ହ୍ୟାଣ୍ଡ୍‌ଲୁମ ଆଣ୍ଡ୍‌ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ ଅବଧି ବୃଦ୍ଧି

ଭୁବନେଶ୍ୱର,୩୧।୩ (ଅଭୟ ଦାଶ): ଭୁବନେଶ୍ୱରର ପାଣିପାଗ ଭଲ ସାଙ୍ଗକୁ ପିଲାଙ୍କ ପରୀକ୍ଷା ମଧ୍ୟ ନିକଟରେ ଶେଷ ହୋଇଯାଇଛି। ଏପରିକି ଦିନକୁ ଦିନକୁ ସହରର ତାପମାତ୍ରା ବୃଦ୍ଧି ପାଇବାରୁ ସନ୍ଧ୍ୟା ସମୟରେ ପ୍ରଦର୍ଶନୀରେ ଭିଡ଼ ବଢୁଛି। ଫଳରେ କାରବାର ମଧ୍ୟ ଆଶାଠାରୁ ଅଧିକ ହେଉଥିବାରୁ ପ୍ରଦର୍ଶନୀର ଅବଧି ୨୦୨୪ ମେ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ହ୍ୟାଣ୍ଡ୍‌ଲୁମ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀର ଆୟୋଜକ କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ଭୁବନେଶ୍ୱରର […] The post ହ୍ୟାଣ୍ଡ୍‌ଲୁମ ଆଣ୍ଡ୍‌ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ ଅବଧି ବୃଦ୍ଧି appeared first on Dharitri Odia News.

ହ୍ୟାଣ୍ଡ୍‌ଲୁମ ଆଣ୍ଡ୍‌ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ ଅବଧି ବୃଦ୍ଧି

ଭୁବନେଶ୍ୱର,୩୧।୩ (ଅଭୟ ଦାଶ): ଭୁବନେଶ୍ୱରର ପାଣିପାଗ ଭଲ ସାଙ୍ଗକୁ ପିଲାଙ୍କ ପରୀକ୍ଷା ମଧ୍ୟ ନିକଟରେ ଶେଷ ହୋଇଯାଇଛି। ଏପରିକି ଦିନକୁ ଦିନକୁ ସହରର ତାପମାତ୍ରା ବୃଦ୍ଧି ପାଇବାରୁ ସନ୍ଧ୍ୟା ସମୟରେ ପ୍ରଦର୍ଶନୀରେ ଭିଡ଼ ବଢୁଛି। ଫଳରେ କାରବାର ମଧ୍ୟ ଆଶାଠାରୁ ଅଧିକ ହେଉଥିବାରୁ ପ୍ରଦର୍ଶନୀର ଅବଧି ୨୦୨୪ ମେ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ହ୍ୟାଣ୍ଡ୍‌ଲୁମ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀର ଆୟୋଜକ କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ଭୁବନେଶ୍ୱରର ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଜାରି ରହିଥିବା ହ୍ୟାଣ୍ଡ୍‌ଲୁମ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀର ଶେଷ ଦିନ ପୂର୍ବରୁ ଏହି ଅବଧି ବୃଦ୍ଧି କରାଯାଇଛି।

ଉଲ୍ଲେଖଯୋଗ୍ୟ, ହରିୟାଣାର କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ଆୟୋଜିତ ‘ହ୍ୟାଣ୍ଡ୍‌ଲୁମ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ’ ୨୦୨୪ ଫେବୃଆରୀ ୨୪ରୁ ଭୁବନେଶ୍ୱରର ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀ ଫେବୃଆରୀରେ ପ୍ରାରମ୍ଭିକ ଭାବେ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରତ୍ୟହ ପର୍ବାହ୍ନ ୧୧ ଘଟିକାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଜାରି ରହିଛି।

The post ହ୍ୟାଣ୍ଡ୍‌ଲୁମ ଆଣ୍ଡ୍‌ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ ଅବଧି ବୃଦ୍ଧି appeared first on Dharitri Odia News.