ୟୁଏସ୍ ଓପନ ଗ୍ରାଣ୍ଡସ୍ଲାମରେ ବିପର୍ଯ୍ୟୟ; ଓ୍ବିମ୍ବଲଡନ ଚାମ୍ପିଅନ୍ କ୍ରେସିକୋଭା ଟୁର୍ଣ୍ଣାମେଣ୍ଟରୁ ବିଦା

ନ୍ୟୁୟର୍କ, ୨୯/୮: ୟୁଏସ୍‌  ଓପନ ଗ୍ରାଣ୍ଡସ୍ଲାମ୍‌ର ତୃତୀୟ ଦିବସରେ ମଧ୍ୟ ବିପର୍ଯ୍ୟୟ । ୱିମ୍ବଲଡନ ଚାମ୍ପିଅନ୍‌ ବାର୍ବରା କ୍ରେସିକୋଭା ଦ୍ୱିତୀୟ ରାଉଣ୍ଡ୍‌ରେ ପରାଜିତ ହୋଇ ବିଦାୟ ନେଇଛନ୍ତି । ଅନ୍ୟ ସମସ୍ତ ଟାଇଟଲ ଦାବିଦାର ରୋମାଞ୍ଚକର ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି ।  କାର୍ଲୋସ ଅଲକାରାଜ, ଟପ୍‌ ସିଡ୍‌ ଜାନିକ ସିନର, ଡାନିଲ ମେଡଭେଡେଭ, ଏଲିନା ରିବାକିନା, ଇଗା ସ୍ୱିଟେକ ପ୍ରମୁଖ ବିଜୟୀ  ହୋଇଥିବାବେଳେ ୨୦୨୧ ଚାମ୍ପିଅନ  ଏମା ରାଡୁକାନୁ, ପୂର୍ବତନ ଫ୍ରେଞ୍ଚ  ଓପନ ଚାମ୍ପିଅନ୍‌ ଷ୍ଟାନ ୱାରିଙ୍କା ପ୍ରମୁଖ ପରାଜିତ ହୋଇ ବିଦାୟ ନେଇଛନ୍ତି । ପୁରୁଷ ସିଙ୍ଗଲ୍ସରେ ଟପ୍‌ ସିଡ୍‌ ଜାନିକ  ସିନର ୨-୬, ୬-୨, ୬-୧, ୬-୨  ସେଟ୍‌ରେ ମାକେଞ୍ଜି ମ୍ୟାକ୍‌ଡୋନାଲ୍ଡଙ୍କୁ  ପରାସ୍ତ କରିଥିଲେ । ସେହିପରି ତୃତୀୟ  ସିଡ୍‌ କାର୍ଲୋସ ଅଲକାରାଜ ୬-୨,   ୪-୬, ୬-୩, ୬-୧ ସେଟ୍‌ରେ ଲି  ଟୁଙ୍କୁ ହରାଇଥିଲେ । ପଞ୍ଚମ ସିଡ୍‌ ଡାନିଲ  ମେଡଭେଡେଭ ୬-୩, ୩-୬, ୬-୩,  ୬-୧ ସେଟ୍‌ରେ ଡୁସାନ ଲାଜୋଭିକଙ୍କୁ   ହରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୧୪ତମ ସିଡ୍‌ ଟମି ପଲ୍‌ ୬-୪, ୬-୨,  ୫-୭, ୬-୨ ସେଟ୍‌ରେ ଲରେଞ୍ଜୋ   ସୋନେଗୋଙ୍କୁ ଓ ୧୬ତମ ସିଡ୍‌ ସେବାଷ୍ଟିଆନ କୋର୍ଡା ୭-୬(୭-୩) ୬-୧, ୬-୦ ସେଟ୍‌ରେ କରେଣ୍ଟିନ ମ୍ୟୁଟେଟଙ୍କୁ ହରାଇଥିଲେ ।  ଦଶମ ସିଡ୍‌ ଆଲେକ୍ସ ଡି ମିନାଉର ଓ  ସପ୍ତମ ସିହ୍‌ ହ୍ୟୁବର୍ଟ ହର୍କାଜ ସଂଘର୍ଷପୂର୍ଣ୍ଣ  ବିଜୟ ହାସଲ କ

ୟୁଏସ୍ ଓପନ ଗ୍ରାଣ୍ଡସ୍ଲାମରେ ବିପର୍ଯ୍ୟୟ; ଓ୍ବିମ୍ବଲଡନ ଚାମ୍ପିଅନ୍ କ୍ରେସିକୋଭା ଟୁର୍ଣ୍ଣାମେଣ୍ଟରୁ ବିଦା

ନ୍ୟୁୟର୍କ, ୨୯/୮: ୟୁଏସ୍‌  ଓପନ ଗ୍ରାଣ୍ଡସ୍ଲାମ୍‌ର ତୃତୀୟ ଦିବସରେ ମଧ୍ୟ ବିପର୍ଯ୍ୟୟ । ୱିମ୍ବଲଡନ ଚାମ୍ପିଅନ୍‌ ବାର୍ବରା କ୍ରେସିକୋଭା ଦ୍ୱିତୀୟ ରାଉଣ୍ଡ୍‌ରେ ପରାଜିତ ହୋଇ ବିଦାୟ ନେଇଛନ୍ତି । ଅନ୍ୟ ସମସ୍ତ ଟାଇଟଲ ଦାବିଦାର ରୋମାଞ୍ଚକର ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି ।  କାର୍ଲୋସ ଅଲକାରାଜ, ଟପ୍‌ ସିଡ୍‌ ଜାନିକ ସିନର, ଡାନିଲ ମେଡଭେଡେଭ, ଏଲିନା ରିବାକିନା, ଇଗା ସ୍ୱିଟେକ ପ୍ରମୁଖ ବିଜୟୀ  ହୋଇଥିବାବେଳେ ୨୦୨୧ ଚାମ୍ପିଅନ  ଏମା ରାଡୁକାନୁ, ପୂର୍ବତନ ଫ୍ରେଞ୍ଚ  ଓପନ ଚାମ୍ପିଅନ୍‌ ଷ୍ଟାନ ୱାରିଙ୍କା ପ୍ରମୁଖ ପରାଜିତ ହୋଇ ବିଦାୟ ନେଇଛନ୍ତି । 

ପୁରୁଷ ସିଙ୍ଗଲ୍ସରେ ଟପ୍‌ ସିଡ୍‌ ଜାନିକ  ସିନର ୨-୬, ୬-୨, ୬-୧, ୬-୨  ସେଟ୍‌ରେ ମାକେଞ୍ଜି ମ୍ୟାକ୍‌ଡୋନାଲ୍ଡଙ୍କୁ  ପରାସ୍ତ କରିଥିଲେ । ସେହିପରି ତୃତୀୟ  ସିଡ୍‌ କାର୍ଲୋସ ଅଲକାରାଜ ୬-୨,   ୪-୬, ୬-୩, ୬-୧ ସେଟ୍‌ରେ ଲି  ଟୁଙ୍କୁ ହରାଇଥିଲେ । ପଞ୍ଚମ ସିଡ୍‌ ଡାନିଲ  ମେଡଭେଡେଭ ୬-୩, ୩-୬, ୬-୩,  ୬-୧ ସେଟ୍‌ରେ ଡୁସାନ ଲାଜୋଭିକଙ୍କୁ   ହରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୧୪ତମ ସିଡ୍‌ ଟମି ପଲ୍‌ ୬-୪, ୬-୨,  ୫-୭, ୬-୨ ସେଟ୍‌ରେ ଲରେଞ୍ଜୋ   ସୋନେଗୋଙ୍କୁ ଓ ୧୬ତମ ସିଡ୍‌ ସେବାଷ୍ଟିଆନ କୋର୍ଡା ୭-୬(୭-୩) ୬-୧, ୬-୦ ସେଟ୍‌ରେ କରେଣ୍ଟିନ ମ୍ୟୁଟେଟଙ୍କୁ ହରାଇଥିଲେ ।  

ଦଶମ ସିଡ୍‌ ଆଲେକ୍ସ ଡି ମିନାଉର ଓ  ସପ୍ତମ ସିହ୍‌ ହ୍ୟୁବର୍ଟ ହର୍କାଜ ସଂଘର୍ଷପୂର୍ଣ୍ଣ  ବିଜୟ ହାସଲ କରିଥିଲେ । ମିନାଉର  ୩ଘଣ୍ଟା ୩୦ମିନିଟ୍‌ର ଲଢେଇ ପରେ  ମାର୍କସ ଗିରନଙ୍କୁ ୬-୩, ୬-୪, ୫-୭,  ୬-୪ ସେଟ୍‌ରେ ହରାଇଥିଲେ । ସେହିପରି   ହର୍କାଜ ୨ଘଣ୍ଟା ୫୫ମିନିଟ୍‌ର ଲଢେଇ କରି   ତିମୋଫି ସ୍କାଟୋଭଙ୍କୁ ୬-୩, ୭-୬(୭- ୪), ୭-୬(୭-୩) ସେଟ୍‌ରେ ପରାସ୍ତ  କରିଥିଲେ । ଷ୍ଟାନ ୱାରିଙ୍କା, ଡେନିସ୍‌  ସାପୋଭାଲୋଭ, କାରେନ କାଚାନୋଭଙ୍କ ଭଳି କିଛି ତାରକା ଖେଳାଳି ପରାଜିତ ହୋଇ ବିଦାୟ ନେଇଥିଲେ । କାଜାନୋଭ  ୭-୬(୮-୬), ୬-୭(୨-୭),   ୬-୭(୪-୭), ୬-୪, ୪-୬ ସେଟ୍‌ରେ  ଡାନିଏଲ ଇଭାନ୍ସଙ୍କ ଠାରୁ ପରାଜିତ ହୋଇଥିଲେ । ସେହିପରି ସାପୋଭାଲୋଭ ୪-୬, ୫-୭, ୪-୬ ସେଟ୍‌ରେ ବୋଟିକ  ଭାନ ଡି ଜାଣ୍ଡସ୍କୁପଙ୍କ ଠାରୁ ହାରିଥିଲେ ।  ୱରିଙ୍କାଙ୍କୁ ୬-୪, ୭-୬(୭-୫), ୬-୩   ସେଟ୍‌ରେ ମାଟିଆ ବେଲୁସି ହରାଇଥିଲେ । ମହିଳା ସିଙ୍ଗଲ୍ସରେ କ୍ରେସିକୋଭା ୪-୬, ୫-୭ ସେଟ୍‌ରେ ଏଲେନା ର‌୍ୟୁସଙ୍କ ଠାରୁ ପରାଜିତ ହୋଇଥିଲେ । 

ସେହିପରି  ଅନ୍ୟ ଭାରତୀୟ ଶ୍ରୀରାମ ବାଲାଜୀ ଓ ଆର୍ଜେଣ୍ଟିନାର ଗୁଇଡ଼ୋ  ଆନ୍ଦ୍ରେଓଜି ଯୋଡି ୫-୭, ୬-୧,  ୭-୬(୧୨-୧୦) ସେଟ୍‌ରେ ନ୍ୟୁଜିଲାଣ୍ଡର  ମାର୍କସ ଡାନିଏଲ୍‌ ଓ ମେକ୍ସିକୋର ମିଗ୍ୱେଲ  ରେୟେସ-ଭାରେଲା ଯୋଡିଙ୍କୁ ହରାଇ  ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିଲେ ।