଛବି ମଳିନ କରିବାକୁ ଜାଣିଶୁଣି ଏଭଳି କରାଯାଇଛି।
ଚନ୍ଦ୍ରିମା କହିଛନ୍ତି “୨୦୨୪ ଏପ୍ରିଲ ୧୯ର ଅମିତ ମାଲବ୍ୟ ଏକ ପୋଷ୍ଟ ଶେୟାର କରିଥିଲେ। ଯାହା ସମ୍ପୂର୍ଣ୍ଣ ଅପମାନଜନକ ଓ ମହିଳାଙ୍କ ଗରିମାକୁ ହାନୀ ପହଞ୍ଚାଉଛି। ସମ୍ପୂର୍ଣ୍ଣ ଦେଶରେ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀଙ୍କ ଅପମାନ କରେ। ବିଜେପି ନେତା ଜାଣିଶୁଣି ମୁଖ୍ୟମନ୍ତ୍ରୀ ଚବି ମଳିନ କରିବାକୁ ଚାହୁଁଛନ୍ତି।”

ପଢ଼ନ୍ତୁ-କଂଗ୍ରେସର ମେଗା ରାଲିରେ ଯୋଗ ଦେଲେନି ରାହୁଲ ଗାନ୍ଧୀ: କାହିଁକି ହଠାତ୍ ଫେରିଗଲେ ?

ଏଥିସହିତ ଚନ୍ଦ୍ରିମା ପ୍ରମାଣ ସ୍ୱରୂପ ଅମିତଙ୍କ ପୋଷ୍ଟର ସ୍କ୍ରିନ୍‌ଶଟ୍ ମଧ୍ୟ ପୁଲିସକୁ ଦେଇଛନ୍ତି। ଏଭଳି ପୋଷ୍ଟ ସମାଜରେ କଳି ଓ ଅଶାନ୍ତି ସୃଷ୍ଟି କରିବାକୁ ଶେୟାର କରାଯାଇ ଥିଲା ବୋଲି ଚନ୍ଦ୍ରିମା ଅଭିଯୋଗ କରିଛନ୍ତି। ଏଥିରେ ଅମିତଙ୍କ ବିରୋଧରେ ଆଇପିସି ଧାରା ୫୦୦, ୫୦୪ ଓ ୫୦୯ରେ ମାମଲା ରୁଜୁ ହୋଇଛି।