ୟୁକ୍ରେନ ହମଲାର ପ୍ରତିଶୋଧ ନେଲେ ପୁଟିନ , ଅନେକ ସହର ଦଖଲ ଓ ଧ୍ୱଂସ

ନୂଆଦିଲ୍ଲୀ : ୟୁକ୍ରେନ୍‌ ବିଗତ ଦିନରେ ରୁଷ୍‌ ଭିତରେ ଖୁବ୍‌ ପ୍ରଳୟ ରଖି ଥିଲା। ଏବେ ରୁଷୀୟ ସେନା ଏହି ଆକ୍ରମଣର ଗୋଟି ଗୋଟି କରି ନେଉଛି ପ୍ରତିଶୋଧ। ଦୁଇ ଶତ୍ରୁ ଦେଶ ମଧ୍ୟରେ ଏତିକି ବେଳେ ଯୁଦ୍ଧର ଖୁବ୍ ବିକଟାଳ ରୂପ ଦେଖିବାକୁ ମିଳୁଛି , ଯେତେବେଳେ କି ଦୁହେଁ ଦୁଇ ପର୍ଯ୍ୟାୟର ଶାନ୍ତି ବାର୍ତ୍ତା କରି ସାରିଛନ୍ତି ଏବଂ ଅନେକ ମାମଲା ଉପରେ ସହମତି ପ୍ରକାଶ କରିଛନ୍ତି। ରୁଷିଆ ସେନା ବୁଧବାର ଦାବି କରିଛି ଯେ, ସେମାନେ ୟୁକ୍ରେନର ଦୁଇଟି ବଡ଼ ବଡ଼ ସହରରେ ବଡ଼ ସଫଳତା ହାସଲ କରିଛନ୍ତି। ଅତି କମ୍‌ରେ ଦୁଇଟି ଅଞ୍ଚଳରେ ରୁଷ୍‌ର ପତାକା ଉଡ଼ାଇଛନ୍ତି।ୟୁକ୍ରେନ ଗତ ରବିବାର ରୁଷ୍‌ ଭିତରେ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ହମଲା କରିଛି। ଏଥିରେ ୟୁକ୍ରେନର ଥିଲା  ୧୮ ମାସର ଯୋଜନା । ଟ୍ରକ୍‌ ଗୁଡିକରେ ଡ୍ରୋନ୍‌ ଭର୍ତ୍ତି କରି ରୁଷ୍‌ର ୪ଟି ସାମରିକ ବିମାନ ବନ୍ଦର ପର୍ଯ୍ୟନ୍ତ ପହଞ୍ଚାଇ ଥିଲା ୟୁକ୍ରେନ ଏବଂ  ୪୦ଟି ବିମାନକୁ ଧ୍ୱଂସ କରି ଦେଇଥିଲା । ଏହାପରେ ସୋମବାର ଓ ମଙ୍ଗଳବାର ରୁଷ୍‌ରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବ୍ରିଜ୍କୁ ବୋମାରେ ଉଡ଼ାଇ ଥିଲା। ୟୁକ୍ରେନ୍‌ର ଏହି ହମଲା ଭ୍ଲାଦିମିର ପୁଟିନଙ୍କ ନିଦ ଉଡ଼ାଇ ଦେଇ ଥିଲା। ରୁଷ୍‌ ଏହି ହମଲା ଗୁଡ଼ିକୁ ସାହସିକତା ଭାବେ ଦର୍ଶାଇବା ସହ ଜବାବରେ ଜୋରଦାର ଆକ୍ରମଣ କରିଛି। ୟୁକ୍ରେନ ହମଲାର ଜବାବ ଏବେ ରୁଷ୍‌ ଖୋଲାଖୋଲି ଦେଉଛି। ରୁଷିଆ ସେନା ବୁଧବାର ଦାବି କରିଛି ଯେ, ସେ ୟୁକ୍ରେନର ସୁମୀ କ

ୟୁକ୍ରେନ ହମଲାର ପ୍ରତିଶୋଧ ନେଲେ ପୁଟିନ , ଅନେକ ସହର ଦଖଲ ଓ ଧ୍ୱଂସ

ନୂଆଦିଲ୍ଲୀ : ୟୁକ୍ରେନ୍‌ ବିଗତ ଦିନରେ ରୁଷ୍‌ ଭିତରେ ଖୁବ୍‌ ପ୍ରଳୟ ରଖି ଥିଲା। ଏବେ ରୁଷୀୟ ସେନା ଏହି ଆକ୍ରମଣର ଗୋଟି ଗୋଟି କରି ନେଉଛି ପ୍ରତିଶୋଧ। ଦୁଇ ଶତ୍ରୁ ଦେଶ ମଧ୍ୟରେ ଏତିକି ବେଳେ ଯୁଦ୍ଧର ଖୁବ୍ ବିକଟାଳ ରୂପ ଦେଖିବାକୁ ମିଳୁଛି , ଯେତେବେଳେ କି ଦୁହେଁ ଦୁଇ ପର୍ଯ୍ୟାୟର ଶାନ୍ତି ବାର୍ତ୍ତା କରି ସାରିଛନ୍ତି ଏବଂ ଅନେକ ମାମଲା ଉପରେ ସହମତି ପ୍ରକାଶ କରିଛନ୍ତି। ରୁଷିଆ ସେନା ବୁଧବାର ଦାବି କରିଛି ଯେ, ସେମାନେ ୟୁକ୍ରେନର ଦୁଇଟି ବଡ଼ ବଡ଼ ସହରରେ ବଡ଼ ସଫଳତା ହାସଲ କରିଛନ୍ତି। ଅତି କମ୍‌ରେ ଦୁଇଟି ଅଞ୍ଚଳରେ ରୁଷ୍‌ର ପତାକା ଉଡ଼ାଇଛନ୍ତି।

ୟୁକ୍ରେନ ଗତ ରବିବାର ରୁଷ୍‌ ଭିତରେ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ହମଲା କରିଛି। ଏଥିରେ ୟୁକ୍ରେନର ଥିଲା  ୧୮ ମାସର ଯୋଜନା । ଟ୍ରକ୍‌ ଗୁଡିକରେ ଡ୍ରୋନ୍‌ ଭର୍ତ୍ତି କରି ରୁଷ୍‌ର ୪ଟି ସାମରିକ ବିମାନ ବନ୍ଦର ପର୍ଯ୍ୟନ୍ତ ପହଞ୍ଚାଇ ଥିଲା ୟୁକ୍ରେନ ଏବଂ  ୪୦ଟି ବିମାନକୁ ଧ୍ୱଂସ କରି ଦେଇଥିଲା । ଏହାପରେ ସୋମବାର ଓ ମଙ୍ଗଳବାର ରୁଷ୍‌ରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବ୍ରିଜ୍କୁ ବୋମାରେ ଉଡ଼ାଇ ଥିଲା। ୟୁକ୍ରେନ୍‌ର ଏହି ହମଲା ଭ୍ଲାଦିମିର ପୁଟିନଙ୍କ ନିଦ ଉଡ଼ାଇ ଦେଇ ଥିଲା। ରୁଷ୍‌ ଏହି ହମଲା ଗୁଡ଼ିକୁ ସାହସିକତା ଭାବେ ଦର୍ଶାଇବା ସହ ଜବାବରେ ଜୋରଦାର ଆକ୍ରମଣ କରିଛି। 

ୟୁକ୍ରେନ ହମଲାର ଜବାବ ଏବେ ରୁଷ୍‌ ଖୋଲାଖୋଲି ଦେଉଛି। ରୁଷିଆ ସେନା ବୁଧବାର ଦାବି କରିଛି ଯେ, ସେ ୟୁକ୍ରେନର ସୁମୀ କ୍ଷେତ୍ରରେ ଆଉ ଏକ ଗାଁ କିନ୍ଦ୍ରାତିଭକାକୁ ଦଖଲ କରିଛି। ଖାଲି ଏତିକି ନୁହେଁ , ପୂର୍ବ ୟୁକ୍ରେନର ରିଡକୋଡୁବ ଗାଁକୁ ମଧ୍ୟ ରୁଷିଆ ସେନା ନିଜର ନିୟନ୍ତ୍ରଣକୁ ନେଇ ସାରିଛି।

ବିଶେଷଜ୍ଞଙ୍କ ଅନୁସାରେ , ୟୁକ୍ରେନ୍‌ର ଆକ୍ରମଣ ପରେ ଏବେ ରୁଷ୍‌ ଚୁପ୍‌ ବସିବ ନାହିଁ ଏବଂ ଜବାବୀ ହମଲାରେ ଦୁଇ ଗୁଣା ଶକ୍ତିର ସହ ଆକ୍ରମଣ କରିବ। ରୁଷିଆ ସେନାର ୟୁକ୍ରେନ ସୀମା ଭିତରେ ଅନୁପ୍ରବେଶ ମଧ୍ୟ ବଢି ଯାଇଛି। ଏପଟେ ମସ୍କୋ , ୟୁକ୍ରେନର ଦୁଇଟି ଅଞ୍ଚଳ ଉପରେ କବଜାକୁ ଗୁରୁତ୍ତ୍ୱପୂର୍ଣ୍ଣ ଉପଲବ୍ଧି ଭାବେ ଦର୍ଶାଇଛି ଏବଂ କହିଛି ଯେ , ଏହା ‘ବଫର ଜୋନ୍’ ପ୍ରସ୍ତୁତ କରିବାର ରଣନୀତିର ଅଂଶ, ଯାହାକି ୟୁକ୍ରେନୀ ହମଲାରେ ରୁଷିଆ ଅଞ୍ଚଳକୁ ସୁରକ୍ଷିତ ରଖାଯାଇ ପାରିବ।