ୟୁଏସ୍‌ଠାରୁ ପରାଜୟ ପାକିସ୍ତାନ କ୍ରିକେଟ ପାଇଁ ‘କଳା ଦିବସ’

କରାଚୀ,୭ା୬: ପ୍ରଥମ ଥର ଟି୨୦ କ୍ରିକେଟ ବିଶ୍ୱକପ୍‌ ଖେଳୁଥିବା ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌)ଠାରୁ ପରାଜୟ ପାକିସ୍ତାନ କ୍ରିକେଟ ସମାଜକୁ ଖୁବ୍‌ ବ୍ୟଥିତ କରିଛି। ସେମାନେ ଏହି ଦିନକୁ ଏକ ‘କଳା ଦିବସ’ ବୋଲି ଆଖ୍ୟା ଦେଇଛନ୍ତି। ଡଲାସର ଗ୍ରାଣ୍ଡ ପ୍ରେରୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଉଭୟ ଦଳ ନିର୍ଦ୍ଧାରିତ ଓଭରରେ ସମାନ ସ୍କୋର କରିବାରୁ ମ୍ୟାଚ ଟାଇ ରହିଥିଲା। ସୁପର ଓଭରରେ ପାକିସ୍ତାନକୁ ହରାଇ ୟୁଏସ୍‌ ବିଜୟୀ ହୋଇଥିଲା। ପୂର୍ବତନ ଅଧିନାୟକ ୟୁନିସ ଖାନ୍‌ କହିଛନ୍ତି, […] The post ୟୁଏସ୍‌ଠାରୁ ପରାଜୟ ପାକିସ୍ତାନ କ୍ରିକେଟ ପାଇଁ ‘କଳା ଦିବସ’ appeared first on Dharitri Odia News.

ୟୁଏସ୍‌ଠାରୁ ପରାଜୟ ପାକିସ୍ତାନ କ୍ରିକେଟ ପାଇଁ ‘କଳା ଦିବସ’

କରାଚୀ,୭ା୬: ପ୍ରଥମ ଥର ଟି୨୦ କ୍ରିକେଟ ବିଶ୍ୱକପ୍‌ ଖେଳୁଥିବା ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌)ଠାରୁ ପରାଜୟ ପାକିସ୍ତାନ କ୍ରିକେଟ ସମାଜକୁ ଖୁବ୍‌ ବ୍ୟଥିତ କରିଛି। ସେମାନେ ଏହି ଦିନକୁ ଏକ ‘କଳା ଦିବସ’ ବୋଲି ଆଖ୍ୟା ଦେଇଛନ୍ତି। ଡଲାସର ଗ୍ରାଣ୍ଡ ପ୍ରେରୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଉଭୟ ଦଳ ନିର୍ଦ୍ଧାରିତ ଓଭରରେ ସମାନ ସ୍କୋର କରିବାରୁ ମ୍ୟାଚ ଟାଇ ରହିଥିଲା। ସୁପର ଓଭରରେ ପାକିସ୍ତାନକୁ ହରାଇ ୟୁଏସ୍‌ ବିଜୟୀ ହୋଇଥିଲା।

ପୂର୍ବତନ ଅଧିନାୟକ ୟୁନିସ ଖାନ୍‌ କହିଛନ୍ତି, ପାକିସ୍ତାନ ଏହାର ରଣନୀତିରେ କେତୋଟି ତ୍ରୁଟି କରିବାରୁ ପରିଣତି ଭୋଗିବାକୁ ପଡ଼ିଲା। ବାମହାତୀ ସିମର ବିପକ୍ଷ ସୁପର ଓଭରରେ ବ୍ୟାଟିଂରେ ଫଖର ଜମାନଙ୍କୁ ପଠାଇବା ଉଚିତ ଥିଲା। ୟୁଏସ୍‌ଏରେ ବହୁ ସଂଖ୍ୟାରେ ପାକିସ୍ତାନୀ ବସବାସ କରନ୍ତି। ପଡ଼ିଆରେ ସେମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଦଳକୁ ଉତ୍ସାହିତ କରିଥିଲେ। ପରାଜୟ ସେମାନଙ୍କୁ ନୈରାଶ୍ୟ କରିଛି।

ପେସ୍‌ କିମ୍ବଦନ୍ତୀ ଓ୍ବାସିମ ଆକ୍ରମ ଦଳର ପ୍ରଦର୍ଶନକୁ ଦୟନୀୟ କହିଛନ୍ତି। ଟପ୍‌ ଦଳଗୁଡ଼ିକ ବିପକ୍ଷରେ ସୀମିତ ଅନୁଭବ ଥିବା ଦଳର ପରାଜୟ ଗ୍ରହଣୀୟ ନୁହେଁ। ପଡ଼ିଆରେ କେତେଜଣ ଖେଳାଳିଙ୍କ ପ୍ରଦର୍ଶନ ପ୍ରୟାସ ଯଥେଷ୍ଟ ନ ଥିଲା। ପୂର୍ବତନ ଓପନର ମହସିନ ଖାନ୍‌ କହିଛନ୍ତି, ପାକିସ୍ତାନ କ୍ରିକେଟର ଭବିଷ୍ୟତକୁ ନେଇ ସେ ଚିନ୍ତିତ।

ଏହା କେବଳ ପରାଜୟ ନୁହେଁ, ଆମ ଖେଳାଳିଙ୍କ ମାନସିକ ଶକ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ମୋ ଦୃଷ୍ଟିରେ ଆମ ଖେଳାଳିମାନେ ୟୁଏସ୍‌ଏକୁ ହେୟଜ୍ଞାନ କରିଥିଲେ। ଖାନ୍‌ ୨୦୧୦ରୁ ୨୦୧୨ ମୁଖ୍ୟ କୋଚ୍‌ ଓ ମୁଖ୍ୟ ଚୟନକର୍ତ୍ତା ରହିଥିଲେ। ସେ କହିଛନ୍ତି, ଏହି ପରାଜୟ ଦ୍ୱାରା ଆଗାମୀ ଭାରତ ବିପକ୍ଷ ମ୍ୟାଚ ଆମ ଲାଗି କର ଅବା ମର ପରିସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ ଯେନତେନ ଭାବେ ଆମକୁ ଜିତିବାକୁ ହେବ, ତା’ ନ ହେଲେ ଆମେ ସୁପର -୮ ଦୌଡ଼ରୁ ବାଦ୍‌ ପଡ଼ିବୁ।

The post ୟୁଏସ୍‌ଠାରୁ ପରାଜୟ ପାକିସ୍ତାନ କ୍ରିକେଟ ପାଇଁ ‘କଳା ଦିବସ’ appeared first on Dharitri Odia News.