ହୃଦୟ ଜିତିଲେ ଶାହରୁଖ

ନୂଆଦିଲ୍ଲୀ,୪।୪: ଆଇପିଏଲ୍‌ ୨୦୨୪ର ଏକ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୦୬ ରନ୍‌ରେ ପରାସ୍ତ କରିଛି। ଆଇପିଏଲ ୨୦୨୪ରେ ଏହା କୌଣସି ଦଳର ସବୁଠାରୁ ବଡ ବିଜୟ ଥିଲା। କେକେଆର ପାଇଁ ସୁନୀଲ ନାରିନ ୮୫ ରନର ଚମତ୍କାର ଇନିଂସ ଖେଳିଥିଲେ। ବଲିଉଡ ତାରକା ତଥା କେକେଆର ମାଲିକ ଶାହାରୁଖ ଖାନ ମଧ୍ୟ ମ୍ୟାଚ ଦେଖିବାକୁ ଆସିଥିଲେ। ଦିଲ୍ଲୀର ପରାଜୟ ପରେ ସେ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଶାହାରୁଖ ବିପକ୍ଷ ଅଧିନାୟକ ରିଷଭ ପନ୍ତଙ୍କୁ […] The post ହୃଦୟ ଜିତିଲେ ଶାହରୁଖ appeared first on Dharitri Odia News.

ହୃଦୟ ଜିତିଲେ ଶାହରୁଖ

ନୂଆଦିଲ୍ଲୀ,୪।୪: ଆଇପିଏଲ୍‌ ୨୦୨୪ର ଏକ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୦୬ ରନ୍‌ରେ ପରାସ୍ତ କରିଛି। ଆଇପିଏଲ ୨୦୨୪ରେ ଏହା କୌଣସି ଦଳର ସବୁଠାରୁ ବଡ ବିଜୟ ଥିଲା। କେକେଆର ପାଇଁ ସୁନୀଲ ନାରିନ ୮୫ ରନର ଚମତ୍କାର ଇନିଂସ ଖେଳିଥିଲେ। ବଲିଉଡ ତାରକା ତଥା କେକେଆର ମାଲିକ ଶାହାରୁଖ ଖାନ ମଧ୍ୟ ମ୍ୟାଚ ଦେଖିବାକୁ ଆସିଥିଲେ। ଦିଲ୍ଲୀର ପରାଜୟ ପରେ ସେ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଶାହାରୁଖ ବିପକ୍ଷ ଅଧିନାୟକ ରିଷଭ ପନ୍ତଙ୍କୁ ଆଲିଙ୍ଗନ କରିଥିଲେ। ସେ ଅନ୍ୟ ଖେଳାଳିଙ୍କ ପରି ରିଷଭଙ୍କୁ ମଧ୍ୟ ଭେଟିଥିଲେ।
ଆଇପିଏଲ ପକ୍ଷରୁ ଏକ ଭିଡିଓ ଶେୟାର କରାଯାଇଛି। ଏଥିରେ ବଲିଉଡର ରାଜା ଶାହାରୁଖ ଖାନ ଖେଳାଳିଙ୍କୁ ଭେଟିଥିବାର ନଜର ଆସିଛନ୍ତି। ଶାହାରୁଖ ରିଷଭ ପନ୍ତ, ଡେଭିଡ ୱାର୍ନର ଏବଂ ଇଶାନ୍ତ ଶର୍ମାଙ୍କ ସମେତ ସମସ୍ତ ଖେଳାଳିଙ୍କୁ ଭେଟି ସେମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଶଂସକମାନେ ଶାହାରୁଖଙ୍କ ଏହି ଶୈଳୀକୁ ବହୁତ ପସନ୍ଦ କରିଥିଲେ। ଏଥିରେ ଅଧିକାଂଶ ପ୍ରଶଂସକ ଶାହାରୁଖଙ୍କୁ ପ୍ରଶଂସା କରିଛନ୍ତି।

The post ହୃଦୟ ଜିତିଲେ ଶାହରୁଖ appeared first on Dharitri Odia News.