ୟୁଟ୍ୟୁବର ମୋନାଲିସାଙ୍କ ଘରେ ଚଢ଼ାଉ: ମାଙ୍କଡ଼ ସହ ଭିଡିଓ ଶେୟାର କରି ହୋଇଥିଲେ ପ୍ରସିଦ୍ଧ
ଯାଜପୁର ସଦର,୨୫ା୩(ସମର ବିଜୟ ଶରଣ): ବେଆଇନ ଭାବେ ମାଙ୍କଡ଼ ରଖି ସେମାନଙ୍କ ସହ ଫଟୋ ଓ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିବା ଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ସ୍ବାମୀ ବଦ୍ରିନାରାୟଣ ଭଦ୍ରଙ୍କ ପାଇଁ ମହଙ୍ଗା ପଡ଼ିଛି। ଏନେଇ ଅଭିଯୋଗ ହେବାପରେ ରବିବାର ବନ ବିଭାଗର ୨ ଟିମ୍ ତାଙ୍କ ଯାଜପୁର ବ୍ଲକ ଜହଳ ଗାଁସ୍ଥିତ ବାସଭବନରେ ଚଢ଼ାଉ କରିଛି। ଚଢ଼ାଉ ଖବର ପାଇ ଦମ୍ପତି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସେମାନଙ୍କ ବିରୋଧରେ […] The post ୟୁଟ୍ୟୁବର ମୋନାଲିସାଙ୍କ ଘରେ ଚଢ଼ାଉ: ମାଙ୍କଡ଼ ସହ ଭିଡିଓ ଶେୟାର କରି ହୋଇଥିଲେ ପ୍ରସିଦ୍ଧ appeared first on Dharitri Odia News.
ଯାଜପୁର ସଦର,୨୫ା୩(ସମର ବିଜୟ ଶରଣ): ବେଆଇନ ଭାବେ ମାଙ୍କଡ଼ ରଖି ସେମାନଙ୍କ ସହ ଫଟୋ ଓ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିବା ଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ସ୍ବାମୀ ବଦ୍ରିନାରାୟଣ ଭଦ୍ରଙ୍କ ପାଇଁ ମହଙ୍ଗା ପଡ଼ିଛି। ଏନେଇ ଅଭିଯୋଗ ହେବାପରେ ରବିବାର ବନ ବିଭାଗର ୨ ଟିମ୍ ତାଙ୍କ ଯାଜପୁର ବ୍ଲକ ଜହଳ ଗାଁସ୍ଥିତ ବାସଭବନରେ ଚଢ଼ାଉ କରିଛି। ଚଢ଼ାଉ ଖବର ପାଇ ଦମ୍ପତି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସେମାନଙ୍କ ବିରୋଧରେ ଏକ ମାମଲା ନଂ.୨୭୫ା୨୪ ରୁଜୁ ହୋଇଥିବା ଯାଜପୁର ରୋଡ୍ ରେଞ୍ଜର ଜ୍ୟୋତିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି। ପୂର୍ବରୁ ମୋନାଲିସାଙ୍କ ନାଁରେ ଅଭିଯୋଗ ହୋଇଥିଲା। ସେ ଏଥିରୁ ନିବୃତ୍ତ ରହିବେ ବୋଲି ବନ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ। ଏହା ସତ୍ତ୍ୱେ ସେ ପୂର୍ବ ପରି ଭିଡିଓ କରି ସୋସିଆଲ୍ ମିଡିଆରେ ଭାଇରାଲ କରିବାରେ ଲାଗିଥିଲେ।
The post ୟୁଟ୍ୟୁବର ମୋନାଲିସାଙ୍କ ଘରେ ଚଢ଼ାଉ: ମାଙ୍କଡ଼ ସହ ଭିଡିଓ ଶେୟାର କରି ହୋଇଥିଲେ ପ୍ରସିଦ୍ଧ appeared first on Dharitri Odia News.