ହୋଲିରେ ସରକାରୀ କର୍ମଚାରୀଙ୍କୁ ମିଳିବ ବଡ଼ ପୁରସ୍କାର, ବଢିପାରେ ମହଙ୍ଗା ଭତ୍ତା !

କେନ୍ଦ୍ର ସରକାର ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ପୁରସ୍କାର ଦେଇପାରନ୍ତି । ଆଗାମୀ ସପ୍ତାହ ବା ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିପାରନ୍ତି । ଏହା ଘୋଷଣା ହେଲେ ୧.୨ କୋଟି କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନସନ ଭୋଗୀଙ୍କୁ ଲାଭ ମିଳିବ । ସରକାର କେନ୍ଦ୍ର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଜାନୁଆରୀ ଏବଂ ଜୁଲାଇରେ ଦୁଇଥର ମହଙ୍ଗା ଭତ୍ତା ବଢିଥାଏ । ତେଣୁ ହୋଲି ପର୍ବରୁ ମହଙ୍ଗା ଭତ୍ତା […] The post ହୋଲିରେ ସରକାରୀ କର୍ମଚାରୀଙ୍କୁ ମିଳିବ ବଡ଼ ପୁରସ୍କାର, ବଢିପାରେ ମହଙ୍ଗା ଭତ୍ତା ! appeared first on KNews Odisha.

ହୋଲିରେ ସରକାରୀ କର୍ମଚାରୀଙ୍କୁ ମିଳିବ ବଡ଼ ପୁରସ୍କାର, ବଢିପାରେ ମହଙ୍ଗା ଭତ୍ତା !
dearness allowance

କେନ୍ଦ୍ର ସରକାର ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ପୁରସ୍କାର ଦେଇପାରନ୍ତି । ଆଗାମୀ ସପ୍ତାହ ବା ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିପାରନ୍ତି । ଏହା ଘୋଷଣା ହେଲେ ୧.୨ କୋଟି କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନସନ ଭୋଗୀଙ୍କୁ ଲାଭ ମିଳିବ ।

ସରକାର କେନ୍ଦ୍ର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଜାନୁଆରୀ ଏବଂ ଜୁଲାଇରେ ଦୁଇଥର ମହଙ୍ଗା ଭତ୍ତା ବଢିଥାଏ । ତେଣୁ ହୋଲି ପର୍ବରୁ ମହଙ୍ଗା ଭତ୍ତା ବଢିପାରେ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ମାର୍ଚ୍ଚ ମାସରେ ହୋଲି ସମୟରେ ମହଙ୍ଗା ଭତ୍ତା ବଢିଥାଏ । ତେଣୁ ହୋଲି ପୂର୍ବରୁ କର୍ମଚାରୀଙ୍କୁ ଖୁସି ଖବର ମିଳିପାରେ । ସାଧାରଣ ଭାବେ କେନ୍ଦ୍ର ସରକାର ଜାନୁଆରୀ ଓ ଅକ୍ଟୋବରରେ ବର୍ଷକୁ ଦୁଇଥର ଡିଏ ବୃଦ୍ଧି କରିଥାନ୍ତି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୫, ୨୦୨୫ରେ ନୂଆଦିଲ୍ଲୀରେ ଏକ ବୈଠକରେ ମନ୍ତ୍ରୀମଣ୍ଡଳ କେନ୍ଦ୍ର ସରକର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବ୍‌ଦ୍ଧିକୁ ନେଇ କୌଣସି ଚର୍ଚ୍ଚା ହୋଇନଥିଲା । ମହଙ୍ଗା ଭତ୍ତା ନିକଟରେ ଜୁଲାଇ ୨୦୨୪ରେ ବଢାଯାଇଥିଲା । ଏହି ସମୟରେ ୫୦ ପ୍ରତିଶତରୁ ୫୩ ପ୍ରତିଶତ ହୋଇଥିଲା । ଗତବର୍ଷ ମାର୍ଚ୍ଚ ୭ରେ କ୍ୟାବିନେଟ ଡିଏ ୪୬%ରୁ ବଢାଇ ୫୦ ପ୍ରତିଶତ କରିଥିଲା ।

ଜାନୁଆରୀ ୨୦୨୫ରେ କେନ୍ଦ୍ର ସରକାର ୮ମ ବେତନ ଆୟୋଗ ଲାଗୁ ହେବା ପାଇଁ ଘୋଷଣା କରିଥିଲେ । ତେବେ ଆଗାମୀ ବର୍ଷ ଏହା ଲାଗୁ ହେବ ବୋଲି ଘୋଷଣା କରାଯାଉଛି । ୮ମ ବେତନ ଆୟୋଗ ଗଠନ ଘୋଷଣା ପରେ କର୍ମଚାର ଏବଂ ପେନସନଭୋଗୀଙ୍କୁ ଦରମା ଏବଂ ପେସନରେ ବଡ ଫାଇଦା ମିଳିବ ।

Also Read : କେନ୍ଦ୍ର ସରକାର କର୍ମଚାରୀଙ୍କୁ ଦୀପାବଳି ଭେଟି, ୩ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

The post ହୋଲିରେ ସରକାରୀ କର୍ମଚାରୀଙ୍କୁ ମିଳିବ ବଡ଼ ପୁରସ୍କାର, ବଢିପାରେ ମହଙ୍ଗା ଭତ୍ତା ! appeared first on KNews Odisha.