ୟୁପି ବିଧାନସଭାରେ ଲଭ୍‌ ଜିହାଦ ବିଲ୍‌ ପାରିତ , ଦଣ୍ଡ ବ୍ୟବସ୍ଥାରେ ରହିଛି 'ଆଜୀବନ ଜେଲ୍‌'

ନୂଆଦିଲ୍ଲୀ: ବିଧାନସଭାରେ ପାରିତ ହେଲା ଉତ୍ତର ପ୍ରଦେଶ ଆଇନ ବିରୋଧୀ ଧର୍ମ ପରିବର୍ତ୍ତନ (ସଂଶୋଧନ) ବିଲ୍‌-୨୦୨୪। ଲଭ୍‌ ଜିହାଦକୁ ରୋକିବା ପାଇଁ ଯୋଗୀ ସରକାର କଡ଼ା ଆଇନ୍‌ ଆଣିବାକୁ ଯାଉଛନ୍ତି। ଏଥିପାଇଁ ସୋମବାର ରାଜ୍ୟ ସରକାର ‘ଉତ୍ତର ପ୍ରଦେଶ ଆଇନ ବିରୋଧୀ ଧର୍ମ ପରିବର୍ତ୍ତନ (ସଂଶୋଧନ) ବିଲ୍‌-୨୦୨୪’ ବିଧାନସଭାରେ ଉପସ୍ଥାପିତ କରିଥିଲେ। ଏଥିରେ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଇବା ଭଳି ଅପରାଧ ଉପରେ ଦଣ୍ଡକୁ ଦୁଇଗୁଣା କରିବାକୁ ପ୍ରସ୍ତାବ ଦିଆଯାଇଛି। ସେହିଭଳି ନାବାଳିକାଙ୍କୁ ଲଭ ଜିହାଦ ପାଇଁ ଅପହରଣ କରିବା, ତାଙ୍କୁ ବିକ୍ରି କରିବା ଭଳି ଅପରାଧ ପାଇଁ ଜେଲ ଦଣ୍ଡ ପାଇଁ ମଧ୍ୟ ନିୟମ କରାଯାଇଛି। ଏହି ବିଲ୍‌ ବିଧାନସଭାରେ ପାରିତ ହେବା ପରେ ବିଧାନ ପରିଷଦ ଓ ରାଜ୍ୟପାଳଙ୍କ ମଞ୍ଜୁରୀ ନିମନ୍ତେ ପଠାଯିବ।ସୋମବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଖନ୍ନାଙ୍କ ଦ୍ବାରା ଉପସ୍ଥାପନ କରିଛନ୍ତି। ଏଥିରେ କୁହାଯାଇଛି ନିୟମ ବିରୋଧରେ ଯାଇ ଧର୍ମପରିବର୍ତ୍ତନ, ବିଦେଶୀ ଏବଂ ରାଷ୍ଟ୍ର ବିରୋଧୀ ତତ୍ତ୍ବଙ୍କ ଦ୍ବାରା ଧର୍ମ ପରିବର୍ତ୍ତନ ମାମଲା ସାମ୍‌ନାକୁ ଆସୁଛି। ତେଣୁ ୨୦୨୧ର ଏହି ନିୟମରେ ଜରିମାନା ଏବଂ ଦଣ୍ଡ ରାଶିରେ ବୃଦ୍ଧି କରିବା ଜରୁରୀ ହୋଇପଡ଼ିଛି।ସୂଚନାଥାଉକି, ଏହି ଆଇନ୍‌ ୨୦୨୧ରେ ୟୁପି ବିଧାନସଭାରେ ପାସ୍‌ କରାଯାଇଥିଲା। ଏବେ ଏଥିରେ ପରିବର୍ତ୍ତନ କରାଯାଇ ଦଣ୍ଡ ଏବଂ ଜରିମାନା ରାଶିକୁ ବଢ଼ାଯାଇଛି।ଆଉ ଏହା ଅନୁଯା

ୟୁପି ବିଧାନସଭାରେ ଲଭ୍‌ ଜିହାଦ ବିଲ୍‌ ପାରିତ , ଦଣ୍ଡ ବ୍ୟବସ୍ଥାରେ ରହିଛି 'ଆଜୀବନ ଜେଲ୍‌'

ନୂଆଦିଲ୍ଲୀ: ବିଧାନସଭାରେ ପାରିତ ହେଲା ଉତ୍ତର ପ୍ରଦେଶ ଆଇନ ବିରୋଧୀ ଧର୍ମ ପରିବର୍ତ୍ତନ (ସଂଶୋଧନ) ବିଲ୍‌-୨୦୨୪। ଲଭ୍‌ ଜିହାଦକୁ ରୋକିବା ପାଇଁ ଯୋଗୀ ସରକାର କଡ଼ା ଆଇନ୍‌ ଆଣିବାକୁ ଯାଉଛନ୍ତି। ଏଥିପାଇଁ ସୋମବାର ରାଜ୍ୟ ସରକାର ‘ଉତ୍ତର ପ୍ରଦେଶ ଆଇନ ବିରୋଧୀ ଧର୍ମ ପରିବର୍ତ୍ତନ (ସଂଶୋଧନ) ବିଲ୍‌-୨୦୨୪’ ବିଧାନସଭାରେ ଉପସ୍ଥାପିତ କରିଥିଲେ। 

ଏଥିରେ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଇବା ଭଳି ଅପରାଧ ଉପରେ ଦଣ୍ଡକୁ ଦୁଇଗୁଣା କରିବାକୁ ପ୍ରସ୍ତାବ ଦିଆଯାଇଛି। ସେହିଭଳି ନାବାଳିକାଙ୍କୁ ଲଭ ଜିହାଦ ପାଇଁ ଅପହରଣ କରିବା, ତାଙ୍କୁ ବିକ୍ରି କରିବା ଭଳି ଅପରାଧ ପାଇଁ ଜେଲ ଦଣ୍ଡ ପାଇଁ ମଧ୍ୟ ନିୟମ କରାଯାଇଛି। ଏହି ବିଲ୍‌ ବିଧାନସଭାରେ ପାରିତ ହେବା ପରେ ବିଧାନ ପରିଷଦ ଓ ରାଜ୍ୟପାଳଙ୍କ ମଞ୍ଜୁରୀ ନିମନ୍ତେ ପଠାଯିବ।

ସୋମବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଖନ୍ନାଙ୍କ ଦ୍ବାରା ଉପସ୍ଥାପନ କରିଛନ୍ତି। ଏଥିରେ କୁହାଯାଇଛି ନିୟମ ବିରୋଧରେ ଯାଇ ଧର୍ମପରିବର୍ତ୍ତନ, ବିଦେଶୀ ଏବଂ ରାଷ୍ଟ୍ର ବିରୋଧୀ ତତ୍ତ୍ବଙ୍କ ଦ୍ବାରା ଧର୍ମ ପରିବର୍ତ୍ତନ ମାମଲା ସାମ୍‌ନାକୁ ଆସୁଛି। ତେଣୁ ୨୦୨୧ର ଏହି ନିୟମରେ ଜରିମାନା ଏବଂ ଦଣ୍ଡ ରାଶିରେ ବୃଦ୍ଧି କରିବା ଜରୁରୀ ହୋଇପଡ଼ିଛି।

ସୂଚନାଥାଉକି, ଏହି ଆଇନ୍‌ ୨୦୨୧ରେ ୟୁପି ବିଧାନସଭାରେ ପାସ୍‌ କରାଯାଇଥିଲା। ଏବେ ଏଥିରେ ପରିବର୍ତ୍ତନ କରାଯାଇ ଦଣ୍ଡ ଏବଂ ଜରିମାନା ରାଶିକୁ ବଢ଼ାଯାଇଛି।ଆଉ ଏହା ଅନୁଯାୟୀ, ଯଦି କେହି ଧର୍ମ ପରିବର୍ତ୍ତନ କରିବାକୁ ଭୟ ଦେଖାଉଛନ୍ତି, ସମ୍ପତ୍ତି ହଡ଼ପ, ଧମକ, ଆକ୍ରମଣ, ବିବାହ କରିବାକୁ ପ୍ରତିଶ୍ରୁତି ଦେଉ ଷଡ଼ଯନ୍ତ୍ର, ପ୍ରଲୋଭନ ଦେଖାଇ କୌଣସି ନାବାଳିକା କିମ୍ବା ମହିଳା ତସ୍କରୀ କରେ ତେବେ ତାଙ୍କୁ ୨୦ ବର୍ଷ କିମ୍ବା ଆଜୀବନ ଜେଲ ଦଣ୍ଡ ହେବ।