ହୃଦୟ ଜିତିଲେ ଶୁଭାଂଶୁଙ୍କ ମା’: କହିଲେ, ମୋ ବୋହୂ ପାଇଁ ହୋଇଛି ସବୁକିଛି ସମ୍ଭବ

ନୂଆଦିଳ୍ଲୀ,୨୫।୬: ଭାରତର ଶୁଭାଂଶୁ ଶୁକ୍ଳା ଅନ୍ୟ ତିନି ଜଣ ମହାକାଶଚାରୀଙ୍କ ସହ କେନେଡି ସ୍ପେସ ସେଣ୍ଟରରୁ ଆକ୍ସିଅମ-୪ ମିଶନ ପାଇଁ ଉଡ଼ାଣ ଭରିଛନ୍ତି। ଏହି ମିଶନକୁ ଭାରତର ଶୁଭାଂଶୁ ଶୁକ୍ଳା ପରିଚାଳନା କରୁଛନ୍ତି। ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କ ମା’ ଆଶା ଶୁକ୍ଳା କହିଛନ୍ତି, ଏହା ଆମ ପାଇଁ ଏବଂ ସମସ୍ତଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ସବୁଠି ପୋଷ୍ଟର ଲଗାଯାଉଛି। ସମସ୍ତେ ଖୁସି ଯେ ଏହି ଦେଶର, ଏହି ତ୍ରିବେଣୀ ନଗରର ଜଣେ ପୁଅ ଏତେ […] The post ହୃଦୟ ଜିତିଲେ ଶୁଭାଂଶୁଙ୍କ ମା’: କହିଲେ, ମୋ ବୋହୂ ପାଇଁ ହୋଇଛି ସବୁକିଛି ସମ୍ଭବ appeared first on Dharitri Odia News.

ହୃଦୟ ଜିତିଲେ ଶୁଭାଂଶୁଙ୍କ ମା’: କହିଲେ, ମୋ ବୋହୂ ପାଇଁ ହୋଇଛି ସବୁକିଛି ସମ୍ଭବ

ନୂଆଦିଳ୍ଲୀ,୨୫।୬: ଭାରତର ଶୁଭାଂଶୁ ଶୁକ୍ଳା ଅନ୍ୟ ତିନି ଜଣ ମହାକାଶଚାରୀଙ୍କ ସହ କେନେଡି ସ୍ପେସ ସେଣ୍ଟରରୁ ଆକ୍ସିଅମ-୪ ମିଶନ ପାଇଁ ଉଡ଼ାଣ ଭରିଛନ୍ତି। ଏହି ମିଶନକୁ ଭାରତର ଶୁଭାଂଶୁ ଶୁକ୍ଳା ପରିଚାଳନା କରୁଛନ୍ତି।

ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କ ମା’ ଆଶା ଶୁକ୍ଳା କହିଛନ୍ତି, ଏହା ଆମ ପାଇଁ ଏବଂ ସମସ୍ତଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ସବୁଠି ପୋଷ୍ଟର ଲଗାଯାଉଛି। ସମସ୍ତେ ଖୁସି ଯେ ଏହି ଦେଶର, ଏହି ତ୍ରିବେଣୀ ନଗରର ଜଣେ ପୁଅ ଏତେ ଉଚ୍ଚତାରେ ପହଞ୍ଚିବାକୁ ଯାଉଛି। ଆମେ ତାଙ୍କୁ ଆମର ଶୁଭେଚ୍ଛା ଏବଂ ଆଶୀର୍ବାଦ ପଠାଉଛୁ। ତାଙ୍କୁ ଆମର ବୋହୂଙ୍କୁ ପ୍ରତି ମଧ୍ୟ ପୂର୍ଣ୍ଣ ସମର୍ଥନ ରହିଛି। ତାଙ୍କ ବିନା ଏହା ସମ୍ଭବ ହୋଇନଥାନ୍ତା। ସେ ଏଠାରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛନ୍ତି।

ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କ ବାପା ଶମ୍ଭୁ ଦୟାଲ ଶୁକ୍ଳା କହିଛନ୍ତି, ଆମେ ବହୁତ ଖୁସି। ଆମର ଆଶୀର୍ବାଦ ତାଙ୍କ ସହିତ ଅଛି, ଏବଂ ଆମେ ଭଗବାନଙ୍କୁ ପ୍ରାର୍ଥନା କରୁଛୁ ଯେ ତାଙ୍କର ମିଶନ ଭଲ ଭାବରେ ସମାପ୍ତ ହେଉ। ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ତାଙ୍କ ପାଇଁ ଲଗାଯାଇଥିବା ସମସ୍ତ ପୋଷ୍ଟର ଦେଖି ବହୁତ ଭଲ ଲାଗୁଛି। ସେ ଲକ୍ଷ୍ନୌ, ରାଜ୍ୟ ଏବଂ ଆମ ଦେଶକୁ ଗର୍ବିତ କରିଛନ୍ତି। ଆମେ ତାଙ୍କ ପାଇଁ ଗର୍ବିତ।

ଏହି ମିଶନ ଭାରତ ପାଇଁ ଐତିହାସିକ।, ପୋଲାଣ୍ଡ ଏବଂ ହଙ୍ଗେରୀ ପାଇଁ ମଧ୍ୟ। ୪୦ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ଦୁଇ ଦେଶ ମାନବ ମହାକାଶ ଉଡ଼ାଣରେ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଥର ପାଇଁ ଭାରତ, ପୋଲାଣ୍ଡ ଏବଂ ହଙ୍ଗେରୀ ଏକ ମିଳିତ ମିଶନ ଅଧୀନରେ ISS କୁ ଏକାଠି ଯାଇଛନ୍ତି। ଏହି ମିଶନକୁ ଫାଲକନ ୯ ରକେଟରେ ସ୍ପେସଏକ୍ସ ଡ୍ରାଗନ କ୍ୟାପସୁଲରେ ଉତକ୍ଷେପଣ କରାଯାଇଥିଲା। ଫ୍ଲୋରିଡାର ନାସାର କେନେଡି ସ୍ପେସ ସେଣ୍ଟରରେ ଲଞ୍ଚ କମ୍ପ୍ଲେକ୍ସ 39Aରୁ Axiom-4 କ୍ରୁ ଉତକ୍ଷେପଣ କରାଯାଇଥିଲା।

ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା କହିଛନ୍ତି, ନମସ୍କାର, ମୋର ପ୍ରିୟ ଦେଶବାସୀ! ଆମେ ୪୧ ବର୍ଷ ପରେ ପୁଣି ଥରେ ମହାକାଶରେ ପହଞ୍ଚିଛୁ। ଏହା ଏକ ଆଶ୍ଚର୍ଯ୍ୟଜନକ ଯାତ୍ରା। ଆମେ ପ୍ରତି ସେକେଣ୍ଡରେ ୭.୫ କିଲୋମିଟର ବେଗରେ ପୃଥିବୀ ପରିକ୍ରମା କରୁଛୁ। ମୋ କାନ୍ଧରେ ଥିବା ମୋର ତ୍ରିରଙ୍ଗା ମୋତେ କହୁଛି ଯେ, ମୁଁ ତୁମ ସମସ୍ତଙ୍କ ସହିତ ଅଛି। ମୋର ଏହି ଯାତ୍ରା ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) ର ଆରମ୍ଭ ନୁହେଁ, ଏହା ଭାରତର ମାନବ ମହାକାଶ କାର୍ଯ୍ୟକ୍ରମର ଆରମ୍ଭ। ମୁଁ ଚାହେଁ ଯେ, ତୁମେ ସମସ୍ତେ ଏହି ଯାତ୍ରାର ଅଂଶ ହୁଅ। ତୁମର ଛାତି ମଧ୍ୟ ଗର୍ବରେ ଫୁଲିଯିବା ଉଚିତ। ଆସନ୍ତୁ ଆମେ ସମସ୍ତେ ମିଶି ଭାରତର ମାନବ ମହାକାଶ କାର୍ଯ୍ୟକ୍ରମ ଆରମ୍ଭ କରିବା। ଜୟ ହିନ୍ଦ! ଜୟ ଭାରତ!

The post ହୃଦୟ ଜିତିଲେ ଶୁଭାଂଶୁଙ୍କ ମା’: କହିଲେ, ମୋ ବୋହୂ ପାଇଁ ହୋଇଛି ସବୁକିଛି ସମ୍ଭବ appeared first on Dharitri Odia News.