ହେଲୋ, ମୁଁ....କ୍ରାଇମବ୍ରାଞ୍ଚ ଡିସିପି କହୁଛି, ଏମିତି କହି ଆକାଉଣ୍ଟରୁ ଲୁଟିନେଲେ ୧.୪୮ କୋଟି

ପ୍ରୟାଗରାଜ ୦୯/୦୫: କ୍ରାଇମବ୍ରାଞ୍ଚ ଡିସିପିର ପଚିଚୟ ଦେଇ ଲୁଟିନେଲେ କୋଟି କୋଟି ଟଙ୍କା । ଜଣେ ମହିଳାଙ୍କ ଆକାଉଣ୍ଟରୁ କଟିଛି ପାଖାପାଖି ଦେଢ କୋଟି ଟଙ୍କା ।  ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଛି ଏମିତି ସାଂଘାତିକ ଠକେଇ । ସୂଚନା ଥାଉକି, ନକଲି କ୍ରାଇମବ୍ରାଞ୍ଚ ଡିସିପି ବନି କରିଥିଲେ ଭିଡିଓ କଲ୍‌ । କଲ୍ କରିଥିବା ବ୍ୟକ୍ତିଜଣକ ବୃଦ୍ଧାଙ୍କୁ ଘରୁ ୩ ଦିନ ପର୍ଯ୍ୟନ୍ତ ନ ବାହାରିବାକୁ କହି ଏକ ପ୍ରକାର ଗୃହବନ୍ଦୀ କରି ରଖିଥିଲେ। ଏହାପରେ ବୃଦ୍ଧାଜଣକ ଏକ ବଡ଼ ଧରଣର ଠକେଇର ଶିକାର ହୋଇଥିଲେ । ଚଲଉ ହୋଇଯାଇଥିଲା ଆକାଉଣ୍ଟରେ ଥିବା ଟଙ୍କା । ଠକେଇର ଶିକାର ହୋଇଥିବା ବୃଦ୍ଧାଜଣକ ହେଉଛନ୍ତି ସ୍ଥାନୀୟ କାକୋଳି ଦାସ । ଏପ୍ରିଲ ୨୩ ତାରିକେ ବୃଦ୍ଧାଙ୍କ ପାଖକୁ ଅଜଣା ନମ୍ବରରୁ ଆସିଥିଲା କଲ୍ । କଲ୍‌ କରିଥିବା ବ୍ୟକ୍ତିଜଣକ ନିଜକୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଫିସର ବୋଲି ଦେଇଥିଲେ ପରିଚୟ । ଏହାପରେ ତାଇୱାନରୁ ଆପଣଙ୍କ ନାଁରେ ଏକ ପାର୍ସଲ ଆସିଥିବା ବେଳେ ସେଥିରେ ୨ଶହ ଗ୍ରାମ ଡ୍ରଗ୍ସ , ୩ କ୍ରେଡିଡ କାର୍ଡ ଓ ୫ ଲାପଟପ୍‌ ରହିଛି ବୋଲି କହିଥିଲେ । ଏହା ଶୁଣିବା ପରେ ମହିଳା ଜଣଙ୍କ ଡରିଯାିଥିଲେ । ଆଉ କହିଥିଲେ ଯେ, ତୁରନ୍ତି ଆପଣ ନିଜ ବ୍ୟାଙ୍କ ଖାତା ଡିଟେଲ୍ସ ଦିଅନ୍ତୁ, ଆମେ ଯାଞ୍ଚ କରିବୁ । ଏଥିରେ ଭୟଭୀତ ହୋଇ କାକୋଳି ଦାସ ତୁରନ୍ତ ନିଜ ବ୍ୟାଙ୍କ ଖାତା ଡିଟେଲ୍ସ ଦେଇ ଦେଇଥିଲେ । ହେଲେ ଠିକ୍ କିଛି ସମୟ ପରେ କାକୋଳିଙ୍କ ବ୍ୟାଙ୍କ ଖ

ହେଲୋ, ମୁଁ....କ୍ରାଇମବ୍ରାଞ୍ଚ ଡିସିପି କହୁଛି, ଏମିତି କହି ଆକାଉଣ୍ଟରୁ ଲୁଟିନେଲେ ୧.୪୮ କୋଟି

ପ୍ରୟାଗରାଜ ୦୯/୦୫: କ୍ରାଇମବ୍ରାଞ୍ଚ ଡିସିପିର ପଚିଚୟ ଦେଇ ଲୁଟିନେଲେ କୋଟି କୋଟି ଟଙ୍କା । ଜଣେ ମହିଳାଙ୍କ ଆକାଉଣ୍ଟରୁ କଟିଛି ପାଖାପାଖି ଦେଢ କୋଟି ଟଙ୍କା ।  ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଛି ଏମିତି ସାଂଘାତିକ ଠକେଇ । ସୂଚନା ଥାଉକି, ନକଲି କ୍ରାଇମବ୍ରାଞ୍ଚ ଡିସିପି ବନି କରିଥିଲେ ଭିଡିଓ କଲ୍‌ । 

କଲ୍ କରିଥିବା ବ୍ୟକ୍ତିଜଣକ ବୃଦ୍ଧାଙ୍କୁ ଘରୁ ୩ ଦିନ ପର୍ଯ୍ୟନ୍ତ ନ ବାହାରିବାକୁ କହି ଏକ ପ୍ରକାର ଗୃହବନ୍ଦୀ କରି ରଖିଥିଲେ। ଏହାପରେ ବୃଦ୍ଧାଜଣକ ଏକ ବଡ଼ ଧରଣର ଠକେଇର ଶିକାର ହୋଇଥିଲେ । ଚଲଉ ହୋଇଯାଇଥିଲା ଆକାଉଣ୍ଟରେ ଥିବା ଟଙ୍କା । ଠକେଇର ଶିକାର ହୋଇଥିବା ବୃଦ୍ଧାଜଣକ ହେଉଛନ୍ତି ସ୍ଥାନୀୟ କାକୋଳି ଦାସ । 

ଏପ୍ରିଲ ୨୩ ତାରିକେ ବୃଦ୍ଧାଙ୍କ ପାଖକୁ ଅଜଣା ନମ୍ବରରୁ ଆସିଥିଲା କଲ୍ । କଲ୍‌ କରିଥିବା ବ୍ୟକ୍ତିଜଣକ ନିଜକୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଫିସର ବୋଲି ଦେଇଥିଲେ ପରିଚୟ । ଏହାପରେ ତାଇୱାନରୁ ଆପଣଙ୍କ ନାଁରେ ଏକ ପାର୍ସଲ ଆସିଥିବା ବେଳେ ସେଥିରେ ୨ଶହ ଗ୍ରାମ ଡ୍ରଗ୍ସ , ୩ କ୍ରେଡିଡ କାର୍ଡ ଓ ୫ ଲାପଟପ୍‌ ରହିଛି ବୋଲି କହିଥିଲେ । 

ଏହା ଶୁଣିବା ପରେ ମହିଳା ଜଣଙ୍କ ଡରିଯାିଥିଲେ । ଆଉ କହିଥିଲେ ଯେ, ତୁରନ୍ତି ଆପଣ ନିଜ ବ୍ୟାଙ୍କ ଖାତା ଡିଟେଲ୍ସ ଦିଅନ୍ତୁ, ଆମେ ଯାଞ୍ଚ କରିବୁ । ଏଥିରେ ଭୟଭୀତ ହୋଇ କାକୋଳି ଦାସ ତୁରନ୍ତ ନିଜ ବ୍ୟାଙ୍କ ଖାତା ଡିଟେଲ୍ସ ଦେଇ ଦେଇଥିଲେ । ହେଲେ ଠିକ୍ କିଛି ସମୟ ପରେ କାକୋଳିଙ୍କ ବ୍ୟାଙ୍କ ଖାତାରୁ ଉଡିଯାଇଥିଲା ୧ କୋଟି ୪୮ ଲକ୍ଷ ଟଙ୍କା । 

ଏହାପରେ ପୁଲିସ୍‌ ୟୁନିଫର୍ମରେ ଥିବା ଜଣେ ବ୍ୟକ୍ତି କାକୋଳିଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଭିଡିଓ କଲ୍‌ କରି ନିଜକୁ କ୍ରାଇମବ୍ରାଞ୍ଚ ଡିସିପି ବୋଲି କହିଥିଲେ। ଏଥିସହ ୩ ଦିନ ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ କିମ୍ବା କାହାକୁ କିଛି ନ କହିବାକୁ କହିଥିଲେ। 

ଚତୁର୍ଥ ଦିନ ଠକେଇର ଶିକାର ହୋଇଥିବା ଜାଣିପାରି ବୃଦ୍ଧାଜଣକ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ପ୍ରୟାଗରାଜ ସାଇବର ସେଲ୍‌ ପୋଲିସ୍‌ ତୁରନ୍ତ ତଦନ୍ତ ଆରମ୍ଭ କରି ଯେଉଁ ୪ ଆକାଉଣ୍ଟକୁ ବୃଦ୍ଧାଙ୍କ ଟଙ୍କା ଟ୍ରାନ୍ସଫର ହୋଇଥିଲା ସେମାନଙ୍କୁ ଗିରଫ କରିଛି। 

ପୋଲିସ୍‌ର ପଚରାଉଚରେ ପରେ ଅଭିଯୁକ୍ତମାନେ କହିଛନ୍ତି,ସେମାନେ ହ୍ୱାଟସ୍‌ ଆପ୍‌ ଓ ଟେଲିଗ୍ରାମରେ ଲୋକଙ୍କ ପାଖକୁ APK ଫାଇଲ ପଠାଇଥାନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫୋନ୍‌ କରି ବିଭିନ୍ନ କଥାରେ ଫସାଇ ଉକ୍ତ ଫାଇଲକୁ ଡାଉନଲୋଡ଼ କରାଇଥାନ୍ତି। ଏହାପରେ ଅପରପକ୍ଷଙ୍କ ଫୋନ୍‌ର ରିମୋଟ ଆସେସ କରି ତାଙ୍କୁ ଶିକାର କରିଥାନ୍ତି। 

ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ଭିନ୍ନ ଭିନ୍ନ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଇ ଥାଆନ୍ତି। ଏହାପରେ ତାହାକୁ ଭିନ୍ନ ଭିନ୍ନ ଜାଗାରୁ ବାହାର କରି ଭାଗ କରି ନେଇ ଥାଆନ୍ତି। ପୁଲିସ୍‌ ଏହି ଘଟଣାର ଅଧିକ ଯାଞ୍ଚ କରି ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି।