ପୂର୍ବତନ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରୁ ଗିରଫ କଲା ପୋଲିସ
ମାନିଲା,୧୧।୩: ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେଙ୍କୁ ଗିରଫ କରାଯାଇଛି। ମାନବତା ବିରୋଧୀ ଅପରାଧ ମାମଲାରେ ଦୁତେର୍ତ୍ତେଙ୍କୁ ଗିରଫ କରାଯାଇଛି। ଅନ୍ତର୍ଜାତୀୟ ଅପରାଧ ଅଦାଲତ (ICC) ଗିରଫ ନିର୍ଦ୍ଦେଶ ଦେବା ପରେ ଫିଲିପାଇନ୍ସ ପୋଲିସ ମଙ୍ଗଳବାର ପୂର୍ବତନ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେଙ୍କୁ ମାନିଲା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରିଛି। ଫିଲିପାଇନ୍ସ ସରକାର ପୂର୍ବତନ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେଙ୍କ ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ ଅପରାଧ ଅଦାଲତ ଡୁଟେର୍ଟେଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲା। ଏହା ପରେ, […] The post ପୂର୍ବତନ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରୁ ଗିରଫ କଲା ପୋଲିସ appeared first on Dharitri Odia News.
ମାନିଲା,୧୧।୩: ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେଙ୍କୁ ଗିରଫ କରାଯାଇଛି। ମାନବତା ବିରୋଧୀ ଅପରାଧ ମାମଲାରେ ଦୁତେର୍ତ୍ତେଙ୍କୁ ଗିରଫ କରାଯାଇଛି। ଅନ୍ତର୍ଜାତୀୟ ଅପରାଧ ଅଦାଲତ (ICC) ଗିରଫ ନିର୍ଦ୍ଦେଶ ଦେବା ପରେ ଫିଲିପାଇନ୍ସ ପୋଲିସ ମଙ୍ଗଳବାର ପୂର୍ବତନ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେଙ୍କୁ ମାନିଲା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରିଛି।
ଫିଲିପାଇନ୍ସ ସରକାର ପୂର୍ବତନ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେଙ୍କ ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ ଅପରାଧ ଅଦାଲତ ଡୁଟେର୍ଟେଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲା। ଏହା ପରେ, ତାଙ୍କୁ ଗିରଫ କରାଯାଇଥିଲା।
ଅନ୍ତର୍ଜାତୀୟ ଅପରାଧ ଅଦାଲତର ମୁଖ୍ୟାଳୟ ନେଦରଲାଣ୍ଡର ରାଜଧାନୀ ହେଗରେ ରହିଛି। ଏହି କୋର୍ଟ ୨୦୦୨ ମସିହାରେ ଉଦଘାଟନ ହୋଇଥିଲା। କିଛି ପରିସ୍ଥିତିରେ ନରସଂହାର, ମାନବତା ବିରୋଧୀ ଅପରାଧ ଏବଂ ଯୁଦ୍ଧ ଅପରାଧ ଭଳି ଅପରାଧ ପାଇଁ ବ୍ୟକ୍ତିବିଶେଷଙ୍କ ତଦନ୍ତ ଏବଂ ଦଣ୍ଡବିଧାନ କରିବାର କ୍ଷମତା ଅନ୍ତର୍ଜାତୀୟ ଅପରାଧ ଅଦାଲତର ଅଛି।
ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସଙ୍କ କାର୍ଯ୍ୟାଳୟରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ହଂକଂରୁ ପହଞ୍ଚିବା ପରେ ଡୁଟେର୍ଟେଙ୍କୁ ଗିରଫ କରାଯାଇଥିଲା ଏବଂ ଅନ୍ତର୍ଜାତୀୟ ଅପରାଧ ଅଦାଲତର ନିର୍ଦ୍ଦେଶ ଅନୁଯାୟୀ ପୋଲିସ ତାଙ୍କୁ ଅଟକ ରଖିଛି। ପୂର୍ବତନ ରାଷ୍ଟ୍ରପତିଙ୍କ ଅବୈଧ ନିଶାଦ୍ରବ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନର ଏକ ଅଂଶ ସ୍ବରୂପ ଅନ୍ତର୍ଜାତୀୟ ଅପରାଧ ଅଦାଲତ ଗଣହତ୍ୟାର ତଦନ୍ତ କରୁଛି।
The post ପୂର୍ବତନ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରୁ ଗିରଫ କଲା ପୋଲିସ appeared first on Dharitri Odia News.