ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଜିଲାର ବିଭିନ୍ନ ଉନ୍ନୟନ କାମକୁ ନେଇ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଏଥିରେ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ ହୋଇ ନ ଥିବା ପ୍ରକଳ୍ପଗୁଡିକୁ ଶୀଘ୍ର ଆରମ୍ଭ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା ଲୋକମାନେ ସରକାରୀ ଯୋଜନାର ଫାଇଦା ଉଠାଇ ଉପକୃତ […] The post ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର appeared first on Dharitri Odia News.

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଜିଲାର ବିଭିନ୍ନ ଉନ୍ନୟନ କାମକୁ ନେଇ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ କରିଥିଲେ।

ଏଥିରେ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ ହୋଇ ନ ଥିବା ପ୍ରକଳ୍ପଗୁଡିକୁ ଶୀଘ୍ର ଆରମ୍ଭ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା ଲୋକମାନେ ସରକାରୀ ଯୋଜନାର ଫାଇଦା ଉଠାଇ ଉପକୃତ ହୋଇପାରିବେ ବୋଲି କହିଥିଲେ। ଦେଶାନ୍ତର (ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକ) ରୋକିବା ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କୃଷି ସମନ୍ଧୀୟ ବିଭିନ୍ନ ପ୍ରକଳ୍ପ, ଦକ୍ଷତା ବିକାଶ, ଜୀବିକା ମିଶନକୁ ଅଗ୍ରାଧିକାର ଦେବାକୁ କହିଥିଲେ।

ସେହିପରି ୬୫୦ ବେଡ୍‌ ବିଶିଷ୍ଟ ଟିଚିଙ୍ଗ ହସ୍ପିଟାଲ ଓ ସରକାରୀ କ୍ୟାନସର ହସ୍ପିଟାଲ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା, ନୂଆ ଅମୃତ ସରୋବର ଯୋଜନା ପ୍ରକଳ୍ପ ଆରମ୍ଭ କରିବା ଓ ଜିଲାର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ସରକାରଙ୍କ ସମସ୍ତ ଯୋଜନା ପହଞ୍ଚାଇବା ନେଇ ଜିଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ସ୍ବାସ୍ଥ୍ୟ ଓ ପୁଷ୍ଟିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବ୍ଲକରେ ଏକ ମା’ ଗୃହ କାର୍ଯ୍ୟକ୍ଷମ କରିବା ଓ ଅଧାପନ୍ତରିଆ ହୋଇଥିବା ଅଙ୍ଗନୱାଡି କେନ୍ଦ୍ର ଶୀଘ୍ର ସମାପନ କରିବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜିଲାର କୃଷି ଓ ଜଳ ଯୋଗାଣର ଉନ୍ନତି ଉପରେ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବିଜୁଳି ସଂଯୋଗ ପାଇ ନ ଥିବା ହିତାଧିକାରୀଙ୍କୁ ଚିହ୍ନଟ କରି ସଂଯୋଗ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ।

ବୈଠକରେ ଜଳ ଯୋଗାଣ ନିର୍ଦ୍ଦେଶକ ବିନୀତ ଭରଦ୍ୱାଜ, ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ତ୍ରିଲୋଚନ ପାତ୍ର, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢୀ, ଡିପିଏମ୍‌ୟୁ ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଜିଲା ବନଖଣ୍ଡ ଅଧିକାରୀ (ଉତ୍ତର) ଅନୁରାଗ ମିଶ୍ର, ଜିଲା ବନଖଣ୍ଡ ଅଧିକାରୀ (ଦକ୍ଷିଣ) ଆରକାଲଇ ଭାନନ୍‌, ଧର୍ମଗଡ ଉପଜିଲାପାଳ ଧିମାନ ଚକମାଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

The post ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର appeared first on Dharitri Odia News.