ୟୁନିଫର୍ମ ନାଁରେ ଲୁଟ୍ । କୋଇଡା ସିଡିପିଓଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ
କନକ ବ୍ୟୁରୋ: ସିଡିପିଓଙ୍କ ନାଁରେ ୟୁନିଫର୍ମ ନେଇ ଟଙ୍କା ହେରଫେର ଅଭିଯୋଗ। କୋଇଡା ବ୍ଲକ୍ ଶିଶୁ ମଙ୍ଗଳ ପ୍ରକଳ୍ପ ଅଧିକାରୀ ଅନିତା ସାହୁଙ୍କ ନାମରେ ଆସିଛି ଏହି ଅଭିଯୋଗ। ଅଙ୍ଗନବାଡି ଶିଶୁ ୟୁନିଫର୍ମ ନେଇ ୧୪ଲକ୍ଷରୁ ଅଧିକ ଟଙ୍କାର ହେରଫେର୍ କରିଥିବାର ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ସମସ୍ତ ଅଙ୍ଗନବାଡି ଶିଶୁମାନଙ୍କ ୟୁନିଫର୍ମ ପାଇଁ ସିଡିପିଓ କାର୍ଯ୍ୟାଳୟରୁ ନୋଟିସ୍ କିମ୍ବା ଟେଣ୍ଡର ହୋଇ କୋଟେସନ୍ ଆଧାରରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ଵ ଦିଆଯାଇଥାଏ। ହେଲେ ସିଡିପିଓ […] The post ୟୁନିଫର୍ମ ନାଁରେ ଲୁଟ୍ । କୋଇଡା ସିଡିପିଓଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ first appeared on Kanak News.

କନକ ବ୍ୟୁରୋ: ସିଡିପିଓଙ୍କ ନାଁରେ ୟୁନିଫର୍ମ ନେଇ ଟଙ୍କା ହେରଫେର ଅଭିଯୋଗ। କୋଇଡା ବ୍ଲକ୍ ଶିଶୁ ମଙ୍ଗଳ ପ୍ରକଳ୍ପ ଅଧିକାରୀ ଅନିତା ସାହୁଙ୍କ ନାମରେ ଆସିଛି ଏହି ଅଭିଯୋଗ। ଅଙ୍ଗନବାଡି ଶିଶୁ ୟୁନିଫର୍ମ ନେଇ ୧୪ଲକ୍ଷରୁ ଅଧିକ ଟଙ୍କାର ହେରଫେର୍ କରିଥିବାର ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ସମସ୍ତ ଅଙ୍ଗନବାଡି ଶିଶୁମାନଙ୍କ ୟୁନିଫର୍ମ ପାଇଁ ସିଡିପିଓ କାର୍ଯ୍ୟାଳୟରୁ ନୋଟିସ୍ କିମ୍ବା ଟେଣ୍ଡର ହୋଇ କୋଟେସନ୍ ଆଧାରରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ଵ ଦିଆଯାଇଥାଏ। ହେଲେ ସିଡିପିଓ ଅନିତା ସାହୁ ବିନା ସରକାରୀ ପଦ୍ଧତି ଅବଲମ୍ବନ କରି ଏକ ଛତୁଆ ତିଆରି କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ଆକାଉଣ୍ଟରେ ୧୪ଲକ୍ଷ ୭୪ ହଜାର ୩୦୦ ଟଙ୍କା ପଠାଇ ନଗଦ ଟଙ୍କା ଦେବାକୁ ଧମକ ଦେଇଥିଲେ। ସ୍ଵୟଂ ସହାୟକ ଗୋଷ୍ଠୀ, ସିଡିପିଓଙ୍କ କଥା ନଶୁଣିବାରୁ ଭିଜିଲାନ୍ସ ରେଡ୍ କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ତେବେ ପୂର୍ବରୁ ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀ ୟୁନିଫର୍ମ ତିଆରି କରୁଥିଲା, ସେହି ସଂସ୍ଥା ଅନିୟମିତତା ହେଉଥିବା ନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ସେପଟେ ଘଟଣା ସାମ୍ନାକୁ ଆସିବା ପରେ ସିଡିପିଓଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
The post ୟୁନିଫର୍ମ ନାଁରେ ଲୁଟ୍ । କୋଇଡା ସିଡିପିଓଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ first appeared on Kanak News.