ହୋଇନି ଦୀଘା ମନ୍ଦିର ବିବାଦର ସମାଧାନ, ପୁଣି ଜଗନ୍ନାଥ ଧାମ ପୋଷ୍ଟର ମାରିଲେ ମମତା ଦିଦି

ଓଡ଼ିଶା ଡଟ୍ ନ୍ୟୁଜ୍: ଦୀଘା ଜଗନ୍ନାଥ ମନ୍ଦିର ବିବାଦ ସମାଧାନ ହୋଇ ଯାଇଥିବା ଚର୍ଚ୍ଚା ଥିଲା ମିଛି । ବିବାଦର ନା ସମାଧାନ ହୋଇଛି ନା ମମତା ବାନାର୍ଜୀ ମୁଣ୍ଡ ନୁଆଁଇଛନ୍ତି । ଦିଦି ତାଙ୍କ ଜିଦରେ ଅଟଳ ରହିଛନ୍ତି । ଆଉ ଗତକାଲି ଜଗନ୍ନାଥ ଧାମ ପୋଷ୍ଟର ହଟାଇ ଦିଆଯାଇଥିବା ବେଳେ ଆଜି ପୁଣି ଲଗାଇ ଦିଆଯାଇଛି । ଏପରିକି ପୂର୍ବ ପରି ସେଲ୍ଫି ପଏଣ୍ଟ ନିର୍ମାଣ କରାଯିବାକୁ ଯୋଜନା କରୁଛନ୍ତି ମମତା । ଦୀଘା […] The post ହୋଇନି ଦୀଘା ମନ୍ଦିର ବିବାଦର ସମାଧାନ, ପୁଣି ଜଗନ୍ନାଥ ଧାମ ପୋଷ୍ଟର ମାରିଲେ ମମତା ଦିଦି appeared first on Odisha.News.

ହୋଇନି ଦୀଘା ମନ୍ଦିର ବିବାଦର ସମାଧାନ, ପୁଣି ଜଗନ୍ନାଥ ଧାମ ପୋଷ୍ଟର ମାରିଲେ ମମତା ଦିଦି

ଓଡ଼ିଶା ଡଟ୍ ନ୍ୟୁଜ୍: ଦୀଘା ଜଗନ୍ନାଥ ମନ୍ଦିର ବିବାଦ ସମାଧାନ ହୋଇ ଯାଇଥିବା ଚର୍ଚ୍ଚା ଥିଲା ମିଛି । ବିବାଦର ନା ସମାଧାନ ହୋଇଛି ନା ମମତା ବାନାର୍ଜୀ ମୁଣ୍ଡ ନୁଆଁଇଛନ୍ତି । ଦିଦି ତାଙ୍କ ଜିଦରେ ଅଟଳ ରହିଛନ୍ତି । ଆଉ ଗତକାଲି ଜଗନ୍ନାଥ ଧାମ ପୋଷ୍ଟର ହଟାଇ ଦିଆଯାଇଥିବା ବେଳେ ଆଜି ପୁଣି ଲଗାଇ ଦିଆଯାଇଛି । ଏପରିକି ପୂର୍ବ ପରି ସେଲ୍ଫି ପଏଣ୍ଟ ନିର୍ମାଣ କରାଯିବାକୁ ଯୋଜନା କରୁଛନ୍ତି ମମତା ।

ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟନ ସମୟରେ ଯେଉଁ ଅସ୍ଥାୟୀ କାଗଜ ଓ ଥର୍ମାକୋଲରେ ସେଲ୍ଫି ପଏଣ୍ଟ କରାଯାଇଥିଲା ସେଥିରେ ଦୀଘା ଜଗନ୍ନାଥ ଧାମ ଲେଖାଥିଲା । ୩୦ ତାରିଖ ଉଦଘାଟନ ପରେ ୧ ତାରିଖ ଦିନ ଟେଣ୍ଡ ମାଲିକ ଖୋଲି ନେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜଗନ୍ନାଥ ଧାମ ଶବ୍ଦକୁ ହଟାଇବା ପାଇଁ ଜୋରଦାର ପ୍ରତିବାଦ ଓ ବିବାଦ ଦେଖିବାକୁ ମିଳିଥିଲା । ଏହାରି ଭିତରେ ଗତକାଲି ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଟୁଇଟ କରି ମମତା ଜଗନ୍ନାଥ ଧାମ ଉଠାଇ ନେଇଥିବା ପୋଷ୍ଟ କରିଥିଲେ । କିନ୍ତୁ ପ୍ରକୃତରେ ତାହା ସ୍ଥାୟୀ ନଥିଲା, କେବଳ ଦୁଇ ଦିନ ପାଇଁ ଟେଣ୍ଡ ମାଲିକ ସେଲ୍ଫି ପାଇଁ ଲଗାଇ ଥିଲେ ।

ଦିଦି ମୁଣ୍ଡ ନୁଆଁଇ ଜଗନ୍ନାଥ ଧାମ ଉଠାଇ ନେଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ପରେ ଗତକାଲି ରାତିରେ ପୁଣି ସ୍ଥାୟୀ ଭାବେ ମନ୍ଦିର ସମ୍ମୁଖରେ ଜଗନ୍ନାଥ ଧାମ ବୋଲି ହୋର୍ଡିଂ ଲଗା ଯାଇଛି । ଖାଲି ସେତିକି ନୁହେଁ ପୂର୍ବରୁ ଯେଉଁ ସେଲ୍ଫି ପଏଣ୍ଟ କରାଯାଇଥିଲା ପୁଣି ତାକୁ ତିଆରି ପାଇଁ ବ୍ୟବସ୍ଥା ଚାଲିଛି ।

The post ହୋଇନି ଦୀଘା ମନ୍ଦିର ବିବାଦର ସମାଧାନ, ପୁଣି ଜଗନ୍ନାଥ ଧାମ ପୋଷ୍ଟର ମାରିଲେ ମମତା ଦିଦି appeared first on Odisha.News.