ହୋଲି ଖେଳ ହେଲା କାଳ

ବାରଙ୍ଗ/ପାରାଦୀପ/ସମ୍ବଲପୁର,୨୬।୩(ଲିଙ୍ଗରାଜ ରାଉତ/ ଶରତ ରାଉତ/ ପ୍ରମୋଦ ବହିଦାର): ହୋଲି ଖେଳ ହେଲା କାଳ। ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପାଣିରେ ବୁଡି ୨ ନାବାଳକ ଏବଂ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ହୋଲି ଖେଳି ବାରଙ୍ଗ-ପୁରୀ ମେନ୍‌ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ନାବାଳକ ଜଣଙ୍କ ହେଉଛନ୍ତି ଚନ୍ଦ୍ରଶେଖରପୁର ଥାନା ଅଧୀନ ବିଡିଏ କଲୋନୀର ରାଜେଶ ସେଠୀ ବୋଲି ଜଣାପଡିଛି। ରାଜେଶ ୫ଜଣ ସାଙ୍ଗଙ୍କ […] The post ହୋଲି ଖେଳ ହେଲା କାଳ appeared first on Dharitri Odia News.

ହୋଲି ଖେଳ ହେଲା କାଳ

ବାରଙ୍ଗ/ପାରାଦୀପ/ସମ୍ବଲପୁର,୨୬।୩(ଲିଙ୍ଗରାଜ ରାଉତ/ ଶରତ ରାଉତ/ ପ୍ରମୋଦ ବହିଦାର): ହୋଲି ଖେଳ ହେଲା କାଳ। ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପାଣିରେ ବୁଡି ୨ ନାବାଳକ ଏବଂ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ହୋଲି ଖେଳି ବାରଙ୍ଗ-ପୁରୀ ମେନ୍‌ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ନାବାଳକ ଜଣଙ୍କ ହେଉଛନ୍ତି ଚନ୍ଦ୍ରଶେଖରପୁର ଥାନା ଅଧୀନ ବିଡିଏ କଲୋନୀର ରାଜେଶ ସେଠୀ ବୋଲି ଜଣାପଡିଛି।

ରାଜେଶ ୫ଜଣ ସାଙ୍ଗଙ୍କ ସହ କାନପୁର ପାଖ ପୁରିମେନ କେନାଲକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ୨ଜଣ ସାଙ୍ଗ ବୁଡିଯାଇ ଥିଲେ। ଏହାଦେଖି ରାଜେଶ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ବୁଡିଯାଇଥିଲେ। ଅନ୍ୟ ସାଙ୍ଗମାନେ ଦୁଇଜଣଙ୍କୁ ଉଦ୍ଧାର କରିଥିବା ବେଳେ ରାଜେଶକୁ ପାଇ ନ ଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ପରେ ସନ୍ଧ୍ୟାରେ କେନାଲରୁ ନାବାଳକଙ୍କ ମୃତଦେହକୁ ଉଦ୍ଧାର କରିଥିଲେ।

ସେହିପରି ପାରାଦୀପ ଲକଥାନା ଅଧୀନ ଚୂନ ଗ୍ରାମରେ ମଙ୍ଗଳବାର ହୋଲି ଖେଳକୁ ନେଇ ଅଘଟଣ ଘଟିଛି। ମଧ୍ୟାହ୍ନରେ ଜଣେ ନାବାଳକ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ ଜୟନ୍ତ ସରକାରଙ୍କ ପୁତ୍ର ରାଜଶେଖର (୧୩)।

ରାଜଶେଖର ସକାଳୁ ସାଙ୍ଗମାନଙ୍କ ସହ ରଙ୍ଗ ଖେଳିଥିଲେ। ମଧ୍ୟାହ୍ନରେ ୧୦ରୁ ୧୨ଜଣ ସାଙ୍ଗଙ୍କ ସହ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଅସାବଧାନତା ବଶତଃ ରାଜଶେଖର ଗଭୀର ପାଣିକୁ ଚାଲିଯାଇଥିଲେ। ତାଙ୍କୁ ଦେଖି ଅନ୍ୟ ପିଲାମାନେ ପାଟି କରି ତାଙ୍କ ମା’ଙ୍କୁ ଡାକିଥିଲେ। ଗ୍ରାମବାସୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ପାରାଦୀପ ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ରାଜଶେଖରଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ଲକଥାନା ପୋଲିସ ମୃତଦେହ ଜବତ କରିଛି। ହେଲେ ପରିବାର ପକ୍ଷରୁ ମୃତ ନାବାଳକଙ୍କ ଅଙ୍ଗଦାନ ପାଇଁ ଉଦ୍ୟମ ଚାଲିଛି।

ସେହିପରି ହୋଲି ଖେଳି ଗାଧୋଇବା ବେଳେ ସମ୍ବଲପୁର ଜିଲା ବୁର୍ଲା ଥାନା ଅଧୀନ ଚାଉଁରପୁର ମୁଣ୍ଡଘାଟ ବଡ଼ସିଂହାରୀ ନିକଟ ପାୱାର ଚେନାଲରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ସୋନପୁର ଜିଲା ଉଲୁଣ୍ଡା ଅଞ୍ଚଳର ପୃଥିବୀରାଜ ବେହେରା।

ମିଳିଥିବା ସୂଚନା ମୁତାବକ, ପୃଥିବୀରାଜଙ୍କ ସହ ଅନ୍ୟ ସାଙ୍ଗମାନେ ହୋଲି ଖେଳି ବଡ଼ସିଂହାରୀ ନିକଟସ୍ଥ ପାୱାର ଚେନାଲ ନିକଟରେ ଭୋଜି କରିବାକୁ ଯାଇଥିଲେ। ଅପରାହ୍ନରେ ପାୱାର ଚେନାଲରେ ଗାଧୋଇବା ସମୟରେ ପୃଥିବୀରାଜ ପାଣିରେ ବୁଡ଼ି ଯାଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୃଥିବୀରାଜଙ୍କୁ ଉଦ୍ଧାର କରି ତୁରନ୍ତ ସମ୍ବଲପୁର ଜଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

The post ହୋଲି ଖେଳ ହେଲା କାଳ appeared first on Dharitri Odia News.