ହୋଟେଲ ମହାରାଜାରେ ଏମିତି କ’ଣ ଘଟିଲା, ନିଆଁରେ ପୋଡି ଚାଲିଗଲା ଯୁବତୀଙ୍କ ଜୀବନ

ରାଉରକେଲା ୧୩।୯: ରାଉରକେଲାର ଏକ ହୋଟେଲରେ ଅଘଟଣ । ହୋଟେଲର ରୁମ୍ ନମ୍ବର ୪୦୨ରେ ଜଣେ ଯୁବତୀଙ୍କର ନିଆଁରେ ପୋଡି ମୃତ୍ୟୁ ହୋଇଛି । ଷ୍ଟେସନ ରୋଡ଼ରେ ଥିବା ହୋଟେଲ ମହାରାଜାରେ ଘଟିଛି ଘଟଣା । ରୁମ୍ ଭିତରୁ ଆସୁଥିଲା କିରୋସିନି ବାସ୍ନା । ମୃତ ଯୁବତୀ ଜଣଙ୍କ ସେକ୍ଟର-୧୫ ଥାନା ବନପୋଷ ଅଞ୍ଚଳର ବୋଲି ଜଣାପଡିଛି । ଗୁରୁବାର ଯୁବତୀ ଜଣଙ୍କ ପୁରୁଷ ବନ୍ଧୁ ନିତ୍ୟାନନ୍ଦ ସାଏଙ୍କ ସହ ଯାଇଥିଲେ । ହୋଟେଲ ମହାରାଜାରେ ରୁମ୍ ବୁକ୍ କରିଥିଲେ । ପରେ ରୁମ୍ ଭିତରୁ ଧୂଆଁ ବାହାରିବାରୁ ହୋଟେଲ କର୍ମଚାରୀ ରୁମ୍ ଭାଙ୍ଗି ଭିତରକୁ ଯାଇଥିଲେ । ସେତେବେଳକୁ ଯୁବତୀଙ୍କ ଦେହରେ ନିଆଁ ଲାଗିସାରିଥିଲା । ପ୍ରଥମେ ତାଙ୍କୁ ରାଉରକେଲା ସରକାରୀ ଡ଼ାକ୍ତରଖାନା ଓ ପରେ ଆଇଜିଏଚ୍‌କୁ ନିଆଯାଇଥିଲା ଡ଼ାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟପଟେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ପୁରୁଷ ବନ୍ଧୁଙ୍କ ପ୍ଲାଣ୍ଟ ସାଇଟ୍ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ପ୍ଲାଣ୍ଟ ସାଇଟ ପୋଲିସ, ଡ଼ିଏସପି ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତ ଅନୁସାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ହୋଟେଲ ରୁମ୍ ଭିତରକୁ କିରୋସିନି ଗଲା କେମିତି । ହୋଟେଲ ମାଲିକଙ୍କ କହିବା ଅନୁସାରେ ପୂର୍ବରୁ ଅନେକ ଥର ଏହି ଦୁଇ ଜଣ ହୋଟେଲରେ ରୁହନ୍ତି । You Can Read:ମାଲକାନଗିରି ବନ୍ୟାଞ୍ଚ

ହୋଟେଲ ମହାରାଜାରେ ଏମିତି କ’ଣ ଘଟିଲା, ନିଆଁରେ ପୋଡି ଚାଲିଗଲା ଯୁବତୀଙ୍କ ଜୀବନ

ରାଉରକେଲା ୧୩।୯: ରାଉରକେଲାର ଏକ ହୋଟେଲରେ ଅଘଟଣ । ହୋଟେଲର ରୁମ୍ ନମ୍ବର ୪୦୨ରେ ଜଣେ ଯୁବତୀଙ୍କର ନିଆଁରେ ପୋଡି ମୃତ୍ୟୁ ହୋଇଛି । ଷ୍ଟେସନ ରୋଡ଼ରେ ଥିବା ହୋଟେଲ ମହାରାଜାରେ ଘଟିଛି ଘଟଣା । ରୁମ୍ ଭିତରୁ ଆସୁଥିଲା କିରୋସିନି ବାସ୍ନା । ମୃତ ଯୁବତୀ ଜଣଙ୍କ ସେକ୍ଟର-୧୫ ଥାନା ବନପୋଷ ଅଞ୍ଚଳର ବୋଲି ଜଣାପଡିଛି । 

ଗୁରୁବାର ଯୁବତୀ ଜଣଙ୍କ ପୁରୁଷ ବନ୍ଧୁ ନିତ୍ୟାନନ୍ଦ ସାଏଙ୍କ ସହ ଯାଇଥିଲେ । ହୋଟେଲ ମହାରାଜାରେ ରୁମ୍ ବୁକ୍ କରିଥିଲେ । ପରେ ରୁମ୍ ଭିତରୁ ଧୂଆଁ ବାହାରିବାରୁ ହୋଟେଲ କର୍ମଚାରୀ ରୁମ୍ ଭାଙ୍ଗି ଭିତରକୁ ଯାଇଥିଲେ । ସେତେବେଳକୁ ଯୁବତୀଙ୍କ ଦେହରେ ନିଆଁ ଲାଗିସାରିଥିଲା । ପ୍ରଥମେ ତାଙ୍କୁ ରାଉରକେଲା ସରକାରୀ ଡ଼ାକ୍ତରଖାନା ଓ ପରେ ଆଇଜିଏଚ୍‌କୁ ନିଆଯାଇଥିଲା ଡ଼ାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । 

ଅନ୍ୟପଟେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ପୁରୁଷ ବନ୍ଧୁଙ୍କ ପ୍ଲାଣ୍ଟ ସାଇଟ୍ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ପ୍ଲାଣ୍ଟ ସାଇଟ ପୋଲିସ, ଡ଼ିଏସପି ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତ ଅନୁସାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ହୋଟେଲ ରୁମ୍ ଭିତରକୁ କିରୋସିନି ଗଲା କେମିତି । ହୋଟେଲ ମାଲିକଙ୍କ କହିବା ଅନୁସାରେ ପୂର୍ବରୁ ଅନେକ ଥର ଏହି ଦୁଇ ଜଣ ହୋଟେଲରେ ରୁହନ୍ତି । 

You Can Read:

ମାଲକାନଗିରି ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଜେଡିର ଏକ ସ୍ବତନ୍ତ୍ର ଟିମ୍, ଲୋକଙ୍କୁ ବାଣ୍ଟିଲେ ରିଲିଫ ସାମଗ୍ରୀ