‘କ୍ରସ ହେଲା ରେଡ ଲାଇନ’, ମନ୍ଦିରରେ ଖଲିସ୍ତାନୀ ଆକ୍ରମଣ ପରେ ଚେତାବନୀ ଦେଲେ କାନାଡା ସାଂସଦ

ଓଟାଓ୍ବା,୪।୧୧: କାନାଡାର ସାଂସଦ ଚନ୍ଦ୍ର ଆର୍ଯ୍ୟ ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିର ପରିସରରେ ଖାଲିସ୍ତାନୀ ଉଗ୍ରବାଦୀଙ୍କ ଦ୍ୱାରା ହିନ୍ଦୁ-କାନାଡିୟ ଭକ୍ତଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି। ସେ ଏହି ହିଂସାକୁ ନିନ୍ଦା କରି କହିଛନ୍ତି ଯେ ଖାଲିସ୍ତାନୀ ଉଗ୍ରବାଦୀମାନେ ଏକ ଲାଲ ରେଖା ବା ରେଡ ଲାଇନ୍‌ ଅତିକ୍ରମ କରିଛନ୍ତି ଯାହା କାନାଡାରେ ହିଂସାବାଦୀ ଉଗ୍ରବାଦକୁ ଦର୍ଶାଉଛି। ଆର୍ଯ୍ୟ ଏକ୍ସରେ ଆକ୍ରମଣର ଏକ ଭିଡିଓ ଶେୟାର କରି ଲେଖିଛନ୍ତି, ଆଜି କାନାଡିୟ ଖାଲିସ୍ତାନୀ […] The post ‘କ୍ରସ ହେଲା ରେଡ ଲାଇନ’, ମନ୍ଦିରରେ ଖଲିସ୍ତାନୀ ଆକ୍ରମଣ ପରେ ଚେତାବନୀ ଦେଲେ କାନାଡା ସାଂସଦ appeared first on Dharitri Odia News.

‘କ୍ରସ ହେଲା ରେଡ ଲାଇନ’, ମନ୍ଦିରରେ ଖଲିସ୍ତାନୀ ଆକ୍ରମଣ ପରେ ଚେତାବନୀ ଦେଲେ କାନାଡା ସାଂସଦ

ଓଟାଓ୍ବା,୪।୧୧: କାନାଡାର ସାଂସଦ ଚନ୍ଦ୍ର ଆର୍ଯ୍ୟ ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିର ପରିସରରେ ଖାଲିସ୍ତାନୀ ଉଗ୍ରବାଦୀଙ୍କ ଦ୍ୱାରା ହିନ୍ଦୁ-କାନାଡିୟ ଭକ୍ତଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି। ସେ ଏହି ହିଂସାକୁ ନିନ୍ଦା କରି କହିଛନ୍ତି ଯେ ଖାଲିସ୍ତାନୀ ଉଗ୍ରବାଦୀମାନେ ଏକ ଲାଲ ରେଖା ବା ରେଡ ଲାଇନ୍‌ ଅତିକ୍ରମ କରିଛନ୍ତି ଯାହା କାନାଡାରେ ହିଂସାବାଦୀ ଉଗ୍ରବାଦକୁ ଦର୍ଶାଉଛି।
ଆର୍ଯ୍ୟ ଏକ୍ସରେ ଆକ୍ରମଣର ଏକ ଭିଡିଓ ଶେୟାର କରି ଲେଖିଛନ୍ତି, ଆଜି କାନାଡିୟ ଖାଲିସ୍ତାନୀ ଉଗ୍ରବାଦୀମାନେ ଏକ ରେଡ ଲାଇନ ଅତିକ୍ରମ କରିଛନ୍ତି। ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିର ପରିସରରେ ଖାଲିସ୍ତାନୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣ କାନାଡାରେ କେତେ ହିଂସାତ୍ମକ ତଥା ନିଷ୍ଠୁର ହୋଇପଡିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଭାବୁଛି ଏହି ରିପୋର୍ଟଗୁଡିକରେ କିଛି ସତ୍ୟ ଅଛି ଯେ କାନାଡାର ରାଜନୈତିକ ବ୍ୟବସ୍ଥା ବ୍ୟତୀତ ଖାଲିସ୍ତାନୀମାନେ ମଧ୍ୟ ଆମର ଆଇନ ଶୃଙ୍ଖଳା ସଂସ୍ଥାରେ ଅନୁପ୍ରବେଶ କରିଛନ୍ତି। କାନାଡାର ସାଂସଦ ଆହୁରି ଚିନ୍ତା ପ୍ରକଟ କରିଛନ୍ତି ଯେ ଖାଲିସ୍ତାନୀ ଉଗ୍ରବାଦୀମାନେ କାନାଡାର ଅଭିବ୍ୟକ୍ତିର ସ୍ବାଧୀନତାର ସୁଯୋଗ ନେଉଛନ୍ତି ଏବଂ ଏସବୁ କରିବା ପାଇଁ ଏକ ମାଗଣା ପାସ ପାଇଛନ୍ତି।

The post ‘କ୍ରସ ହେଲା ରେଡ ଲାଇନ’, ମନ୍ଦିରରେ ଖଲିସ୍ତାନୀ ଆକ୍ରମଣ ପରେ ଚେତାବନୀ ଦେଲେ କାନାଡା ସାଂସଦ appeared first on Dharitri Odia News.