ଫୁଟ୍‌ପାଥ୍‌ରେ ଶୋଇଥିବା ବେଳେ ଚଢିଗଲା ଅଡି କାର ; ୫ ଗୁରୁତର

ନୂଆଦିଲ୍ଲୀ,୧୩।୦୭: ଦିଲ୍ଲୀର ବସନ୍ତ ବିହାରରେ ମର୍ମନ୍ତୁଦ ଦୁର୍ଘଟଣା। ଫୁଟପାଥରେ ଶୋଇଥିବା ବେଳେ ୫ ଜଣଙ୍କ ଉପରେ ଚଢିଗଲା କାର୍। ସମସ୍ତ ଆହତଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି।#WATCH | Delhi | People sleeping on the footpath, near the Indian Oil Petrol Pump, in front of Shiva Camp, Vasant Vihar, were crushed by an Audi car. The victims are Ladhi (age 40 years), Bimla (age 8 years), Sabami (age 45 years), Narayani (age 35 years), and Ramchander (age 45… https://t.co/sgGWg4qLW9 pic.twitter.com/HGFdb4Feb3— ANI (@ANI) July 13, 2025ଏହି ଘଟଣାଟି ବସନ୍ତ ବିହାରର ଶିବ କ୍ୟାମ୍ପ ସାମ୍ନାରେ ଥିବା ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ନିକଟରେ ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ, ଏକ ଧଳା  କାର ଫୁଟପାଥରେ ଶୋଇଥିବା ଲୋକଙ୍କ ଉପରେ ଚଢିଯାଇଥିଲା । ଏହି ଘଟଣାରେ ଅଭିଯୁକ୍ତ ଡ୍ରାଇଭର ଉତ୍ସବ ଶେଖରଙ୍କୁ ଗିରଫ କରାଯାଇଛି। ପୁଲିସ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।ଏହି ଘଟଣା ବିଷୟରେ ପାଖରେ ରହୁଥିବା ଲୋକମାନେ ପୁଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ପୋଲିସ ସମସ୍ତ ପ୍ରକାର ତଦନ୍ତ କରୁଛି। ପୁଲି

ଫୁଟ୍‌ପାଥ୍‌ରେ ଶୋଇଥିବା ବେଳେ ଚଢିଗଲା ଅଡି କାର ; ୫ ଗୁରୁତର

ନୂଆଦିଲ୍ଲୀ,୧୩।୦୭: ଦିଲ୍ଲୀର ବସନ୍ତ ବିହାରରେ ମର୍ମନ୍ତୁଦ ଦୁର୍ଘଟଣା। ଫୁଟପାଥରେ ଶୋଇଥିବା ବେଳେ ୫ ଜଣଙ୍କ ଉପରେ ଚଢିଗଲା କାର୍। ସମସ୍ତ ଆହତଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି।

ଏହି ଘଟଣାଟି ବସନ୍ତ ବିହାରର ଶିବ କ୍ୟାମ୍ପ ସାମ୍ନାରେ ଥିବା ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ନିକଟରେ ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ, ଏକ ଧଳା  କାର ଫୁଟପାଥରେ ଶୋଇଥିବା ଲୋକଙ୍କ ଉପରେ ଚଢିଯାଇଥିଲା । ଏହି ଘଟଣାରେ ଅଭିଯୁକ୍ତ ଡ୍ରାଇଭର ଉତ୍ସବ ଶେଖରଙ୍କୁ ଗିରଫ କରାଯାଇଛି। ପୁଲିସ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।ଏହି ଘଟଣା ବିଷୟରେ ପାଖରେ ରହୁଥିବା ଲୋକମାନେ ପୁଲିସକୁ ସୂଚନା ଦେଇଥିଲେ। 

ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ପୋଲିସ ସମସ୍ତ ପ୍ରକାର ତଦନ୍ତ କରୁଛି। ପୁଲିସର କହିବା ଅନୁଯାୟୀ, ଅଭିଯୁକ୍ତ ମଦ୍ୟପାନ କରିଥିଲା। ସେ ବହୁତ ଦ୍ରୁତ ଗତିରେ ଗାଡି ଚଲାଉଥିଲା। ପୁଲିସ ଅଭିଯୁକ୍ତ ବିଷୟରେ ଯଥାସମ୍ଭବ ସୂଚନା ସଂଗ୍ରହ କରୁଛି। ସେମାନେ ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ତାଙ୍କର କୌଣସି ଅପରାଧିକ ରେକର୍ଡ ଅଛି କି ନାହିଁ।