ହେମା ମାଳିନୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଅଭିଯୋଗରେ କଂଗ୍ରେସ ନେତା ସୂର୍ଯ୍ୟେୱାଲାଙ୍କୁ ଇସି ନୋଟିସ

ନୂଆଦିଲ୍ଲୀ : ଅଭିନେତ୍ରୀ ତଥା ବିଜେପିର ମଥୁରା ସାଂସଦ ହେମା ମାଳିନୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଅଭିଯୋଗରେ ମଙ୍ଗଳବାର ନିର୍ବାଚନ କମିଶନ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। କମିଶନ ଏହି ମାମଲାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ବି ଜବାବ ତଲବ କରିଛନ୍ତି। ସୂର୍ଯ୍ୟେୱାଲାଙ୍କ ବୟାନକୁ ଇସି ଅତ୍ୟନ୍ତ ଅସଭ୍ୟ, ଅସାମାଜିକ ଓ ଅଭଦ୍ର ଭାବେ ଅବିହିତ କରିଛନ୍ତି। ସର୍ବସାଧାରଣ ଭାଷଣରେ ମହିଳାଙ୍କ ସମ୍ମାନ ସଂକ୍ରାନ୍ତ ନିର୍ଦ୍ଦେଶାବଳୀକୁ କଂଗ୍ରେସ ନେତାମାନେ କଡ଼ାକଡ଼ି […]

ହେମା ମାଳିନୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଅଭିଯୋଗରେ କଂଗ୍ରେସ ନେତା ସୂର୍ଯ୍ୟେୱାଲାଙ୍କୁ ଇସି ନୋଟିସ
EC issues show-cause notice to Randeep Surjewala for 'undignified' comments against Hema Malini

ନୂଆଦିଲ୍ଲୀ : ଅଭିନେତ୍ରୀ ତଥା ବିଜେପିର ମଥୁରା ସାଂସଦ ହେମା ମାଳିନୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଅଭିଯୋଗରେ ମଙ୍ଗଳବାର ନିର୍ବାଚନ କମିଶନ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। କମିଶନ ଏହି ମାମଲାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ବି ଜବାବ ତଲବ କରିଛନ୍ତି। ସୂର୍ଯ୍ୟେୱାଲାଙ୍କ ବୟାନକୁ ଇସି ଅତ୍ୟନ୍ତ ଅସଭ୍ୟ, ଅସାମାଜିକ ଓ ଅଭଦ୍ର ଭାବେ ଅବିହିତ କରିଛନ୍ତି।

ସର୍ବସାଧାରଣ ଭାଷଣରେ ମହିଳାଙ୍କ ସମ୍ମାନ ସଂକ୍ରାନ୍ତ ନିର୍ଦ୍ଦେଶାବଳୀକୁ କଂଗ୍ରେସ ନେତାମାନେ କଡ଼ାକଡ଼ି ପାଳନ କରିବା ପାଇଁ ସେ କେଉଁ ପଦକ୍ଷେପ ନେଇଛନ୍ତି ତାହା ଜଣାଇବାକୁ ଖଡ଼ଗେଙ୍କୁ କହିଛନ୍ତି ନିର୍ବାଚନ କମିଶନ। କାରଣ ଦର୍ଶାଅ ନୋଟିସର ଜବାବ ଦାଖଲ କରିବା ପାଇଁ ରଣଦୀପ ସୁରଜେୱାଲାଙ୍କୁ ଏପ୍ରିଲ ୧୧ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଦିଆଯାଇଥିବା ବେଳେ ଖଡ଼ଗେଙ୍କୁ ଏପ୍ରିଲ ୧୨ ଯାଏଁ ମହଲତ ଦେଇଛନ୍ତି କମିଶନ।

ହରିୟାଣାରେ ଏକ ନିର୍ବାଚନୀ ସଭାରେ ସୂର୍ଯ୍ୟେୱାଲା ବିଜେପି ସାଂସଦ ହେମା ମାଳିନୀଙ୍କ ପ୍ରତି ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ ବୋଲି ବିଜେପି ଅଭିଯୋଗ କରିଥିଲା। ଏନେଇ ଦଳ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା। ରଣଦୀପ ସୂର୍ଯ୍ୟେୱାଲା କିନ୍ତୁ କହିଥିଲେ ଯେ ସମ୍ପୃକ୍ତ ଭିଡ଼ିଓକୁ ସମ୍ପାଦିତ କରାଯାଇଛି । ବିଜେପି ସାଂସଦ ହେମା ମାଳିନୀଙ୍କୁ ଆଘାତ କିମ୍ବା ଅପମାନିତ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା। ଏହା ପୂର୍ବରୁ ନିର୍ବାଚନ କମିଶନ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତଙ୍କୁ ମଧ୍ୟ ନୋଟିସ୍ ଜାରି କରିଥିଲେ। ହିମାଚଳ ପ୍ରଦେଶ ମଣ୍ଡିରୁ ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ‌ କଙ୍ଗନା ରନାଓ୍ବତଙ୍କ ବିରୋଧରେ ଶ୍ରୀନେତ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା।