ହୋଟେଲ୍‌ କର୍ମଚାରୀଙ୍କୁ ବିଭତ୍ସ ହତ୍ୟା ଘଟଣା, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ପୁରୀ ୦୪।୦୪ : ଚକ୍ରତୀର୍ଥ ରୋଡରେ ହୋଟେଲ କର୍ମଚାରୀ ବିକ୍ରମ କେଶରୀ ପ୍ରଧାନଙ୍କୁ ବିଭତ୍ସ ହତ୍ୟା ଘଟଣା। ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ସମୁଦ୍ର କୂଳ ଥାନା ପୋଲିସ। ତେବେ ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଚନ୍ଦନପୁରର ସନ୍ତୋଷ କୁମାର ନାୟକ ଓ ଚକ୍ରତୀର୍ଥ ରୋଡର ବିଶ୍ବଜିତ କୁମାର ରଥ। ମୋବାଇଲ୍ ଚୋରି ଘଟଣାକୁ ନେଇ ବିକ୍ରମକୁ ହତ୍ୟା କରିଥିଲେ ଅଭିଯୁକ୍ତ। ଅଭିଯୁକ୍ତଙ୍କ ଠାରୁ ଧାରୁଆ ଅସ୍ତ୍ର ସହ ମୋବାଇଲ୍ ଓ ବାଇକ୍ ଜବତ। ଏନେଇ ଏସପି ପିନାକ ମିଶ୍ରଙ୍କ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ ଯେ, ବୁଧବାର ଦିନ ପୁରୀ ଚକ୍ରତୀର୍ଥ ରୋଡରେ ଘଟିଥିଲା ବିଭତ୍ସ ହତ୍ୟା। ବେକ ଓ ହାତ କାଟି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ଅତି ନିର୍ମମ ଭାବେ ବ୍ୟକ୍ତି ଜଣଙ୍କୁ ହତ୍ୟା କରାଯାଇଛି। ପରେ ପୋଲିସ ତଦନ୍ତ କରି ମୃତକଙ୍କ ନାମ ବିକ୍ରମ କେଶରୀ ପ୍ରଧାନ ବୋଲି ଜଣାପଡିଛି । 

ହୋଟେଲ୍‌ କର୍ମଚାରୀଙ୍କୁ ବିଭତ୍ସ ହତ୍ୟା ଘଟଣା, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ପୁରୀ ୦୪।୦୪ : ଚକ୍ରତୀର୍ଥ ରୋଡରେ ହୋଟେଲ କର୍ମଚାରୀ ବିକ୍ରମ କେଶରୀ ପ୍ରଧାନଙ୍କୁ ବିଭତ୍ସ ହତ୍ୟା ଘଟଣା। ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ସମୁଦ୍ର କୂଳ ଥାନା ପୋଲିସ। 

ତେବେ ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଚନ୍ଦନପୁରର ସନ୍ତୋଷ କୁମାର ନାୟକ ଓ ଚକ୍ରତୀର୍ଥ ରୋଡର ବିଶ୍ବଜିତ କୁମାର ରଥ। ମୋବାଇଲ୍ ଚୋରି ଘଟଣାକୁ ନେଇ ବିକ୍ରମକୁ ହତ୍ୟା କରିଥିଲେ ଅଭିଯୁକ୍ତ। ଅଭିଯୁକ୍ତଙ୍କ ଠାରୁ ଧାରୁଆ ଅସ୍ତ୍ର ସହ ମୋବାଇଲ୍ ଓ ବାଇକ୍ ଜବତ। ଏନେଇ ଏସପି ପିନାକ ମିଶ୍ରଙ୍କ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ପୁରୀ ଚକ୍ରତୀର୍ଥ ରୋଡରେ ଘଟିଥିଲା ବିଭତ୍ସ ହତ୍ୟା। ବେକ ଓ ହାତ କାଟି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ଅତି ନିର୍ମମ ଭାବେ ବ୍ୟକ୍ତି ଜଣଙ୍କୁ ହତ୍ୟା କରାଯାଇଛି। ପରେ ପୋଲିସ ତଦନ୍ତ କରି ମୃତକଙ୍କ ନାମ ବିକ୍ରମ କେଶରୀ ପ୍ରଧାନ ବୋଲି ଜଣାପଡିଛି ।