ହୋଲି ଆଣିଲା କମ୍ପାନୀ ପାଇଁ ଖୁସି, ବଢ଼ିଲା ନଡ଼ିଆ ତେଲର ବିକ୍ରି
ଆସନ୍ତାକାଲି ହୋଲି । କେତେକ ସ୍ଥାନରେ ଆଜି ମଧ୍ୟ ହୋଲି ପାଳିତ ହୋଇଯାଇଛି । ତେବେ ସ୍ୱାସ୍ଥ୍ୟକୁ ନେଇ ସଚେତନ ଯୁବପିଢ଼ିଙ୍କ ପାଖରେ ଫିକା ପଡ଼ିନି ହୋଲି ସେଲିବ୍ରେସନ୍ । ଏହି ଅବସରରେ ନଡ଼ିଆ ତେଲର ବିକ୍ରି ବଢ଼ିଥିବା ଏହି କଥାକୁ ସୂଚାଇ ଦେଉଛି ।
ଆସନ୍ତାକାଲି ହୋଲି । କେତେକ ସ୍ଥାନରେ ଆଜି ମଧ୍ୟ ହୋଲି ପାଳିତ ହୋଇଯାଇଛି । ତେବେ ସ୍ୱାସ୍ଥ୍ୟକୁ ନେଇ ସଚେତନ ଯୁବପିଢ଼ିଙ୍କ ପାଖରେ ଫିକା ପଡ଼ିନି ହୋଲି ସେଲିବ୍ରେସନ୍ । ଏହି ଅବସରରେ ନଡ଼ିଆ ତେଲର ବିକ୍ରି ବଢ଼ିଥିବା ଏହି କଥାକୁ ସୂଚାଇ ଦେଉଛି । ବର୍ତ୍ତମାନର ରଙ୍ଗରେ ରାସାୟନିକ ପଦାର୍ଥର ମିଶ୍ରଣ ବଢ଼ିଯାଇଛି । ଏଣୁ ପ୍ରାୟ ସମସ୍ତେ ବର୍ତ୍ତମାନ ହର୍ବାଲ ଉପାୟରେ ହୋଲି ଖେଳିବାରେ ଗୁରୁତ୍ୱ ଦେଉଛନ୍ତି ।
ରାସାୟନିକ ପଦାର୍ଥର ମିଶ୍ରଣ ଫଳରେ ଚୁଟି ଝଡ଼ିବା ସହ ବିଭିନ୍ନ ପ୍ରକାରର ଚର୍ମ ରୋଗ ମଧ୍ୟ ହେଉଛି । ଅନ୍ୟପଟେ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ପ୍ରାୟ କେହି ବାହାରକୁ ଯାଇ ଜିନିଷ କିଣିବାକୁ ପସନ୍ଦ କରୁ ନାହାଁନ୍ତି । ସମସ୍ତେ ବର୍ତ୍ତମାନ ଅନଲାଇନ ଡେଲିଭରୀ ଉପରେ ନିର୍ଭରଶୀଳ । ଘରେ ବସି ଫୋନ ଜରିଆରେ ଅର୍ଡର ଦେଲେ ଜିନିଷ ଆସି ଘରେ ପହଞ୍ଚି ଯାଉଛି ।
ଏପରି ଅବସ୍ଥାରେ ନଡ଼ିଆ ତେଲ ସର୍ବାଧିକ ବିକ୍ରି ହୋଇଛି । ଏନେଇ ବ୍ଲିଙ୍କିଟ୍ ସିଇଓ X ରେ ପୋଷ୍ଟ କରିଛନ୍ତି । କମ୍ପାନୀ ପ୍ରତି ମିନିଟରେ ଏହାର ସର୍ବାଧିକ ଅର୍ଡର ହାସଲ କରିଛି ବୋଲି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ହୋଲି ପୂର୍ବରୁ ନଡ଼ିଆ ତେଲର ବିକ୍ରି ଆକାଶଛୁଆଁ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସର୍ବକାଳୀନ ସର୍ବାଧିକ ଅର୍ଡର ରେକର୍ଡ (ଚଳିତ ବର୍ଷ ଭାଲେଣ୍ଟାଇନ୍ସ ଡେ) ଭାଙ୍ଗିବାକୁ ଅଗ୍ରସର ହେଉଛୁ । ହୋଲିରେ ହିଁ ପ୍ରକୃତ ଖୁସି ମିଳେ ବୋଲି ସେ କହିଛନ୍ତି ।
We just hit highest ever OPM (Orders per minute) on Blinkit!
And we’re on track to break our all time high orders record (Valentine’s day this year) today too! ????
Happy Holi indeed ???? pic.twitter.com/neNYX35FVc — Albinder Dhindsa (@albinder) March 24, 2024
ଅନ୍ୟ ଏକ ପୋଷ୍ଟରେ, ସେ ହୋଲିରେ ନଡ଼ିଆ ତେଲ ବିକ୍ରି ସହ ଗୋଟେ ରବିବାରରେ ବିକ୍ରି ହୋଇଥିବା ନଡ଼ିଆ ତେଲ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ଉକ୍ତ ଗ୍ରାଫରେ ମାର୍ଚ୍ଚ ୧୭ ବନାମ ମାର୍ଚ୍ଚ ୨୪ ରେ ବ୍ଲିଙ୍କିଟ୍ ମାଧ୍ୟମରେ ଘଣ୍ଟା ପ୍ରତି ଅର୍ଡର ହୋଇଥିବା ନଡ଼ିଆ ତେଲର ଗ୍ରାଫ ଦର୍ଶାଯାଇଛି ।
ଉକ୍ତ ପୋଷ୍ଟରେ ଅନେକ ନିଜର ମତାମତ ମଧ୍ୟ ଦେଇଛନ୍ତି । ଜଣେ ବ୍ୟକ୍ତି ହୋଲି ପାଇଁ ଏପରି ବିକ୍ରି ବଢ଼ିଛି ବୋଲି ପୋଷ୍ଟ କରିଛନ୍ତି । ଅନ୍ୟ ଜଣେ ନଡିଆ ତେଲ ସହିତ କଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ରଙ୍ଗ୍ ସେ ବଚନେ କେ ଲିଏ ତେଲ୍ କା ଅର୍ଡର କିୟା ଯା ରାହା ହୈ ।
Coconut oil sales - today VS a normal Sunday (last Sunday for comparison) ???? pic.twitter.com/Cg78VINQIc — Albinder Dhindsa (@albinder) March 24, 2024