ହୁମ୍ମା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କରିବା ପାଇଁ ଦାବି ଜୋର
ଗଞ୍ଜାମ : ହୁମାଠାରେ ରହିଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ଜୋର ଧରିଛି । ଏ ନେଇ ହୁମାର ଏକ ପ୍ରତନିଧି ଦଳ ବିଭାଗୀୟ ମନ୍ତୀଙ୍କୁ ଭେଟି ଏକ ଦାବି ପତ୍ର ଦେଇଛି । ପ୍ରକାଶଯୋଗ୍ୟ ଯେ ହୁମା ସ୍ୱାସ୍ଥ୍ୟକେନ୍ଦ୍ରଟି ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ହେତୁ ଦୈନିକ ଶହ ଶହ ରୋଗୀ ପ୍ରାଥମିକ ଚିକିତ୍ସା ନିମନ୍ତେ ଆସିଥାନ୍ତି । ଏପରିକି ବିଭିନ୍ନ ପଂଚାୟତ ଲୋକ ଯଥା […]

ଗଞ୍ଜାମ : ହୁମାଠାରେ ରହିଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ଜୋର ଧରିଛି । ଏ ନେଇ ହୁମାର ଏକ ପ୍ରତନିଧି ଦଳ ବିଭାଗୀୟ ମନ୍ତୀଙ୍କୁ ଭେଟି ଏକ ଦାବି ପତ୍ର ଦେଇଛି । ପ୍ରକାଶଯୋଗ୍ୟ ଯେ ହୁମା ସ୍ୱାସ୍ଥ୍ୟକେନ୍ଦ୍ରଟି ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ହେତୁ ଦୈନିକ ଶହ ଶହ ରୋଗୀ ପ୍ରାଥମିକ ଚିକିତ୍ସା ନିମନ୍ତେ ଆସିଥାନ୍ତି । ଏପରିକି ବିଭିନ୍ନ ପଂଚାୟତ ଲୋକ ଯଥା ହୁମା, ସୁବଳୟା, ରାମ ଗଡ଼, ପାଳିବନ୍ଦ, ମଲାଡ଼ ପଂଚାୟତ ର କିଛି ଅଞ୍ଚଳ ଲୋକମାନେ ସ୍ୱାସ୍ଥ୍ୟ ସେବା ନିର୍ଭର କରିଥାନ୍ତି । ଏଣୁ ଏହି ପ୍ରାଥମିକ ନୂତନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କରିବା ପାଇଁ ହୁମ୍ମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଭେଟି ଦାବି ଜଣାଇଛନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଖଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ୨୫ କିମି, ଛତ୍ରପୁର ମେଡିକାଲ ୨୦ କିମି ଏବଂ ଖଣ୍ଡଦେଉଳୀ ମେଡିକାଲ ୧୫ କିଲୋମିଟରରେ ଦୂରରେ ଅବସ୍ଥିତ । ତେଣୁ ଏଠାରେ ଗୋଟିଏ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କରିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଦାବି ପତ୍ରରେ ଉଲେଖ ରହିଛି । ମନ୍ତ୍ରୀଙ୍କୁ ଭେଟିବା ବେଳେ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ,ପୂର୍ବତନ ବ୍ଲକ ଅଧକ୍ଷ ତଥା ଆତ୍ମା ଚେୟାରମ୍ୟାନ ରଘୁନାଥ ସାହୁ,ରଙ୍କନାଥ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।