ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ଜେଲେନସ୍କି ଦେଲେ ପ୍ରସ୍ତାବ : ପୁଟିନଙ୍କ ଆଗରେ ରଖିଲେ ସର୍ତ୍ତ
କନକବ୍ୟୁରୋ : ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଦୀର୍ଘ ୩ ବର୍ଷ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସମସ୍ତ ଯୁଦ୍ଧବନ୍ଦୀଙ୍କୁ ଅଦଳ ବଦଳ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ସମ୍ବାଦ ସରବରାହ ସଂସ୍ଥା ଏଏଫପିର ରିପୋର୍ଟ ଅନୁସାରେ ଯୁଦ୍ଧର ୩ ବର୍ଷ ଅବସରରେ କ୍ବିୱିରେ ଆୟୋଜିତ ଶିଖର ସମ୍ମିଳନୀରେ ଜେଲେନସ୍କି କହିଛନ୍ତି, ଋଷକୁ ସମସ୍ତ ୟୁକ୍ରେନ ସୈନିକ ଓ ନାଗରିକଙ୍କୁ ଛାଡିବାକୁ ହେବ । ଆଉ ପ୍ରତିବଦଳରେ ୟୁକ୍ରେନ ସମସ୍ତ ଋଷ ବନ୍ଦୀଙ୍କୁ ଛାଡିବାକୁ ପ୍ରସ୍ତୁତ ଅଛି । ଯୁଦ୍ଧ ବନ୍ଦ କରିବାକୁ ଏହା ସବୁଠାରୁ ଉଚିତ ପଦକ୍ଷେପ ହେବ । ଅକ୍ଟୋବର ୨୦୨୪ରେ ୟୁଏଇର ମଧ୍ୟସ୍ଥତାରେ ଋଷ ଓ ୟୁକ୍ରେନ ୯୫-୯୫ ଯୁଦ୍ଧବନ୍ଦୀଙ୍କୁ ଛାଡିଥିଲେ । ଇତିମଧ୍ୟରେ ଦୁଇ ଦେଶ ଅନେକ ବାର କଏଦୀଙ୍କୁ ଅଦଳ-ବଦଳ କରିଛନ୍ତି । ଦୁଇଦିନ ତଳେ ଜେଲେନସ୍କି କହିଥିଲେ, ଯଦି ୟୁକ୍ରେନକୁ ନାଟୋର ସଦସ୍ୟତା ଦିଆଯାଏ ତାହାହେଲେ ସେ ରାଷ୍ଟ୍ରପତି ପଦ ଛାଡିବାକୁ ପ୍ରସ୍ତୁତ ଅଛନ୍ତି । -୨୪ ଫେବୃଆରୀ, ୨୦୨୨ରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା-ଦୁଇଦେଶ ମଧ୍ୟରେ ସେବେଠାରୁ ଯୁଦ୍ଧ ଜାରି ରହିଛି - ଯୁଦ୍ଧ ସାରିବାକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ନୂଆ ପ୍ରସ୍ତାବ-ଯୁଦ୍ଧବନ୍ଦୀଙ୍କୁ ଅଦଳ-ବଦଳ ପାଇଁ ଦେଲେ ପ୍ରସ୍ତାବ-ନାଗରିକ ଓ ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରିବାକୁ ପ୍ରସ୍ତାବ -ନାଟୋ ସଦସ୍ୟତା ବଦଳରେ ଇସ୍ତଫା ଦେବାକୁ ପ୍ରସ୍ତା

କନକବ୍ୟୁରୋ : ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଦୀର୍ଘ ୩ ବର୍ଷ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସମସ୍ତ ଯୁଦ୍ଧବନ୍ଦୀଙ୍କୁ ଅଦଳ ବଦଳ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ସମ୍ବାଦ ସରବରାହ ସଂସ୍ଥା ଏଏଫପିର ରିପୋର୍ଟ ଅନୁସାରେ ଯୁଦ୍ଧର ୩ ବର୍ଷ ଅବସରରେ କ୍ବିୱିରେ ଆୟୋଜିତ ଶିଖର ସମ୍ମିଳନୀରେ ଜେଲେନସ୍କି କହିଛନ୍ତି,
ଋଷକୁ ସମସ୍ତ ୟୁକ୍ରେନ ସୈନିକ ଓ ନାଗରିକଙ୍କୁ ଛାଡିବାକୁ ହେବ । ଆଉ ପ୍ରତିବଦଳରେ ୟୁକ୍ରେନ ସମସ୍ତ ଋଷ ବନ୍ଦୀଙ୍କୁ ଛାଡିବାକୁ ପ୍ରସ୍ତୁତ ଅଛି । ଯୁଦ୍ଧ ବନ୍ଦ କରିବାକୁ ଏହା ସବୁଠାରୁ ଉଚିତ ପଦକ୍ଷେପ ହେବ । ଅକ୍ଟୋବର ୨୦୨୪ରେ ୟୁଏଇର ମଧ୍ୟସ୍ଥତାରେ ଋଷ ଓ ୟୁକ୍ରେନ ୯୫-୯୫ ଯୁଦ୍ଧବନ୍ଦୀଙ୍କୁ ଛାଡିଥିଲେ । ଇତିମଧ୍ୟରେ ଦୁଇ ଦେଶ ଅନେକ ବାର କଏଦୀଙ୍କୁ ଅଦଳ-ବଦଳ କରିଛନ୍ତି । ଦୁଇଦିନ ତଳେ ଜେଲେନସ୍କି କହିଥିଲେ, ଯଦି ୟୁକ୍ରେନକୁ ନାଟୋର ସଦସ୍ୟତା ଦିଆଯାଏ ତାହାହେଲେ ସେ ରାଷ୍ଟ୍ରପତି ପଦ ଛାଡିବାକୁ ପ୍ରସ୍ତୁତ ଅଛନ୍ତି ।
-୨୪ ଫେବୃଆରୀ, ୨୦୨୨ରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା
-ଦୁଇଦେଶ ମଧ୍ୟରେ ସେବେଠାରୁ ଯୁଦ୍ଧ ଜାରି ରହିଛି
- ଯୁଦ୍ଧ ସାରିବାକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ନୂଆ ପ୍ରସ୍ତାବ
-ଯୁଦ୍ଧବନ୍ଦୀଙ୍କୁ ଅଦଳ-ବଦଳ ପାଇଁ ଦେଲେ ପ୍ରସ୍ତାବ
-ନାଗରିକ ଓ ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରିବାକୁ ପ୍ରସ୍ତାବ
-ନାଟୋ ସଦସ୍ୟତା ବଦଳରେ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଲେ
-ୟୁକ୍ରେନ ସଦସ୍ୟତାକୁ ବିରୋଧ କରୁଛି ଋଷ
-ନାଟୋ ଓ ପଶ୍ଚିମ ଦେଶର ପ୍ରତିକ୍ରିୟାକୁ ଅପେକ୍ଷା
-୩ ବର୍ଷର ଯୁଦ୍ଧରେ ଅନେକ କ୍ଷୟକ୍ଷତି
-ଉଭୟ ଦେଶର ଯୁଦ୍ଧରେ ବିଶ୍ବ ଅର୍ଥନୀତି ପ୍ରଭାବିତ
- ବର୍ତ୍ତମାନ ସୁଦ୍ଧା ୨ ଲକ୍ଷରୁ ଅଧିକ ପ୍ରାଣ ହରାଇଲେଣି