ହେଜବୋଲ୍ଲାର ପେଜରଠାରୁ ଅଧିକ ଶକ୍ତିଶାଳୀ ଇଭିଏମ୍‌, କଂଗ୍ରେସର ଦାବିକୁ ନେଇ ଏମିତି କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୧୬।୧୦: ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କଂଗ୍ରେସ ନେତା ରସିଦ ଅଲଭି ମଙ୍ଗଳବାର ବାଲାଟ ପେପର ମାଧ୍ୟମରେ ଭୋଟ ଦେବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯଦି ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ବ୍ୟବହାର କରାଯାଏ ତେବେ ଭାଜପା ସରକାର ଏବଂ ର୍ନିିାଚନ ଆୟୋଗ କିଛି ବି କରିପାରନ୍ତି। ରସିଦ ଅଲଭି ଆହୁରି କହିଛନ୍ତି ଯେ ଯଦି ଇସ୍ରାଏଲ ଏହାର ପେଜରକୁ ଏପଟ ସେପଟ କରି ଲୋକଙ୍କୁ ହତ୍ୟା କରିପାରେ, […] The post ହେଜବୋଲ୍ଲାର ପେଜରଠାରୁ ଅଧିକ ଶକ୍ତିଶାଳୀ ଇଭିଏମ୍‌, କଂଗ୍ରେସର ଦାବିକୁ ନେଇ ଏମିତି କହିଲେ ନିର୍ବାଚନ କମିଶନ appeared first on Dharitri Odia News.

ହେଜବୋଲ୍ଲାର ପେଜରଠାରୁ ଅଧିକ ଶକ୍ତିଶାଳୀ ଇଭିଏମ୍‌, କଂଗ୍ରେସର ଦାବିକୁ ନେଇ ଏମିତି କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୧୬।୧୦: ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କଂଗ୍ରେସ ନେତା ରସିଦ ଅଲଭି ମଙ୍ଗଳବାର ବାଲାଟ ପେପର ମାଧ୍ୟମରେ ଭୋଟ ଦେବାକୁ ଦାବି କରିଛନ୍ତି।
ସେ କହିଛନ୍ତି ଯେ ଯଦି ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ବ୍ୟବହାର କରାଯାଏ ତେବେ ଭାଜପା ସରକାର ଏବଂ ର୍ନିିାଚନ ଆୟୋଗ କିଛି ବି କରିପାରନ୍ତି। ରସିଦ ଅଲଭି ଆହୁରି କହିଛନ୍ତି ଯେ ଯଦି ଇସ୍ରାଏଲ ଏହାର ପେଜରକୁ ଏପଟ ସେପଟ କରି ଲୋକଙ୍କୁ ହତ୍ୟା କରିପାରେ, ତେବେ କିଛି ବି ହୋଇପାରେ। ରସିଦ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଇସ୍ରାଏଲ ସହ ବହୁତ ଭଲ ସମ୍ପର୍କ ରହିଛି।

ନିର୍ବାଚନ କମିଶନ ମଙ୍ଗଳବାର ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଏହି ତାରିଖ ଘୋଷଣା କରିବାବେଳେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଇଭିଏମର ବିଶ୍ୱସନୀୟତା ସମ୍ପର୍କରେ ନିଜର ମତ ରଖିଥିଲେ।
ସେ କହିଛନ୍ତି ଯେ ଇଭିଏମ ସମ୍ପୂର୍ଣ୍ଣ ସୁରକ୍ଷିତ। କୁମାର କହିଛନ୍ତି ଯେ ଆଜିକାଲି ପ୍ରଶ୍ନ ଆସୁଛି ଯେ ଯେତେବେଳେ ପେଜର୍‌ ଉଡିପାରିବ ସେତେବେଳେ ଇଭିଏମ କିପରି ହ୍ୟାକ ହୋଇପାରିବ ନାହିଁ। ସେ କହିଛନ୍ତି ପେଜର୍‌ କନେକ୍ଟେଡ କିନ୍ତୁ ଇଭିଏମ ନୁହେଁ। ଇଭିଏମ ସହିତ ଜଡିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ଆମେ ପ୍ରସ୍ତୁତ ଏବଂ ଆମେ ଏହା ପୂର୍ବରୁ ମଧ୍ୟ ଉତ୍ତର ଦେଇଛୁ।

କଂଗ୍ରେସର ରସିଦ ଅଲଭିଙ୍କ ଦାବି ଉପରେ ନିର୍ବାଚନ ଆୟୋଗ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଆମର ‘ଇଭିଏମ ହେଜବୋଲ୍ଲାର ପେଜର୍‌ ଅପେକ୍ଷା ଅଧିକ ଶକ୍ତିଶାଳୀ’, ଏହା ହେଉଛି ନିର୍ବାଚନ ଆୟୋଗର ପ୍ରତିକ୍ରିୟା, ଯାହା କଂଗ୍ରେସର ରସିଦ ଅଲଭିଙ୍କ ଦାବି ଉପରେ ଆଧାର କରି ଇସ୍ରାଏଲ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବନ୍ଧୁତା’କୁ ଦର୍ଶାଇ ସେ କହିଛନ୍ତି ଯେ ଲେବାନାନର ପେଜର୍‌ ପରି ଇଭିଏମ ମଧ୍ୟ ଏପଟ ସେପଟ କରାଯାଇପାରେ। ଏହାକୁ ମଧ୍ୟ କଠୋର କରାଯିବ ଏବଂ ବାଲାଟ ପେପର ମାଧ୍ୟମରେ ଭୋଟ ଦେବାକୁ ବିରୋଧୀଙ୍କୁ ଅନୁରୋଧ କରାଯାଇଥିଲା।

The post ହେଜବୋଲ୍ଲାର ପେଜରଠାରୁ ଅଧିକ ଶକ୍ତିଶାଳୀ ଇଭିଏମ୍‌, କଂଗ୍ରେସର ଦାବିକୁ ନେଇ ଏମିତି କହିଲେ ନିର୍ବାଚନ କମିଶନ appeared first on Dharitri Odia News.