ହୃଦୟ ଜିତିଲେ ବିରାଟ: କହିଲେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ସମୟ
ବ୍ରିଜଟାଉନ,୩୦ା୬: ୨୦୧୩ ପରେ ଭାରତ ହାସଲ କରିଛି ଆଇସିସି ଟ୍ରଫି। ବ୍ରିଜଟାଉନ କେନ୍ସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍ରେ ହରାଇ ଭାରତ ଟି୨୦ କ୍ରିକେଟ ବିଶ୍ୱକପ ବିଜୟ ହୋଇଛି। ଏହି ପରିପ୍ରେକ୍ଷୀରେ ବିରାଟ କୋହଲି ନିଜ ଅବସର ଘୋଷଣା କରିଛନ୍ତି। ବିରାଟ କହିଛନ୍ତି, ଏହା ମୋର ଅନ୍ତିମ ଟି୨୦ ବିଶ୍ୱକପ ହୋଇଥିବା ବେଳେ ଟ୍ରଫି ଜିତିବା ବେଶ ସ୍ମରଣୀୟ ବୋଲି ପ୍ରକାଶ କରିଛନ୍ତି। ଏହା ଭାରତ ପାଇଁ ମୋର ଶେଷ ଟି୨୦ ମ୍ୟାଚ୍ ହୋଇଥିବା […] The post ହୃଦୟ ଜିତିଲେ ବିରାଟ: କହିଲେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ସମୟ appeared first on Dharitri Odia News.
ବ୍ରିଜଟାଉନ,୩୦ା୬: ୨୦୧୩ ପରେ ଭାରତ ହାସଲ କରିଛି ଆଇସିସି ଟ୍ରଫି। ବ୍ରିଜଟାଉନ କେନ୍ସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍ରେ ହରାଇ ଭାରତ ଟି୨୦ କ୍ରିକେଟ ବିଶ୍ୱକପ ବିଜୟ ହୋଇଛି। ଏହି ପରିପ୍ରେକ୍ଷୀରେ ବିରାଟ କୋହଲି ନିଜ ଅବସର ଘୋଷଣା କରିଛନ୍ତି।
ବିରାଟ କହିଛନ୍ତି, ଏହା ମୋର ଅନ୍ତିମ ଟି୨୦ ବିଶ୍ୱକପ ହୋଇଥିବା ବେଳେ ଟ୍ରଫି ଜିତିବା ବେଶ ସ୍ମରଣୀୟ ବୋଲି ପ୍ରକାଶ କରିଛନ୍ତି। ଏହା ଭାରତ ପାଇଁ ମୋର ଶେଷ ଟି୨୦ ମ୍ୟାଚ୍ ହୋଇଥିବା ବେଳେ ଆମେ ଟ୍ରଫି ଜିତିବାକୁ ଚାହିଁଥିଲୁ। ଏହା ରୋହିତ ଶର୍ମାଙ୍କ ପାଇଁ ନବମ ଓ ମୋର ଷଷ୍ଠ ବିଶ୍ୱକପ। ବର୍ତ୍ତମାନ ଭାରତର ଯୁବ ଖେଳାଳିଙ୍କ କାନ୍ଧରେ ଏହି ଖେଳକୁ ଆଗକୁ ନେବାର ଭାର ନ୍ୟସ୍ତ ରହିବ ବୋଲି ବିରାଟ ମତ ପ୍ରକାଶ କରିଛନ୍ତି।
The post ହୃଦୟ ଜିତିଲେ ବିରାଟ: କହିଲେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ସମୟ appeared first on Dharitri Odia News.