ବାର୍ ଉପରେ ଅବକାରୀ ବିଭାଗର ଚଢ଼ାଉ: ନକଲି ମଦ ଜବତ
ନିଶ୍ଚିନ୍ତକୋଇଲି,୨୬।୯(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ନିଶ୍ଚିନ୍ତକୋଇଲି ବଜାରରେ ଥିବା ଏସଆର ବାର ଉପରେ କଟକ ଅବକାରୀ ବିଭାଗ ୧୦ ଜଣିଆ ଟିମ ଅତର୍କିତ ଚଢ଼ାଉ କରିଥିଲେ। ଏହି ବାରରୁ ବ୍ୟାପକ ନକଲି ମଦ, ଠିପି, ଷ୍ଟିକର ଜବତ କରିଛି। ଅବକାରୀ ବିଭାଗ ଡେପୁଟି କମିଶନର ଅରୂପା ପାଣିଗହୀ ନେତୃତ୍ୱରେ ଅବକାରୀ ବିଭାଗ ଅଧିକାରୀ ବିଜୟ ଭୂଷଣ ନାୟକ, କମଳ ଲୋଚନ ପାଇକ ରାୟ, ଈଶ୍ୱର ଟୁଡୁ ପ୍ରମୁଖ ଗୁରୁବାର ସକାଳୁ ଭଦ୍ରେଶ୍ୱର […] The post ବାର୍ ଉପରେ ଅବକାରୀ ବିଭାଗର ଚଢ଼ାଉ: ନକଲି ମଦ ଜବତ appeared first on Dharitri Odia News.
ନିଶ୍ଚିନ୍ତକୋଇଲି,୨୬।୯(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ନିଶ୍ଚିନ୍ତକୋଇଲି ବଜାରରେ ଥିବା ଏସଆର ବାର ଉପରେ କଟକ ଅବକାରୀ ବିଭାଗ ୧୦ ଜଣିଆ ଟିମ ଅତର୍କିତ ଚଢ଼ାଉ କରିଥିଲେ। ଏହି ବାରରୁ ବ୍ୟାପକ ନକଲି ମଦ, ଠିପି, ଷ୍ଟିକର ଜବତ କରିଛି।
ଅବକାରୀ ବିଭାଗ ଡେପୁଟି କମିଶନର ଅରୂପା ପାଣିଗହୀ ନେତୃତ୍ୱରେ ଅବକାରୀ ବିଭାଗ ଅଧିକାରୀ ବିଜୟ ଭୂଷଣ ନାୟକ, କମଳ ଲୋଚନ ପାଇକ ରାୟ, ଈଶ୍ୱର ଟୁଡୁ ପ୍ରମୁଖ ଗୁରୁବାର ସକାଳୁ ଭଦ୍ରେଶ୍ୱର ଥାନା ଅଧୀନ ଝଡେଶ୍ୱରପୁର ଗ୍ରାମରୁ ପଯ୍ୟାପ୍ତ ପରିମାଣର ନକଲି ମଦ ଜବତ କରିଥିଲେ। ୩ ଜଣକୁ ଅଟକ ରଖି କେନ୍ଦୁପାଟଣା ଅବକାରୀ କାଯ୍ୟଳୟରେ ତଦନ୍ତ ଚାଲିଥିବା ଜଣାପଡିଛି। ଏହି ଘଟଣାରେ ୫ ଜଣଙ୍କ ଗିରଫ ହୋଇଛନ୍ତି।
,
The post ବାର୍ ଉପରେ ଅବକାରୀ ବିଭାଗର ଚଢ଼ାଉ: ନକଲି ମଦ ଜବତ appeared first on Dharitri Odia News.