ୟୁକ୍ରେନର ଡ୍ରୋନ ମାଡ଼ରେ ଥରିଲା ଋଷ ରାଜଧାନୀ, ୩ ବିମାନବନ୍ଦର ଅସ୍ଥାୟୀ ଭାବେ ବନ୍ଦ
ନୂଆଦିଲ୍ଲୀ: ରାଜଧାନୀ ମସ୍କୋକୁ ଟାର୍ଗେଟ କରି ୩୪ଟି ଡ୍ରୋନ ଆକ୍ରମଣ କରିଛି ୟୁକ୍ରେନ। ଅନ୍ୟ ୩୬ ଡ୍ରୋନକୁ ଋଷ ପ୍ରତିରକ୍ଷା ସିଷ୍ଟମ ତଳକୁ ଖସାଇ ଦେଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଯୁଦ୍ଧ ପରଠୁ ଏହା ଋଷ ଉପରେ ସବୁଠୁ ବଡ ହମଲା ବୋଲି କୁହାଯାଇଛି।ଏହାକୁ ଦୃଷ୍ଟିରେ ରଖି ମସ୍କୋର ତିନିଟି ବିମାନବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ଏହି ହମଲାରେ ୫୨ ବର୍ଷ ବୟସ୍କା ମହିଳା ଆହତ ହୋଇ ମସ୍କୋ ଅଞ୍ଚଳର ଷ୍ଟାନୋଭୋଇ ଅଞ୍ଚଳରେ ଥିବା ଦୁଇଟି ଘରେ ନିଆଁ ଲାଗିଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି।ୟୁକ୍ରେନର ରାଜଧାନୀ କିଭ୍ରେ ନିୟମିତ ଭାବେ ଋଷର ଡ୍ରୋନ୍ ଏବଂ ମିଶାଇଲ ଟାର୍ଗେଟ କରାଯାଉଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଋଷର ବାୟୁ ପ୍ରତିରକ୍ଷା ସିଷ୍ଟମ ୬ଟି ଅଞ୍ଚଳ ଉପରେ ହୋଇଥିବା ମୋଟ ୭୦ ଡ୍ରୋନ୍ରୁ ୩୬ଟିକୁ ୟୁକ୍ରେନ ଡ୍ରୋନ୍ ତଳକୁ ଖସାଇ ଦେଇଛି। ଏଥିରେ କୁହାଯାଇଛି ଯେ ୩୪ଟି ମସ୍କୋ ଅଞ୍ଚଳ ଉପରେ ଏବଂ ବାକି ବ୍ରାଇସ୍କ, ଅର୍ଲୋଭ, କାଲୁଗା, ତୁଲା ଏବଂ କୁର୍ସ୍କ ଉପରେ ପଡିଛି।
ନୂଆଦିଲ୍ଲୀ: ରାଜଧାନୀ ମସ୍କୋକୁ ଟାର୍ଗେଟ କରି ୩୪ଟି ଡ୍ରୋନ ଆକ୍ରମଣ କରିଛି ୟୁକ୍ରେନ। ଅନ୍ୟ ୩୬ ଡ୍ରୋନକୁ ଋଷ ପ୍ରତିରକ୍ଷା ସିଷ୍ଟମ ତଳକୁ ଖସାଇ ଦେଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଯୁଦ୍ଧ ପରଠୁ ଏହା ଋଷ ଉପରେ ସବୁଠୁ ବଡ ହମଲା ବୋଲି କୁହାଯାଇଛି।
ଏହାକୁ ଦୃଷ୍ଟିରେ ରଖି ମସ୍କୋର ତିନିଟି ବିମାନବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ଏହି ହମଲାରେ ୫୨ ବର୍ଷ ବୟସ୍କା ମହିଳା ଆହତ ହୋଇ ମସ୍କୋ ଅଞ୍ଚଳର ଷ୍ଟାନୋଭୋଇ ଅଞ୍ଚଳରେ ଥିବା ଦୁଇଟି ଘରେ ନିଆଁ ଲାଗିଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି।
ୟୁକ୍ରେନର ରାଜଧାନୀ କିଭ୍ରେ ନିୟମିତ ଭାବେ ଋଷର ଡ୍ରୋନ୍ ଏବଂ ମିଶାଇଲ ଟାର୍ଗେଟ କରାଯାଉଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଋଷର ବାୟୁ ପ୍ରତିରକ୍ଷା ସିଷ୍ଟମ ୬ଟି ଅଞ୍ଚଳ ଉପରେ ହୋଇଥିବା ମୋଟ ୭୦ ଡ୍ରୋନ୍ରୁ ୩୬ଟିକୁ ୟୁକ୍ରେନ ଡ୍ରୋନ୍ ତଳକୁ ଖସାଇ ଦେଇଛି। ଏଥିରେ କୁହାଯାଇଛି ଯେ ୩୪ଟି ମସ୍କୋ ଅଞ୍ଚଳ ଉପରେ ଏବଂ ବାକି ବ୍ରାଇସ୍କ, ଅର୍ଲୋଭ, କାଲୁଗା, ତୁଲା ଏବଂ କୁର୍ସ୍କ ଉପରେ ପଡିଛି।