ହେଲାନି ତଦନ୍ତ କି ନିଆଗଲାନି କାର୍ଯ୍ୟାନୁଷ୍ଠାନ, ଘୁଷୁରୀ ଖାଇଲେ ଅର୍ପଣ ଚାଉଳ !
କୋଣାର୍କ ୨୪।୮: ଦୀର୍ଘ ତିନି ଦିନ ଧରି ଗୋପ ବ୍ରାଞ୍ଚ କେନାଲରେ ଫିଙ୍ଗା ଯାଇଥିବା ଚାଉଳକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ନ ହେବା କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ସମୟରେ ସକାଳୁ ଏହି ଚାଉଳକୁ ଘୁଷୁରି ଖାଇବା ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତିନି ଦିନ ତଳେ ଗୋଟିଏ ମିନିଟ୍ରକ୍ କ୍ବିଣ୍ଟାଲ କ୍ବିଣ୍ଟାଲ ଚାଉଳକୁ ଆଣି ଗୋପ ବ୍ଲକ ବାୟାକୁଦା ନିକଟସ୍ଥ ଗୋପ ବ୍ରାଞ୍ଚ କେନାଲରେ ଫିଙ୍ଗି ଦେଇଥିଲେ । ଫଳରେ ନିକଟରେ ଥିବା ଆଉ ଗୋଟିଏ ଚାଉଳ ଭର୍ତ୍ତି ଗାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଏପରି ଏକ ଅର୍ପଣ ଚାଉଳ ଫିଙ୍ଗାଯିବା ନେଇ ବିଭନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଫିଙ୍ଗା ଯାଇଥିବା ଚାଉଳରୁ ଗୁଆ, ଧୂପକାଠି ଓ ପଇସା ମିଳିବା ପରେ ଏହା ଏକପ୍ରକାର ଅର୍ପଣ ଚାଉଳ ବୋଲି ଅନୁମାନ କରଯାଉଛି l ମାତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ ଅର୍ପଣ ଚାଉଳ ଠିକ୍ ଅଛି ବୋଲି କୁହାଯାଇଥିବା ସମୟରେ ଜିଲ୍ଲାପାଳଙ୍କ ନୀରବଦ୍ରଷ୍ଟା ସମସ୍ତଙ୍କୁ ଚକିତ କରିଛି । You Can Read:ଭଡା ଘରୁ ମହିଳା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ଜଣାପଡିନି ମୃତ୍ୟୁର କାରଣ
କୋଣାର୍କ ୨୪।୮: ଦୀର୍ଘ ତିନି ଦିନ ଧରି ଗୋପ ବ୍ରାଞ୍ଚ କେନାଲରେ ଫିଙ୍ଗା ଯାଇଥିବା ଚାଉଳକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ନ ହେବା କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ସମୟରେ ସକାଳୁ ଏହି ଚାଉଳକୁ ଘୁଷୁରି ଖାଇବା ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତିନି ଦିନ ତଳେ ଗୋଟିଏ ମିନିଟ୍ରକ୍ କ୍ବିଣ୍ଟାଲ କ୍ବିଣ୍ଟାଲ ଚାଉଳକୁ ଆଣି ଗୋପ ବ୍ଲକ ବାୟାକୁଦା ନିକଟସ୍ଥ ଗୋପ ବ୍ରାଞ୍ଚ କେନାଲରେ ଫିଙ୍ଗି ଦେଇଥିଲେ । ଫଳରେ ନିକଟରେ ଥିବା ଆଉ ଗୋଟିଏ ଚାଉଳ ଭର୍ତ୍ତି ଗାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଏପରି ଏକ ଅର୍ପଣ ଚାଉଳ ଫିଙ୍ଗାଯିବା ନେଇ ବିଭନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଫିଙ୍ଗା ଯାଇଥିବା ଚାଉଳରୁ ଗୁଆ, ଧୂପକାଠି ଓ ପଇସା ମିଳିବା ପରେ ଏହା ଏକପ୍ରକାର ଅର୍ପଣ ଚାଉଳ ବୋଲି ଅନୁମାନ କରଯାଉଛି l ମାତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ ଅର୍ପଣ ଚାଉଳ ଠିକ୍ ଅଛି ବୋଲି କୁହାଯାଇଥିବା ସମୟରେ ଜିଲ୍ଲାପାଳଙ୍କ ନୀରବଦ୍ରଷ୍ଟା ସମସ୍ତଙ୍କୁ ଚକିତ କରିଛି ।
You Can Read:
ଭଡା ଘରୁ ମହିଳା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ଜଣାପଡିନି ମୃତ୍ୟୁର କାରଣ