ୟୁଜିସି-ଏନ୍ଇଟି ଆବେଦନ ଅବଧି ବଢ଼ିଲା
ଭୁବନେଶ୍ୱର, ୧୦।୫(ଅସମାପିକା ସାହୁ) – ଆସନ୍ତା ମାସରେ ୟୁଜିସି-ଏନ୍ଇଟି ଅନୁଷ୍ଠିତ ହେବ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଅବଧିକୁ ଆଉ ୫ଦିନ ବୃଦ୍ଧି କରାଯାଇଛି। ଏ ନେଇ ଶୁକ୍ରବାର ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଆବେଦନର ଶେଷ ଦିନ ୧୦ ତାରିଖ ରହିଥିଲା। କିନ୍ତୁ ବିଭିନ୍ନ ସ୍ଥାନରୁ ଛାତ୍ର ପ୍ରତିନିଧିମାନେ ଆବେଦନ ତାରିଖ ବଢ଼ାଇବା ପାଇଁ ଅନୁରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଅନ୍ଲାଇନ ଆବେଦନକୁ ୧୫ ତାରିଖ […] The post ୟୁଜିସି-ଏନ୍ଇଟି ଆବେଦନ ଅବଧି ବଢ଼ିଲା appeared first on Dharitri Odia News.
ଭୁବନେଶ୍ୱର, ୧୦।୫(ଅସମାପିକା ସାହୁ) – ଆସନ୍ତା ମାସରେ ୟୁଜିସି-ଏନ୍ଇଟି ଅନୁଷ୍ଠିତ ହେବ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଅବଧିକୁ ଆଉ ୫ଦିନ ବୃଦ୍ଧି କରାଯାଇଛି। ଏ ନେଇ ଶୁକ୍ରବାର ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଆବେଦନର ଶେଷ ଦିନ ୧୦ ତାରିଖ ରହିଥିଲା। କିନ୍ତୁ ବିଭିନ୍ନ ସ୍ଥାନରୁ ଛାତ୍ର ପ୍ରତିନିଧିମାନେ ଆବେଦନ ତାରିଖ ବଢ଼ାଇବା ପାଇଁ ଅନୁରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଅନ୍ଲାଇନ ଆବେଦନକୁ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ୧୫ ତାରିଖ ରାତି ୧୧ଟା ୫୯ଟା ସୁଦ୍ଧା ଛାତ୍ରୀଛାତ୍ର ଆବେଦନ କରିପାରିବେ। ୧୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଫି’ ଦାଖଲ କରିପାରିବେ। ଆବେଦନ ପତ୍ରରେ ତ୍ରୁଟି ଥିଲେ ୧୮ରୁ ୨୦ତାରିଖ ମଧ୍ୟରେ ସେଥିରେ ସଂଶୋଧନ କରିପାରିବେ। ଜୁନ୍ ୧୮ରେ ପରୀକ୍ଷା ଅନୁଷ୍ଠିତ ହେବ। ଏନ୍ଇଟିରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ର ଜୁନିଅର ରିସର୍ଚ୍ଚ ଫେଲୋସିପ୍(ଜେଆର୍ଏଫ୍) ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଏହାସହ ପ୍ରଥମଥର ପାଇଁ ଏନ୍ଇଟି ପରୀକ୍ଷା ମାଧ୍ୟମରେ ସମୁଦାୟ ୮୩ଟି ବିଷୟରେ ପିଏଚ୍ଡି ପଢ଼ିବାକୁ ଛାତ୍ରୀଛାତ୍ରମାନେ ସୁଯୋଗ ପାଇବେ। ପୂର୍ବରୁ ଏହି ପରୀକ୍ଷା ଅନ୍ଲାଇନ୍ରେ କରାଯାଉଥିବାବେଳେ ଚଳିତଥର ଏହା ଅଫ୍ଲାଇନ୍ରେ ହେବ ବୋଲି ଏନ୍ଟିଏ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଛି।
The post ୟୁଜିସି-ଏନ୍ଇଟି ଆବେଦନ ଅବଧି ବଢ଼ିଲା appeared first on Dharitri Odia News.