ହେବନି ବିଜେଡି-ବିଜେପି ମେଣ୍ଟ! ୧୦ ଦିନ ଘମାସାନରେ ପଡିପାରେ ଯବନିକା

ଭୁବନେଶ୍ୱର ୧୫/୦୩: ହେବନି ବିଜେଡି-ବିଜେପି ମେଣ୍ଟ । ଦୀର୍ଘ ୧୦ ଦିନ ଧରି ଚାଲିଥିବା ମେଣ୍ଟ ଘମାସାନର ପଡିପାରେ ଯବନିକା । ବିଶେଷ ସୂତ୍ରରୁ ଖବର ମିଳୁଛି ଯେ ମେଣ୍ଟ ନେଇ ଆଗକୁ ଆଉ କୌଣସି ଆଲୋଚନା ବଢିନପାରେ । ଗୁରୁବାର ଗଣମାଧ୍ୟମରେ ୨ ଦଳ ମେଣ୍ଟ ସମ୍ପର୍କରେ ମୁହଁ ଖେଲିନଥିବା ବେଳେ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇଯାଇଥିଲେ । କିନ୍ତୁ ଆଜି ଯାହା ଖବର ଆସୁଛି ମେଣ୍ଟ ଆଶା ମଉଳିଯାଇଛି । ଦୁଇ ଦଳ ମେଣ୍ଟରେ ଗଲେ କଣ କ୍ଷତି ହେବ ଏବଂ ମେଣ୍ଟରେ ନଗଲେ କଣ ଲାଭ ମିଳିବ, ଏହାଛଡା କଂଗ୍ରେସ କେତେ ଫାଇଦାରେ ରହିବ ତାହା ଉପରେ ବଡ ବିଚାରବିମର୍ଶ କରୁଥିଲେ ବରିଷ୍ଠ ନେତୃତ୍ୱ । ଭୁବନେଶ୍ବରଠାରୁ ଦିଲ୍ଲୀ ଯାଏଁ ଦୀର୍ଘ ଦିନ ଧରି ଚାଲିଥିଲା ମାନସମନ୍ଥନ । ତେବେ ଦୁଇ ଦଳ ମେଣ୍ଟରେ ନଯିବା ପାଇଁ ଆପାତତଃ ନିଷ୍ପତ୍ତି ନେଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ସୂଚନା ଥାଉକି, ବିଜେଡି-ବିଜେପି ମେଣ୍ଟ ହଟଚମଟ ଭିତରେ ଦିଲ୍ଲୀରୁ ଫେରି ବିଜେପି ରାଜ୍ୟ ସଭାପତି ମନମୋହନ ଦେଇଥିଲେ ଏମିତି ବୟାନ । ଏକଥା ବି କହିଲେ, ଓଡ଼ିଆ ଅସ୍ମିତାକୁ ନେଇ ଲଢ଼ିବୁ, ଲୋକେ ବିଜେପିକୁ ଆଶୀର୍ବାଦ କରିବେ । ଯେତେ ପଚାରିଲେ ବି ପାଟିରୁ ମେଣ୍ଟ ସମ୍ପର୍କରେ ଉଁ ଚୁଁ ବାହାରିଲା ନାହିଁ । ନିଜ ଟ୍ୱିଟର (ଏକ୍ସ) ହ୍ୟାଣ୍ଡଲ୍‌ରେ ବି ସମାନ କଥା ଲେଖିଲେ ।  ମାତ୍ର ଦି’ ଘଣ୍ଟା ପୂରିନଥିଲା ପୁଣି ବୟାନ ବଦଳାଇ ଦେଲେ । କହିଲେ ଦଳର ଶୀର୍ଷ ନେତୃତ୍ୱ ମେଣ୍ଟ ନିଷ୍ପତ୍ତି ନେବ । ରାଷ୍

ହେବନି ବିଜେଡି-ବିଜେପି ମେଣ୍ଟ! ୧୦ ଦିନ ଘମାସାନରେ ପଡିପାରେ ଯବନିକା

ଭୁବନେଶ୍ୱର ୧୫/୦୩: ହେବନି ବିଜେଡି-ବିଜେପି ମେଣ୍ଟ । ଦୀର୍ଘ ୧୦ ଦିନ ଧରି ଚାଲିଥିବା ମେଣ୍ଟ ଘମାସାନର ପଡିପାରେ ଯବନିକା । ବିଶେଷ ସୂତ୍ରରୁ ଖବର ମିଳୁଛି ଯେ ମେଣ୍ଟ ନେଇ ଆଗକୁ ଆଉ କୌଣସି ଆଲୋଚନା ବଢିନପାରେ । 


ଗୁରୁବାର ଗଣମାଧ୍ୟମରେ ୨ ଦଳ ମେଣ୍ଟ ସମ୍ପର୍କରେ ମୁହଁ ଖେଲିନଥିବା ବେଳେ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇଯାଇଥିଲେ । କିନ୍ତୁ ଆଜି ଯାହା ଖବର ଆସୁଛି ମେଣ୍ଟ ଆଶା ମଉଳିଯାଇଛି । ଦୁଇ ଦଳ ମେଣ୍ଟରେ ଗଲେ କଣ କ୍ଷତି ହେବ ଏବଂ ମେଣ୍ଟରେ ନଗଲେ କଣ ଲାଭ ମିଳିବ, ଏହାଛଡା କଂଗ୍ରେସ କେତେ ଫାଇଦାରେ ରହିବ ତାହା ଉପରେ ବଡ ବିଚାରବିମର୍ଶ କରୁଥିଲେ ବରିଷ୍ଠ ନେତୃତ୍ୱ । 


ଭୁବନେଶ୍ବରଠାରୁ ଦିଲ୍ଲୀ ଯାଏଁ ଦୀର୍ଘ ଦିନ ଧରି ଚାଲିଥିଲା ମାନସମନ୍ଥନ । ତେବେ ଦୁଇ ଦଳ ମେଣ୍ଟରେ ନଯିବା ପାଇଁ ଆପାତତଃ ନିଷ୍ପତ୍ତି ନେଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ସୂଚନା ଥାଉକି, ବିଜେଡି-ବିଜେପି ମେଣ୍ଟ ହଟଚମଟ ଭିତରେ ଦିଲ୍ଲୀରୁ ଫେରି ବିଜେପି ରାଜ୍ୟ ସଭାପତି ମନମୋହନ ଦେଇଥିଲେ ଏମିତି ବୟାନ । 


ଏକଥା ବି କହିଲେ, ଓଡ଼ିଆ ଅସ୍ମିତାକୁ ନେଇ ଲଢ଼ିବୁ, ଲୋକେ ବିଜେପିକୁ ଆଶୀର୍ବାଦ କରିବେ । ଯେତେ ପଚାରିଲେ ବି ପାଟିରୁ ମେଣ୍ଟ ସମ୍ପର୍କରେ ଉଁ ଚୁଁ ବାହାରିଲା ନାହିଁ । ନିଜ ଟ୍ୱିଟର (ଏକ୍ସ) ହ୍ୟାଣ୍ଡଲ୍‌ରେ ବି ସମାନ କଥା ଲେଖିଲେ ।  ମାତ୍ର ଦି’ ଘଣ୍ଟା ପୂରିନଥିଲା ପୁଣି ବୟାନ ବଦଳାଇ ଦେଲେ । କହିଲେ ଦଳର ଶୀର୍ଷ ନେତୃତ୍ୱ ମେଣ୍ଟ ନିଷ୍ପତ୍ତି ନେବ । ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ଯାହା ନିଷ୍ପତ୍ତି ନେବ ତାକୁ ଆମେ ମାନିବୁ । ଟ୍ୱିଟ୍‌କୁ ହଟାଇ ଦେଲେ । 


ମନମୋହନଙ୍କ ୟୁ-ଟର୍ଣ୍ଣ ସ୍ପଷ୍ଟ କଲା ଯେ, ମେଣ୍ଟ ନେଇ ଏଯାଏଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି । ଭାଗ୍ୟ ଝୁଲିଛି ସୁତା ଧାରରେ । ନୂଆଦିଲ୍ଲୀ ସୂତ୍ର କହୁଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେ ପି ନଡ୍ଡାଙ୍କ ସହ ଆଲୋଚନା କରିବେ । ନବୀନଙ୍କ ସହ ଆଲୋଚନା କରିବା ପରେ ମେଣ୍ଟ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।


ଶନିବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଡାକିଛି । ଏଥିରେ ଓଡ଼ିଶା ସମ୍ପର୍କରେ ଆଲୋଚନା ହେବ । ସମସ୍ତ ୨୧ଟି ଯାକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଦେବାକୁ ରାଜ୍ୟ ଶାଖାକୁ କୁହାଯାଇଥିଲା । ସେପଟେ ବିଜେଡି ବି ପୂରା ଦମ୍‌ରେ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ୧୪୭ଟି ଯାକ ବିଧାନସଭା ଏବଂ ୨୧ ଲୋକସଭା ଆସନରେ ଦଳର ସ୍ଥିତି ସମୀକ୍ଷା କରିଛନ୍ତି ନବୀନ । ଏକ ପ୍ରକାର ବାର୍ତ୍ତା ଦେଇଛନ୍ତି, ଏକୁଟିଆ ଲଢ଼ିବାକୁ ବିଜେଡି ପ୍ରସ୍ତୁତ । 


ବୁଧବାର ରାଜ୍ୟ ବିଜେପି ସଭାପତି ଓ ଅନ୍ୟ ନେତାମାନେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କ ସହ ଦୁଇଟି ପର୍ଯ୍ୟାୟରେ ବୈଠକ କରିଥିଲେ । ବିଜେଡି ସହ ମେଣ୍ଟକୁ ତୀବ୍ର ବିରୋଧ କରିଥିଲେ ରାଜ୍ୟ ଶାଖା ନେତାଏ । ଶାହ ଧୈର୍ଯ୍ୟର ସହ ଶୁଣିଥିଲେ । କେବଳ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଲେ । ମାତ୍ର ମେଣ୍ଟ ହେବ ନା ହେବନି ସେ ନେଇ କିଛି ନିର୍ଦ୍ଦିଷ୍ଟ କଥା କହିିନଥିଲେ । 


ଏବେ ସ୍ପଷ୍ଟ ହୋଇନି ସତ, କିନ୍ତୁ ବିଶେଷ ସୂତ୍ରରୁ ଜଣାପଡିଛି ଯେ, ବୋଧହୁଏ ବିଜେଡି-ବିଜେପି ମେଣ୍ଟ ହେବନି । ଯଦିଓ ଦଳ ପକ୍ଷରୁ କିଛି ଶୁଣାଯାଇନି, କିନ୍ତୁ ଆରମ୍ଭ ହୋଇଛି ଚର୍ଚ୍ଚା ।