ହୋଲି ପାଳନ ପାଇଁ ଟ୍ବିନ ସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର(କେନ୍ୟୁଜ୍‌): କାଲି ଧୁମଧାମରେ ପାଳିତ ହେବ ହୋଲି। ଏଥିପାଇଁ ସବୁଠି ଉତ୍ସାହର ମାହୋଲ। ରାଜଧାନୀରେ ହୋଲିରେ ଶାନ୍ତିଶୃଙ୍ଖଳା ରକ୍ଷା ନେଇ ବ୍ୟାପକ ପ୍ରସ୍ତୁତି କରିଛି କମିସନରେଟ ପୋଲିସ। ଅମାନିଆଙ୍କ ଉପରେ ରହିବ କଡ଼ା ନଜର। ଟ୍ବିନସିଟିରେ ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ । ଗଣ୍ଡଗୋଳ,ଡ୍ରିଙ୍କ ଆଣ୍ଡ ଡ୍ରାଇଭ, ଅମାନିଆ ଗାଡିଚାଳକ ଓ ରୋଡ଼ ରୋମିଓ ଉପରେ ନଜର ରଖିବେ ସାଧା ପୋଷାକଧାରୀ ପୋଲିସ। ଛକ ବଜାର, ଗଳିକନ୍ଦି ଓ ଟ୍ରାଫିକ ପୋଷ୍ଟରେ ଚେକିଂ ହେବ। […] The post ହୋଲି ପାଳନ ପାଇଁ ଟ୍ବିନ ସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ appeared first on KNews Odisha.

ହୋଲି ପାଳନ ପାଇଁ ଟ୍ବିନ ସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର(କେନ୍ୟୁଜ୍‌): କାଲି ଧୁମଧାମରେ ପାଳିତ ହେବ ହୋଲି। ଏଥିପାଇଁ ସବୁଠି ଉତ୍ସାହର ମାହୋଲ। ରାଜଧାନୀରେ ହୋଲିରେ ଶାନ୍ତିଶୃଙ୍ଖଳା ରକ୍ଷା ନେଇ ବ୍ୟାପକ ପ୍ରସ୍ତୁତି କରିଛି କମିସନରେଟ ପୋଲିସ। ଅମାନିଆଙ୍କ ଉପରେ ରହିବ କଡ଼ା ନଜର। ଟ୍ବିନସିଟିରେ ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ । ଗଣ୍ଡଗୋଳ,ଡ୍ରିଙ୍କ ଆଣ୍ଡ ଡ୍ରାଇଭ, ଅମାନିଆ ଗାଡିଚାଳକ ଓ ରୋଡ଼ ରୋମିଓ ଉପରେ ନଜର ରଖିବେ ସାଧା ପୋଷାକଧାରୀ ପୋଲିସ। ଛକ ବଜାର, ଗଳିକନ୍ଦି ଓ ଟ୍ରାଫିକ ପୋଷ୍ଟରେ ଚେକିଂ ହେବ। ରସାୟନଯୁକ୍ତ ରଙ୍ଗ ବିକ୍ରି ଉପରେ ନଜର ରଖିବ ସ୍ୱତନ୍ତ୍ର ଟିମ। ହୋଲି ବେଳେ କୌଣସି ପାର୍ଟିରେ ନିଶା କାରବାର ଉପରେ ନଜର ରଖିବ ପୋଲିସ। ସେପଟେ ହୋଲି ପାଇଁ ଅଗ୍ନିଶମ ବିଭାଗ ବ୍ଯାପକ କରିଛି। ୫ଟି ନଦୀ ପଠାରେ ନିୟୋଜିତ ରହିବେ ଅଗ୍ନିଶମ ବାହିନୀ। ପ୍ରତି ଟିମରେ ୬ଜଣ ଲେଖାଏଁ ଅଗ୍ନିଶମ ବାହିନୀ ନିୟୋଜିତ ରହିବେ। ମଦ୍ୟପାନ କରି କେହି ନଦୀକୁ ଗାଧୋଇ ଗଲେ ସତର୍କତା ଅଵଲମ୍ବନ କରିବାକୁ ଅଗ୍ନିଶମ ବିଭାଗ ଅପିଲ କରିଛି।

The post ହୋଲି ପାଳନ ପାଇଁ ଟ୍ବିନ ସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ appeared first on KNews Odisha.