ହେମନ୍ତ ସୋରେନଙ୍କୁ ଖୋଲା ଅଫର୍‌ ଦେଲେ ହିମନ୍ତ ବିଶ୍ୱ ଶର୍ମା, କହିଲେ ଏକାଠି କାମ କରିବା ଯଦି…

ନୂଆଦିଲ୍ଲୀ,୩୧।୮: ଆସାମ ସିଏମ ଏବଂ ଝାଡଖଣ୍ଡରେ ଭାଜପାର ସହ-ପ୍ରଭାରୀ ଦାୟିତ୍ୱରେ ଥିବା ହିମନ୍ତ ବିଶ୍ୱ ଶର୍ମା ନିଜ ବୟାନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଶନିବାର ସେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ସର୍ବସାଧରଣରେ ଏକ ଖୋଲା ଅଫର୍‌ ଦେଇଛନ୍ତି। ଯାହାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ସେ କହିଛନ୍ତି , ଯଦି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଅନୁପ୍ରବେଶକାରୀଙ୍କ ବିରୋଧରେ ଠିଆ ହୁଏ, ତା’ହେଲେ ଆମର କୌଣସି ଅସୁବିଧା ହେବ ନାହିଁ। […] The post ହେମନ୍ତ ସୋରେନଙ୍କୁ ଖୋଲା ଅଫର୍‌ ଦେଲେ ହିମନ୍ତ ବିଶ୍ୱ ଶର୍ମା, କହିଲେ ଏକାଠି କାମ କରିବା ଯଦି… appeared first on Dharitri Odia News.

ହେମନ୍ତ ସୋରେନଙ୍କୁ ଖୋଲା ଅଫର୍‌ ଦେଲେ ହିମନ୍ତ ବିଶ୍ୱ ଶର୍ମା, କହିଲେ ଏକାଠି କାମ କରିବା ଯଦି…

ନୂଆଦିଲ୍ଲୀ,୩୧।୮: ଆସାମ ସିଏମ ଏବଂ ଝାଡଖଣ୍ଡରେ ଭାଜପାର ସହ-ପ୍ରଭାରୀ ଦାୟିତ୍ୱରେ ଥିବା ହିମନ୍ତ ବିଶ୍ୱ ଶର୍ମା ନିଜ ବୟାନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଶନିବାର ସେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ସର୍ବସାଧରଣରେ ଏକ ଖୋଲା ଅଫର୍‌ ଦେଇଛନ୍ତି। ଯାହାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।

ସେ କହିଛନ୍ତି , ଯଦି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଅନୁପ୍ରବେଶକାରୀଙ୍କ ବିରୋଧରେ ଠିଆ ହୁଏ, ତା’ହେଲେ ଆମର କୌଣସି ଅସୁବିଧା ହେବ ନାହିଁ। ସେମାନେ ଏପରି କଲେ ଆମେ ଏକାଠି ମିଶି କାମ କରିପାରିବା।

ଖବର ସରବରାହ ସଂସ୍ଥା ଏଏନଆଇ ସହ କଥାବାର୍ତ୍ତା କରି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି , ପ୍ରଥମେ ଜେଏମଏମକୁ ଏଥିରେ ନିଷ୍ପତ୍ତି ନେବାକୁ ପଡ଼ିବ। ସେ ପ୍ରଶ୍ନ କରିଛନ୍ତି ଯେ ଜେଏମଏମ ଅନୁପ୍ରବେଶକାରୀଙ୍କ ବିରୋଧରେ ଅଛି ନା ମୁଁ ତୁଷ୍ଟିକରଣ ରାଜନୀତି କରୁଛି?

ହିମନ୍ତ ଆହୁରି କହିଛନ୍ତି, ଯଦି ଜେଏମଏମ କହିଦିଏ କି ସେ ତୁଷ୍ଟିକରଣ ରାଜନୀତି କରୁନାହିଁ ଏବଂ ଅନୁପ୍ରବେଶକାରୀଙ୍କ ବିରୋଧରେ ଅଛି। ତେବେ ଭାଜପାର କୌଣସି ଆପତ୍ତି ନାହିଁ, କାରଣ ଭାଜପା ସବୁବେଳେ ସବକା ସାଥ୍‌ ଓ ସବକା ବିକାଶରେ କାମ କରିଥାଏ।

The post ହେମନ୍ତ ସୋରେନଙ୍କୁ ଖୋଲା ଅଫର୍‌ ଦେଲେ ହିମନ୍ତ ବିଶ୍ୱ ଶର୍ମା, କହିଲେ ଏକାଠି କାମ କରିବା ଯଦି… appeared first on Dharitri Odia News.