ୟୁଗାଣ୍ଡା: ଭୟଙ୍କର ଭୂସ୍ଖଳନରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ, ୧୧୩ ନିଖୋଜ
ଆଫ୍ରିକାର ପୂର୍ବ ୟୁଗାଣ୍ଡାର ୬ଟି ଗାଁରେ ଭୟଙ୍କର ଭୂସ୍ଖଳନ ଘଟିଛି । ଏଥିରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୩ ଜଣ ନିଖୋଜ ଥିବା ସୂଚନା ରହିଛି । ପୋଲିସ ସୂଚନା ଅନୁସାରେ, ମାଟି ଭିତରୁ ୧୫ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୟୁଗାଣ୍ଡାର ରେଡ୍ କ୍ରସ୍ ସୋସାଇଟି ଗୁରୁବାର ସୂଚନା ଦେଇଛି ଯେ ଭୂସ୍ଖଳନରେ ୪୦ଟି ଘର ନଷ୍ଟ ହୋଇଯାଇଛି । ମାଟି ତଳେ ପୋଡ଼ି ହୋଇପଡ଼ିଥିବା ୧୩ଟି […] The post ୟୁଗାଣ୍ଡା: ଭୟଙ୍କର ଭୂସ୍ଖଳନରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ, ୧୧୩ ନିଖୋଜ appeared first on KNews Odisha.

ଆଫ୍ରିକାର ପୂର୍ବ ୟୁଗାଣ୍ଡାର ୬ଟି ଗାଁରେ ଭୟଙ୍କର ଭୂସ୍ଖଳନ ଘଟିଛି । ଏଥିରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୩ ଜଣ ନିଖୋଜ ଥିବା ସୂଚନା ରହିଛି । ପୋଲିସ ସୂଚନା ଅନୁସାରେ, ମାଟି ଭିତରୁ ୧୫ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ୟୁଗାଣ୍ଡାର ରେଡ୍ କ୍ରସ୍ ସୋସାଇଟି ଗୁରୁବାର ସୂଚନା ଦେଇଛି ଯେ ଭୂସ୍ଖଳନରେ ୪୦ଟି ଘର ନଷ୍ଟ ହୋଇଯାଇଛି । ମାଟି ତଳେ ପୋଡ଼ି ହୋଇପଡ଼ିଥିବା ୧୩ଟି ମୃତଦେହକୁ ଉଦ୍ଧାର କରାଯାଇଛି । ଏବେ ବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି ।
ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି ଯେ ମୃତକଙ୍କ ସଂଖା ବଢ଼ି ୩୦ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ବୁଧବାର ରାତିରେ ପ୍ରବଳ ବର୍ଷା ପରେ ପାହାଡ଼ିଆ ଜିଲ୍ଲାର ବୁଲାମ୍ବୁଲିରେ ଭୂସ୍ଖଳନ ହୋଇଥିଲା । ଏହି ଜିଲ୍ଲା ରାଜଧାନୀ କମ୍ପାଲାରୁ ପ୍ରାୟ ୨୮୦ କିଲୋମିଟର ପୂର୍ବରେ ଅବସ୍ଥିତ । ଭୂସ୍ଖଳନ ପରେ ବିପର୍ଯ୍ୟୟର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି ।
ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ବଡ଼ ବଡ଼ ମେସିନ ଲଗାଯାଇଛି । କିନ୍ତୁ ବର୍ଷା ଜାରି ଥିବାରୁ ରାସ୍ତାଗୁଡ଼ିକ କାଦୁଅରେ ପରିପୂର୍ଣ୍ଣ ହୋଇଯାଇଛି । ସୂଚନା ମୁତାବକ, ମୃତକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛୋଟ ପିଲା ।
ୟୁଗାଣ୍ଡା ପୋଲିସ ଫୋର୍ସ କହିଛି ଯେ ଭୂସ୍ଖଳନ ଯୋଗୁ ବୁଲୁଗାନ୍ୟା ଉପ କାଉଣ୍ଟିର ୫ଟି ଗାଁ ମସୁଗୁ, ନାମଚେଲେ, ନଟୋଲା, ନାମଗୁଗୁ ଓ ତାଗାଲୁ ବହୁ ମାତ୍ରାରେ ପ୍ରଭାବିତ ହୋଇଛି ।
Update on the mudslides in Bulambuli District:
A total of 15 bodies have been retrieved, while 15 injured people have been rescued and admitted to Buluganya Health Center three.
Unfortunately, 113 people are still missing, but efforts are underway to locate them.
The Police… pic.twitter.com/6IeMrQTv2H
— Uganda Police Force (@PoliceUg) November 28, 2024
River Nile Banks Burst, Cutting Off Pakwach Road
Due to heavy rainfall, the Tangi River, a tributary of the River Nile, flooded and submerged the Nwoya-Pakwach road. A taxi travelling from Arua to Nwoya, carrying eight occupants, became stuck in the middle of the fast-flowing… pic.twitter.com/MguvEaMBOv
— Uganda Peoples’ Defence Forces (@MODVA_UPDF) November 27, 2024
The post ୟୁଗାଣ୍ଡା: ଭୟଙ୍କର ଭୂସ୍ଖଳନରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ, ୧୧୩ ନିଖୋଜ appeared first on KNews Odisha.