ଜାନୁଆରୀରେ ଜିଏସଟି ସଂଗ୍ରହ ଦ୍ୱିତୀୟ ସର୍ବାଧିକ, ଗତ ବର୍ଷ ତୁଳନାରେ ୧୦% ଅଭିବୃଦ୍ଧି
ନୂଆଦିଲ୍ଲୀ,୩୧।୧: ଜିଏସଟି ସଂଗ୍ରହରେ ନିରନ୍ତର ଅଭିବୃଦ୍ଧି ଦେଖିବାକୁ ମିଳୁଛି। ଅର୍ଥ ମନ୍ତ୍ରଣାଳୟ ଦ୍ଵାରା ବୁଧବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଜାନୁଆରୀରେ ମୋଟ ୧.୭୨ ଲକ୍ଷ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଛି। ଗତ ବର୍ଷ ତୁଳନାରେ ଏଥିରେ ୧୦ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ଘଟିଛି। କେବଳ ଏତିକି ନୁହେଁ, ଏହି ସଂଖ୍ୟା ଯେକୌଣସି ମାସରେ ରେକର୍ଡ ହୋଇଥିବା ମୋଟ ଜିଏସଟି ସଂଗ୍ରହର ଦ୍ୱିତୀୟ ସର୍ବୋଚ୍ଚ ଆକଳନ ହୋଇଛି। ଏହା ସହିତ ଚଳିତ ଆର୍ଥିକ ବର୍ଷରେ ଏହା ତୃତୀୟ […] The post ଜାନୁଆରୀରେ ଜିଏସଟି ସଂଗ୍ରହ ଦ୍ୱିତୀୟ ସର୍ବାଧିକ, ଗତ ବର୍ଷ ତୁଳନାରେ ୧୦% ଅଭିବୃଦ୍ଧି appeared first on Dharitri Odia News.
ନୂଆଦିଲ୍ଲୀ,୩୧।୧: ଜିଏସଟି ସଂଗ୍ରହରେ ନିରନ୍ତର ଅଭିବୃଦ୍ଧି ଦେଖିବାକୁ ମିଳୁଛି। ଅର୍ଥ ମନ୍ତ୍ରଣାଳୟ ଦ୍ଵାରା ବୁଧବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଜାନୁଆରୀରେ ମୋଟ ୧.୭୨ ଲକ୍ଷ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଛି। ଗତ ବର୍ଷ ତୁଳନାରେ ଏଥିରେ ୧୦ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ଘଟିଛି। କେବଳ ଏତିକି ନୁହେଁ, ଏହି ସଂଖ୍ୟା ଯେକୌଣସି ମାସରେ ରେକର୍ଡ ହୋଇଥିବା ମୋଟ ଜିଏସଟି ସଂଗ୍ରହର ଦ୍ୱିତୀୟ ସର୍ବୋଚ୍ଚ ଆକଳନ ହୋଇଛି।
ଏହା ସହିତ ଚଳିତ ଆର୍ଥିକ ବର୍ଷରେ ଏହା ତୃତୀୟ ଥର ପାଇଁ ଜିଏସଟି ସଂଗ୍ରହ ୧.୭ ଲକ୍ଷ କୋଟି ଟଙ୍କାର ସ୍ତର ଅତିକ୍ରମ କରିଛି। ଏପ୍ରିଲରୁ ଜାନୁଆରୀ ମଧ୍ୟରେ ୧୦ ମାସ ମଧ୍ୟରେ ଦେଶର ମୋଟ ଜିଏସଟି ସଂଗ୍ରହ ୧୬.୬୯ ଲକ୍ଷ କୋଟିରେ ପହଞ୍ଚିଛି ଏବଂ ଗତ ବର୍ଷ ତୁଳନାରେ ୧୧.୬ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଏପ୍ରିଲ୍ ୨୦୨୩ ରୁ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ଦଶମାସ ମଧ୍ୟରେ ସମୁଦାୟ ମୋଟ ଜିଏସଟି ସଂଗ୍ରହ ୧୬.୬୯ ଲକ୍ଷ କୋଟି ସହିତ, ବାର୍ଷିକ ୧୧.୬% ଅଭିବୃଦ୍ଧି ପାଇଛି।
The post ଜାନୁଆରୀରେ ଜିଏସଟି ସଂଗ୍ରହ ଦ୍ୱିତୀୟ ସର୍ବାଧିକ, ଗତ ବର୍ଷ ତୁଳନାରେ ୧୦% ଅଭିବୃଦ୍ଧି appeared first on Dharitri Odia News.