ହୀରାକୁଦରେ ଖୋଲିଲା ଆଉ ୬ଟି ଗେଟ୍; ୨୦ଟି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ ନିଷ୍କାସନ
କନକ ବ୍ୟୁରୋ: ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୬ଟି ଗେଟ୍ । ଏହାକୁ ମିଶାଇ ଏବେ ମୋଟ ୨୦ଟି ଗେଟରେ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଗେଟ୍ ଖୋଲାଯାଇଥିବା ସୂଚନା ରହିଛି । ପାହାଡିଆ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଶନିବାର ହୀରାକୁଦର ୧୪ଟି ଗେଟ୍ ଖୋଲାଯାଇଥିଲା । ଫଳରେ ମହାନଦୀ ଏବଂ ଏହାର ଶାଖାନଦୀମାନଙ୍କରେ ମଧ୍ୟ ଜଳସ୍ତର ବଢିବାରେ ଲାଗିଛି । କିଛି ଦିନ ପୂର୍ବରୁ ମଧ୍ୟ ଏଭଳି ସ୍ଥିତି ନେଇ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ଏବେ ଚାରିଆଡେ ଚାଷ କାମ ହୋଇଥିବାବେଳେ ବନ୍ୟା ପାଣି ନେଇ ଚିନ୍ତାରେ ଚାଷୀ ।
କନକ ବ୍ୟୁରୋ: ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୬ଟି ଗେଟ୍ । ଏହାକୁ ମିଶାଇ ଏବେ ମୋଟ ୨୦ଟି ଗେଟରେ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଗେଟ୍ ଖୋଲାଯାଇଥିବା ସୂଚନା ରହିଛି ।
ପାହାଡିଆ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଶନିବାର ହୀରାକୁଦର ୧୪ଟି ଗେଟ୍ ଖୋଲାଯାଇଥିଲା । ଫଳରେ ମହାନଦୀ ଏବଂ ଏହାର ଶାଖାନଦୀମାନଙ୍କରେ ମଧ୍ୟ ଜଳସ୍ତର ବଢିବାରେ ଲାଗିଛି । କିଛି ଦିନ ପୂର୍ବରୁ ମଧ୍ୟ ଏଭଳି ସ୍ଥିତି ନେଇ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ଏବେ ଚାରିଆଡେ ଚାଷ କାମ ହୋଇଥିବାବେଳେ ବନ୍ୟା ପାଣି ନେଇ ଚିନ୍ତାରେ ଚାଷୀ ।