ହ୍ବାଟସଆପ୍‌ ଚାଟ୍‌ରେ ଝିଅ ଲେଖିଦେଲେ ଭୁଲ ଇଂରାଜୀ, ବାପା କଲେ ଟ୍ୟୁଶନ, ଭାଇରାଲ ହେଉଛି ସ୍କ୍ରିନ୍‌ଶଟ୍‌

ନିକଟରେ ଜଣେ ବାପ-ଝିଅଙ୍କ ହ୍ବାଟସଆପ୍‌ ଚାଟ୍‌ ସୋସିଆଲ ମିଡିଆ ଏକ୍ସରେ ଭାଇରାଲ ହୋଇଛି। ଯାହାକୁ ଦେଖି ୟୁଜର୍ସ ନ ହସି ରହିପାରୁ ନାହାନ୍ତି। ଚାଟ୍‌ରେ ବାପା ଝିଅର ଇଂଲିଶ୍‌ ଭୁଲ ଲେଖିବା ନେଇ ଟ୍ୟୁଶନ କରିଛନ୍ତି। ଆନଭି ନାମକ ଯୁବତୀ ନିଜ ବାପାଙ୍କୁ ଜରୁରୀ ଆବଶ୍ୟକତା ପାଇଁ ଟଙ୍କା ପଠାଇବାକୁ ମେସେଜ କରିଥିଲେ। ପରେ ତାଙ୍କ ବାପା ତାଙ୍କୁ ୪୦ହଜାର ଟ୍ରାନ୍ସଫର କରିଥିବା ନେଇ ମେସେଜ କରିଥିଲେ। ଉତ୍ତରରେ ଆନଭି Yes, found ବୋଲି କହିଥିଲେ। ବାପାଙ୍କୁ […] The post ହ୍ବାଟସଆପ୍‌ ଚାଟ୍‌ରେ ଝିଅ ଲେଖିଦେଲେ ଭୁଲ ଇଂରାଜୀ, ବାପା କଲେ ଟ୍ୟୁଶନ, ଭାଇରାଲ ହେଉଛି ସ୍କ୍ରିନ୍‌ଶଟ୍‌ appeared first on Dharitri Odia News.

ହ୍ବାଟସଆପ୍‌ ଚାଟ୍‌ରେ ଝିଅ ଲେଖିଦେଲେ ଭୁଲ ଇଂରାଜୀ, ବାପା କଲେ ଟ୍ୟୁଶନ, ଭାଇରାଲ ହେଉଛି ସ୍କ୍ରିନ୍‌ଶଟ୍‌

ନିକଟରେ ଜଣେ ବାପ-ଝିଅଙ୍କ ହ୍ବାଟସଆପ୍‌ ଚାଟ୍‌ ସୋସିଆଲ ମିଡିଆ ଏକ୍ସରେ ଭାଇରାଲ ହୋଇଛି। ଯାହାକୁ ଦେଖି ୟୁଜର୍ସ ନ ହସି ରହିପାରୁ ନାହାନ୍ତି। ଚାଟ୍‌ରେ ବାପା ଝିଅର ଇଂଲିଶ୍‌ ଭୁଲ ଲେଖିବା ନେଇ ଟ୍ୟୁଶନ କରିଛନ୍ତି।
ଆନଭି ନାମକ ଯୁବତୀ ନିଜ ବାପାଙ୍କୁ ଜରୁରୀ ଆବଶ୍ୟକତା ପାଇଁ ଟଙ୍କା ପଠାଇବାକୁ ମେସେଜ କରିଥିଲେ। ପରେ ତାଙ୍କ ବାପା ତାଙ୍କୁ ୪୦ହଜାର ଟ୍ରାନ୍ସଫର କରିଥିବା ନେଇ ମେସେଜ କରିଥିଲେ। ଉତ୍ତରରେ ଆନଭି Yes, found ବୋଲି କହିଥିଲେ। ବାପାଙ୍କୁ ଆନଭିଙ୍କର ଏହି ଇଂଲିଶ ବନାନ ଖଟ୍‌କା ଲାଗିଥିଲା। ଯାହାକୁ ନେଇ ସେ ଆନଭିଙ୍କୁ ମଜାଳିଆ ଢଙ୍ଗରେ ଟ୍ୟୁଶନ କରିଥିଲେ। ସେ ଝିଅ ଆନଭିର ଇଂଲିଶ ସୁଧାରି କହିଥିଲେ, Recieved, not found। ଏହାପରେ ସେ କହିଛନ୍ତି, ଇଂଲିଶ ମିଡିୟମରେ ପଢାଇ ଟଙ୍କା ବରବାଦ କଲି।