ୟୁଏଇରେ ଭାରତୀୟ ମହିଳାଙ୍କୁ ଫାଶୀ

ନୂଆଦିଲ୍ଲୀ,୪।୩: କୋଭିଡ୍‌ ସମୟରେ ସାହାଜାଦି ଫେସ୍‌ବୁକ୍‌ ଜରିଆରେ ଉତ୍ତରପ୍ରଦେଶ ଆଗ୍ରାର ଉଜେର ନାମକ ଜଣେ ଯୁବକଙ୍କ ସହ ବନ୍ଧୁତ୍ୱ ସୃଷ୍ଟି କରିଥିଲେ। ଉଜେର ନିଜକୁ ଜଣେ ସାମାଜିକକର୍ମୀ ତଥା ବ୍ୟବସାୟୀ ବୋଲି ପରିଚୟ ଦେଇଥିଲେ। ତାଙ୍କ ସମ୍ପର୍କୀୟ ଦୁବାଇରେ ରହୁଛନ୍ତି। ତେଣୁ ସାହାଜାଦିଙ୍କ ମୁହଁରେ ହୋଇଥିବା ପୋଡ଼ା ଦାଗକୁ ଅସ୍ତ୍ରୋପଚାର ମାଧ୍ୟମରେ ଆବୁଧାବିରେ ଭଲ କରିଦେବେ ବୋଲି କହି ଉଜେର ତାଙ୍କ ମନରେ ବିଶ୍ୱାସ ସୃଷ୍ଟି କରିଥିଲେ। ଏପରି କି ତାଙ୍କୁ ଟୁରିଷ୍ଟ ଭିଜା ଜରିଆରେ ୨୦୨୧ […] The post ୟୁଏଇରେ ଭାରତୀୟ ମହିଳାଙ୍କୁ ଫାଶୀ appeared first on Dharitri Odia News.

ୟୁଏଇରେ ଭାରତୀୟ ମହିଳାଙ୍କୁ ଫାଶୀ

ନୂଆଦିଲ୍ଲୀ,୪।୩: କୋଭିଡ୍‌ ସମୟରେ ସାହାଜାଦି ଫେସ୍‌ବୁକ୍‌ ଜରିଆରେ ଉତ୍ତରପ୍ରଦେଶ ଆଗ୍ରାର ଉଜେର ନାମକ ଜଣେ ଯୁବକଙ୍କ ସହ ବନ୍ଧୁତ୍ୱ ସୃଷ୍ଟି କରିଥିଲେ। ଉଜେର ନିଜକୁ ଜଣେ ସାମାଜିକକର୍ମୀ ତଥା ବ୍ୟବସାୟୀ ବୋଲି ପରିଚୟ ଦେଇଥିଲେ। ତାଙ୍କ ସମ୍ପର୍କୀୟ ଦୁବାଇରେ ରହୁଛନ୍ତି। ତେଣୁ ସାହାଜାଦିଙ୍କ ମୁହଁରେ ହୋଇଥିବା ପୋଡ଼ା ଦାଗକୁ ଅସ୍ତ୍ରୋପଚାର ମାଧ୍ୟମରେ ଆବୁଧାବିରେ ଭଲ କରିଦେବେ ବୋଲି କହି ଉଜେର ତାଙ୍କ ମନରେ ବିଶ୍ୱାସ ସୃଷ୍ଟି କରିଥିଲେ। ଏପରି କି ତାଙ୍କୁ ଟୁରିଷ୍ଟ ଭିଜା ଜରିଆରେ ୨୦୨୧ ଡିସେମ୍ବରରେ ଆବୁଧାବି ନେଇଯାଇଥିଲେ। ସେଠାରେ ଉଜେର ନିଜ ସମ୍ପର୍କୀୟ ଦାଦାଙ୍କ ପାଖରେ ସାହାଜାଦିଙ୍କୁ ରଖି ତାଙ୍କ ଅସ୍ତ୍ରୋପଚାର ପରିବର୍ତ୍ତେ ଘରୋଇ ସହାୟିକା ଭାବେ କାର୍ଯ୍ୟ କରାଇଥିଲେ। ୨୦୨୨ ଅଗଷ୍ଟରେ ସାହାଜାଦିଙ୍କ ମାଲିକଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଉକ୍ତ ଶିଶୁପୁତ୍ରର ଲାଳନପାଳନ ପାଇଁ ସାହାଜାଦିଙ୍କୁ ନିଯୁକ୍ତ କରାଯାଇଥିଲା।

୨୦୨୨ ଡିସେମ୍ବର ୭ତାରିଖରେ ଉକ୍ତ ଶିଶୁପୁତ୍ର ନିୟମିତ ଟିକା ନେଇଥିଲେ। ହେଲେ ସେହିଦିନ ସନ୍ଧ୍ୟାରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ୨୦୨୩ ଫେବୃଆରୀରେ ଏକ ଭିଡିଓ ରେକର୍ଡିଂରେ ସାହାଜାଦି ଶିଶୁପୁତ୍ରର ମୃତ୍ୟୁ ପାଇଁ ନିଜକୁ ଦାୟୀ କରିଥିବା ଦେଖିବାକୁ ମିଳିଥିଲା। ଏପରି କି ମାଲିକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସେ ଏଭଳି କାର୍ଯ୍ୟ କରିଥିବା ସ୍ବୀକାର କରିଥିଲେ। ପରେ ତାଙ୍କୁ ଆବୁଧାବି ପୋଲିସ ଜିମା ଦିଆଯାଇଥିଲା। ୨୦୨୩ ଜୁଲାଇ ୩୧ରେ ତାଙ୍କୁ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ପରେ ତାଙ୍କୁ ଅଲ୍‌ ବଟଓ୍ବା ଜେଲରେ ରଖାଯାଇଥିଲା। ୨୦୨୪ ସେପ୍ଟେମ୍ବର ୨୦ ପରେ ତାଙ୍କୁ ଯେକୌଣସି ଦିନରେ ଫାଶୀ ଦିଆଯାଇପାରେ ବୋଲି କୁହାଯାଇଥିଲା। ଅପରପକ୍ଷରେ ସାହାଜାଦିଙ୍କ ବାପା ସବିର ଖାନ୍‌ ଝିଅର କିଛି ଭୁଲ୍‌ ନ ଥିବା କହିଛନ୍ତି। ଯେଉଁଦିନ ଶିଶୁପୁତ୍ରର ମୃତ୍ୟୁ ହେଲା ଡାକ୍ତର ପୋଷ୍ଟ ମର୍ଟମ୍‌ ପାଇଁ ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ହେଲେ ସେମାନେ ତାହା ଶୁଣି ନ ଥିଲେ। ଏପରି କି ଉକ୍ତ ଘଟଣାର ପରବର୍ତ୍ତୀ ତଦନ୍ତକୁ ଅଗ୍ରାହ୍ୟ କରିବା

ନେଇ ସମ୍ମତି ପ୍ରକାଶ କରିଥିଲେ। ୟୁଏଇରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ସାହାଜାଦିଙ୍କ ପାଇଁ ଓକିଲ ଯୋଗାଇ ଦିଆଯାଇଥିବା କୁହାଯାଉଥିବାବେଳେ ସାହାଜାଦିଙ୍କୁ କୋର୍ଟରେ ଠିକ୍‌ ଭାବେ ପ୍ରତିନିଧିତ୍ୱ କରାଯାଉ ନ ଥିଲା ବୋଲି ସବିର ଅଭିଯୋଗ ଆଣିଛନ୍ତି। ନିକଟରେ ସେ ଝିଅର ଅବସ୍ଥା କିପରି ଅଛି ତାହା ଜଣାଇବାକୁ ଆବୁଧାବିରେ ଅବସ୍ଥାପିତ ଭାରତୀୟ ଦୂତାବାସ ଏବଂ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଗତ ୧ତାରିଖରେ ୟୁଏଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦିଲ୍ଲୀ ହାଇକୋର୍ଟଙ୍କୁ ସାହାଜାଦିଙ୍କୁ ଫାଶୀ ଦିଆଯାଇଥିବା ସମ୍ପର୍କରେ ସ୍ପଷ୍ଟ କରିଥିଲେ। ଏନେଇ ସୋମବାର ଅତିରିକ୍ତ ସଲିସିଟର ଜେନେରାଲ ଚେତନ୍‌ ଶର୍ମା କୋର୍ଟରେ ଅବଗତ କରାଇବା ପରେ ବିଚାରପତି ସଚିନ୍‌ ଦତ୍ତ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।

The post ୟୁଏଇରେ ଭାରତୀୟ ମହିଳାଙ୍କୁ ଫାଶୀ appeared first on Dharitri Odia News.